Browsing category

ଜିଲ୍ଲା

ନନ୍ଦନକାନନ ଦାୟିତ୍ୱରେ ରହିଲେ ପ୍ରଶାନ୍ତ ପଣ୍ଡା

ବାରଙ୍ଗ,୬।୫(ଏସଏସନିୟୁଜ)ପ୍ରଶାନ୍ତ କୁମାର ପଣ୍ଡା ନନ୍ଦନକାନନ ଉପ-ନିର୍ଦ୍ଦେଶକ ଭାବେ ମଙ୍ଗଳବାରଠାରୁ ଦାୟିତ୍ୱରେ ରହିଛନ୍ତି। ସନତ କୁମାର ଏନ୍ ୨୨ଦିନ ପାଇଁ ଛୁଟିରେ ଯିବାପରେ ପଣ୍ଡା ଅସ୍ଥାୟୀ ଭାବେ ତାଙ୍କ ଦାୟିତ୍ଵରେ ରହିଥିବାର ଜଣାପଡିଛି।ଏବେ ପିସିସିଏଫ୍ କାର୍ଯ୍ୟ।ଳୟରେ ପ୍ରଶାନ୍ତ କୁମାର ପଣ୍ଡା ଉପ-ବନସଂରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୬ତାରିଖଠାରୁ ୨୮ତାରିଖ ୨୨ଦିନ ପର୍ଯ୍ୟନ୍ତ ସେ ନନ୍ଦନକାନନ ର ଦାୟିତ୍ବରେ ରହିବେ।ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବାପରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଯାଇ ବୁଲିକି ଦେଖିଛନ୍ତି।ଉଭୟପାର୍କର ରେଞ୍ଜଅଫିସର ଓ ପଦାଧିକାରୀ ମାନେ […]

ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ଵର,୬।୫(ଏସଏସନିୟୁଜ)ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ।ସେଗୁଡିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା କାଟେଗୋରି ଟୁ ଓ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା କାଟେଗୋରି ଥ୍ରିରେ ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ୫ମିନିଟ ଧରି ସାଇରନ ବାଜିବ। […]

ଆସୁଛି ମୌସୁମୀ

ଭୁବନେଶ୍ଵର,୬।୫(ଏସଏସନିୟୁଜ) ଆସନ୍ତା ସାତଦିନ ଭିତରେ ଅର୍ଥାତ ୧୩ ତାରିଖ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆଣ୍ଡାମାନ ସାଗର,ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଗୋଦାମରେ ଫୁଟିଲା ବାଣ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ବାଣ ଗୋଦାମ୍‌ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କର ଚିକିତ୍ସା ଚାଲିଥିବାର ଜଣାପଡିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଏହି ଅଘଟଣ ଘଟିଛି।

ମାବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି ଅଳଙ୍କାର ମିଳିଲା

ଗଞ୍ଜାମ,୫ା୫(ଏସଏସନିଉଜ) କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରଗର୍ଭଗୃହର ତାଲା ଭଙ୍ଗାଯାଇ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ଘଟଣା ଊପରୁ ପର୍ଦା ଉଠାଇଛି ଭଞ୍ଜନଗରଥାନା ପୁଲିସ ।ଗତ ୨୫ ଓ ୨୬ ତାରିଖ ରାତିରେ କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା ।ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ […]

ହରିଜନ ମହିଳାଙ୍କୁ ମାଡ଼

ବାରଙ୍ଗ, ୬।୫(ଏସଏସନିଉଜ) ପଦ୍ମନାଭ ନଗରର ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାକଡ଼ ସରକାରୀ ଜାଗାରେ ଯିବାକୁ କେନ୍ଦ୍ର କରି ହରିଜନ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ମହିଳାଙ୍କୁ ସୋମବାର ଗିରଫ କରିଛି ବାରଙ୍ଗ ପୁଲିସ। ପ୍ରକାଶଯେ,ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାକଡ ସରକାରୀ ଜାଗାରେ ପାଟପୁର ଗ୍ରାମର ପଞ୍ଚୁ ବସ୍ତିଆ ଘର କରି ଭଡାକୁ ଦେଇଛନ୍ତି। ସେହି ଘରେ କୁନି ରାଉତ ନାମକ ମହିଳା ରହୁଛନ୍ତି।ତାପାଖରେ ଥିବା ସରକାରୀ ଜାଗାରେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଂଚଳ ତୋରାଣି […]

