କଟକ, ୧୫।୬(ଏସଏସନିଉଜ)ଡାକ୍ତରୀଛାତ୍ରୀ ଚନ୍ଦ୍ରିକାଙ୍କଘରେ ପହଁଚିଲା ୪ ଜଣିଆ ବାରଙ୍ଗ ପୁଲିସ ଦଳ। ଗତକାଲିରାତିରେ ବାରଙ୍ଗ ପୁଲିସଦଳ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବାବେଳେ ସୋମବାର ପୁଣି ବାରଙ୍ଗପୁଲିସ ଗୁଳିରେ ଚନ୍ଦ୍ରିକାଙ୍କଘରେ ପଚରାଉଚରା କରିଛି। ପୁଲିସ ପହଞ୍ଚି ବିଭିନ୍ନଦିଗ ଉପରେ ପଚରାଉଚରା କରିଛି।ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କମଧ୍ୟରେ ଅନ୍ୟ ଯୁବତୀଙ୍କଏଣ୍ଟ୍ରି,ଏଭଳି ତମାମ ଦିଗ ଉପରେ ପଚରା ଉଚରା କରିଛନ୍ତି।ଗତକାଲିରାତିରେ ଚନ୍ଦ୍ରିକାଙ୍କମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ ଆଜି ଚନ୍ଦ୍ରିକାଙ୍କ ଭାଇ ଏବଂ ଅନ୍ୟ ପରିବାରସଦସ୍ୟଙ୍କୁ ପଚରାଉଚରା କରୁଛନ୍ତି।ଏହା ସହିତ ଘଟଣାରେ ସମ୍ପୃକ୍ତିଥିବା ଅନେକ ତଥ୍ୟ ସଂଗ୍ରହକରିବା ସହିତ କଲ ରେକର୍ଡ,କାଗଜପତ୍ର,ମୋବାଇଲ ଚାର୍ଟ ଆଦିକୁ ଯାଞ୍ଚକରିଛି ପୋଲିସ।ତେବେ ତମାମ ତଥ୍ୟନେଇ ବାରଙ୍ଗପୁଲିସ ତଦନ୍ତକୁ ଆଗକୁ ବଢ଼ାଉଥିବାର ଜଣାପଡିଛି।