Browsing category

ଜିଲ୍ଲା

ଗଞ୍ଜାମ ପୁଲିସକୁ ସଫଳତା

ଭୁବନେଶ୍ୱର,୪ା୫(ଏସଏସନିଉଜ) ଗଞ୍ଜାମରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିବା ଏକ ବଡ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଗଞ୍ଜାମ ପୁଲିସ ଧରିବା ସହ ଅପରାଧୀଙ୍କ ଉଦ୍ୟମକୁ ପଣ୍ଡ କରିଛି । ଗଞ୍ଜାମ ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ଶେରଗଡ, ଭଞ୍ଜନଗର, ପୋଲସରା, କୋଟିନଡା, ଆସିକା ଓ ଚମାଖଣ୍ଡି ଆଦ ୬ଟି ଥାନା ଇଲାକାରେ ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବାସହ ସେମାନଙ୍କଠାରୁ ୧୭ଟି ବନ୍ଧୁକ ଓ ୬୬ଟି ଜୂବନ୍ତ ଗୁଳି ଜବତ କରାଯାଇଛି।

ଟ୍ରାକ୍ଟର ଓଲଟି ୩ ମୃତ୍ୟୁ

ଯାଜପୁର,୪ା୫(ଏସଏସନିୟୁଜ) ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ପଟ୍ଟାମୁଣ୍ଡାଇ କେନାଲ ନିକଟରେ ଥିବା ବାହାଦୂର ନଗରରେ ଏକ ଟ୍ରାକ୍ଟର ଓଲଟି ୩ଜଣଙ୍କ ମୃତ୍ୟୁ ଘଟିଛି।ଏହାସହ ଚାଳକ ଓ ଆଉଜଣେ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ହେଲେ ବେଙ୍ଗ ଦଳେଇ (୫୫),ସ୍ବାମୀ ଉତ୍ସବ ଦଳେଇ (୬୦) ଓ ନାତି ଦୁର୍ୟ୍ୟୋଧନ ଦଳେଇ(୧୪)। ଏକ ପାଟ ଜମିକୁ ମାଛ ଧରିବାକୁ ୫ଜଣ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲାାବାହାଦୂର ନଗରରେ ଟ୍ରାକ୍ଟରଟି ଓଲଟିଯିବାରୁ ୫ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଚିକିସ୍ା […]

ବିଦ୍ୟାଳୟର ଗର୍ବ ଯୋର୍ତିମୟୀ ଦାସ

ମେଣ୍ଢାଶାଳ,୪।୫(ଏସଏସନିୟୁଜ) ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି।ସମୁଦାୟ ୭୯ଜଣ ପିଲା ପାସ କରିଥିବା ବେଳେ ଯୋର୍ତିମୟୀ ଦାସ ନାମକ ଛାତ୍ରୀ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।୫୨୯ ନମ୍ୱର ମେଟ୍ରିକ୍ ପରୀକ୍ଷାରେ ଆଣିଥିବାରୁ ସବୁଆଡୁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି -ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର,୪୩।୫(ଏସଏସନିୟୁଜ) କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା […]

ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି […]

ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରରେ ସବୁ ପିଲା ପାସ  

ବାରଙ୍ଗ,୨।୫(ଏସଏସନିୟୁଜ)ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଏଥିରେ ପଟିଆ କାନନବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି।ଶିକ୍ଷା କେନ୍ଦ୍ରରସମସ୍ତ ପିଲା ପାସ କରିଛନ୍ତି।ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ଜଣ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩,ବି – ୨ଗ୍ରେଡରେ ୩୨ଜଣ ପିଲା ପାସ କରିଛନ୍ତି।ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି […]

କମ୍ ମାର୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ର

ଭୁବନେଶ୍ଵର,୨।୫(ଏସଏସ ନିଯୁଜ)ଶୁକ୍ରବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା । ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାର ଜଣାପଡିବା ପରେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି ।ସେ ହେଉଛନ୍ତି ଜଗତସିଂହପରୁର ସଦର ଥାନା ଅଳସୁଦ୍ଧା ଗାଁର ଜଣେ ଛାତ୍ର।ଛାତ୍ର ଜଣଙ୍କ କମ୍ ମାର୍କ ରହି ଥିବାର ଜାଣିବା ପରେ ସନ୍ତୁଳନ ହରାଇ […]

୧୦ରେ ଆସୁଛନ୍ତି ଶାହ

ଭୁବନେଶ୍ଵର,୨।୫(ଏସଏସ ନିୟୁଯ)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।ସେ କହିଛନ୍ତି ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ।ଜଟଣୀରେ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ବିଜେପି ସଭାପତି […]

ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨।୫(ଏସଏସନିଯୁଜ)ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ବେଲଗଛିଆ ଗ୍ରାମ ପଂଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଦିବା ୧୦ଘଟିକରେ ଅନୁଷ୍ଟିତ ହୋଇଯାଇଛି। ମଣ୍ଡଳ ସଭାପତି ସୁନିଲ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତଏହି ବୁଥ୍ ସ୍ତରୀୟ କର୍ମ ଶାଳାରେ ବାଙ୍କୀ ବିଧାନସଭା ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ସଦସ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇ ତୃଣମୁଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଝବୁତ କରିବା ସହ ସରକାରଙ୍କ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ଦ୍ୱାରରେ ପହଂଚେଇବାକୁ କର୍ମୀ […]

ଟ୍ରଲି ବ୍ୟାଗ୍‌ ଚୋରାରେ ଗଞ୍ଜେଇ

ଭୁବନେଶ୍ୱର, ୦୨/୦୫(ଏସ ଏସ ନିୟୁଜ)ଚରମ୍ପା ଷ୍ଟେସନ୍‌ରୁ ଏକ ଅଟୋରେ ଦୁଇଟି ଟ୍ରଲି ବ୍ୟାଗ୍‌ ଚୋରାରେ ଗଞ୍ଜେଇ ଯାଉଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ହାତରେ ଧରା ପଡିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ପ୍ରକାଶ ଯେ,ଚରମ୍ପା ଷ୍ଟେସନ୍‌ରୁ ଦୁଇ ଟ୍ରଲିବ୍ୟାଗ୍‌ ନେଇ ଆସିଥିବା ଜଣେ ଯାତ୍ରୀ ଅଟୋରେ ବାହାରିଥିଲେ । କୌଣସି ସୂତ୍ରରୁ ଉକ୍ତ ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଥିବା ନେଇ ପୋଲିସ ଜାଣିପାରି […]