ଅଚାନକ ଭାଙ୍ଗି ରାସ୍ତାରେ ପଡ଼ିଲା ବେଆଇନ ହୋଡିଂ

ବାରଙ୍ଗ, ୫।୫(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଗ୍ରାମ ନିକଟରେ ବେଆଇନ ଭାବେ ହୋଇଥିବା ଏକ ହୋଡିଂ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପଥଚାରୀ। ପ୍ରକାଶଯେ, ବାରଙ୍ଗ ଅଂଚଳର ମୁଖ୍ୟରାସ୍ତା କଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ହୋଡିଂ ଅତି ବିପଦପୂର୍ଣ୍ଣ ଭାବରେ ରହିଛି। ସ୍ଥାନୀୟ ପ୍ରଶାସନର କୌଣସି କଟକଣା ରହୁନଥିବାରୁ ହୋଡିଂ ନିର୍ମାଣ କାରୀ ସଂସ୍ଥା ମୁଖ୍ୟରାସ୍ତା କଡରେ ଛତୁ ଫୁଟିବା ଭଳି ବେଆଇନ ନିର୍ମାଣ କରିଚାଲିଛନ୍ତି। ଷଣ୍ଢପୁର ଗ୍ରାମ ନିକଟରେ […]

ଦୀଘାରୁ ହଟିଲା ଜଗନ୍ନାଥଧାମ ନାମ !

ଭୁବନେଶ୍ଵର,୫।୫(ଏସଏସନିୟୁଜ)ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ନାମଫଳକ ବୋଲି Xରେ ସୂଚନା ଦେଲେ ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢ଼ିଥିବା ସୂଚନା ମିଳିଛି।ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ଏକ୍ସରେ ଲେଖିଲେ ଅମିତ ମାଲବ୍ୟ।ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୫।୫(ଏସଏସନିୟୁଜ)ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତାଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ […]

ଲାଞ୍ଚ ନେଇ ଧରାପଡିଲେ ବିଧାୟକ

ଭୁବନେଶ୍ୱର,୪ା୫(ଏସଏସନିଉଜ)ରାଜସ୍ଥାନରେ ଲାଞ୍ଚ ନେଇ ଜଣେ ବିଧାୟକ ଗିରଫ ହୋଇଛନ୍ତି ।ସେ ହେଉଛନ୍ତି ଭାରତୀୟ ଆଦିବାସୀ ପାର୍ଟିର ବିଧାୟକ ଜୟକୃଷ୍ଣ ପଟେଲ ଗିରଫ ହୋଇଛନ୍ତି ।ବିଧାନସଭାରେ ପ୍ରଶ୍ନ ପ୍ରତ୍ୟାହାର ପାଇଁ ଲାଞ୍ଚ କାରବାର ହୋଇଥିବାର ଅଭିଯୋଗ ହୋଇଥିଲା ।୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଲାଏସିବି( ଇଉଈ) ।ଲାଞ୍ଚ ଟଙ୍କା ନେଇ ବିଧାୟକଙ୍କ ଗନ୍‌ମ୍ୟାନ୍‌ ଫେରାର ହୋଇଯାଇଥିବାବେଳେସରକାରୀ ଘରେ ଅଢ଼େଇ କୋଟିର ଲାଞ୍ଚ ପାଇଁ ହୋଇଥିଲା ଡିଲ୍‌ ବୋଲି ଜଣାପଡିଛି ।