Browsing category

ଜିଲ୍ଲା

କମିସନରେଟ୍‌ ପୁଲିସକୁ ଲଜ୍ଜା

ଭୁବନେଶ୍ବର,୨୧।୨(ଏସଏସନିଉଜ) କମିସନରେଟ୍‌ ପୁଲିସ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି।ନ୍ୟାୟ ପାଇ ଥାନାକୁ ଆସି ପୋଲିସ ବାବୁଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା।ଏହି ଘଟଣାରେ ଆଜି ମହିଳାଥାନା ପୋଲିସ ନୂଆପଲ୍ଲୀ ଥାନାର ଏଏସ୍‌ଆଇ ରଞ୍ଜିତଦାସଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସବୁଆଡୁ ପୋଲିସକୁ ନିନ୍ଦା ମିଳିଛି। ନ୍ୟାୟ ଆଶାରେ ଥାନାକୁ ଆସିଥିବା ଜଣେ ଅସହାୟ ମହିଳାଙ୍କୁ ଫସାଇ ପୋଲିସବାବୁ ଦୁଷ୍କର୍ମ କରିବାକୁ ପଛାଇନଥିବାର ଅଭିଯୋଗ ଆସିଛି।

୮୦୦ରୁ ୧୫ହଜାର କୋଟିର ମାଲିକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)କିଟ୍‌ ପ୍ରସଙ୍ଗରେ ମୁଲତବି ଆଲୋଚନା ବେଳେ ବାବୁ ସିଂ ତାଙ୍କ ବିବୃତିରେ କିଟ୍‌ କେଳେଙ୍କାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି।ସେ ତାଙ୍କ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ କରିଛନ୍ତି।ସେ କହିଛନ୍ତି୧୯୯୧ରେ ମହର୍ଷିରେ ପଢ଼ାଇବା ବେଳେ ୮୦୦ଟଙ୍କା ଦରମା ପାଉଥିଲେ।୩୨ବର୍ଷ ପରେ ୧୫ ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ ବନିଯାଇଛନ୍ତି ବୋଲି ବାବୁ ସିଂ କହୁଛନ୍ତି।ବିଜୁପଟ୍ଟନାୟକ ସରକାରରେ ଲୋନ୍‌ ନେଇ AICTE ଦ୍ବାରା ଲଙ୍କା ସାମ୍ରାଜ୍ୟ ଆରମ୍ଭ କରିଥିଲେ। ଶିକ୍ଷାନାଁରେ କଳା କାରନାମା କରି ସମାଜକୁ କଳୁଷିତ କରିଛନ୍ତି […]

ସତ୍ୟବାଦୀ ଥିଲା ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୨(ଏସଏସନିଉଜ)ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ସତ୍ୟବାଦୀର ଅସ୍ମିତା […]

ମରାମତି ବେଳେ ଲାଗିଲା ନିଆଁ

ବାରଙ୍ଗ, ୧୬/୨(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପାଖରେ ଥିବା ଏକ ଗ୍ୟାସଓଲ୍ଡିଂ ଦୋକାନରେ ଓଲ୍ଡିଂ ସମୟରେ ଏକ ସ୍କୁଲ ଅଟୋ ରେ ନିଆ ଲାଗି ଅଟୋଟି ସମ୍ପୂର୍ଣଜଳିଯାଇଛି ।ଖବରପାଇ ବାରଙ୍ଗ ରୁ ଏକ ଦମକଳ ଆସି ନିଆକୁ ଆୟତ କରିଥିଲା । ପ୍ରକାଶଯେ,ରବିବାର ଦିନ ୨ଟା ପାଖାପାଖି ଚନ୍ଦକାଥାନା ଅଧିନସ୍ତ କୁଜିମହଲ ଗ୍ରାମର ଦିବ୍ୟସିଂହ ପ୍ରଧାନ ନାମକ ଡ୍ରାଇଭର ଚନ୍ଦକାରେ ଥିବା ଏକ ସରସ୍ଵତୀ ଶିଶୁମନ୍ଦିରରେ ଲାଗିଥିବା ଓଡି ୦୨ଏକିୟୁ ୩୧୯୩ ନମ୍ୱର ଅଟୋଟିକୁ ମରାମତି ପାଇ ବାରଙ୍ଗର ଆନନ୍ଦବଜାରକୁ […]

ନନ୍ଦନକାନନରେ ଉପ-ମୁଖ୍ୟମନ୍ତ୍ରୀ

ବାରଙ୍ଗ,୧୬।୨(ଏସଏସନିଉଜ) ରବିବାର ଅପରାହ୍ନ ୪ଟାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଝିଅ ଓ ସମ୍ପର୍କୀୟଙ୍କ ସହ ଆସିନନ୍ଦନକାନନ ପରିଭ୍ରମଣ କରି ଫେରିଛନ୍ତି।ନନ୍ଦନକାନନରେ ପହଞ୍ଚିବା ପରେ ତାଙ୍କୁ ନନ୍ଦନକାନନ ପକ୍ଷରୁ ସ୍ବାଗତ କରାଯାଇଥିଲା।ତାଙ୍କର ବୁଲିବା ପାଇ ନନ୍ଦନକାନନ ପକ୍ଷରୁ ଏକ ବେଟାରି ଚଳିତ ଗାଡ଼ିର ବ୍ୟବସ୍ତା କରାଯାଇଥିଲା।ସେ ବିଭିନ୍ନ ଜୀବଜନ୍ତୁମାନଙ୍କ ଖୁଆଡକୁ ଯାଇ ଦେଖିଥିଲେ। ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନନ୍ଦନକାନନର ପଦାଧିକାରୀମାନେ ପରିଭ୍ରମଣ ସମୟରେ ଉପସ୍ଥିତ ଥିଲେ।

ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ

ବାରଙ୍ଗ,୧୫।୨(ଏସଏସନିଉଜ)ଶନିବାର ଦିନ ୧୧ଟା ସମୟରେ ନନ୍ଦନକାନନରେ ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳା ରେ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବାଜ୍ରକପ୍ତାର ଆବଶ୍ୟକତା, ସେମାନଙ୍କ ସଂରକ୍ଷଣ ଉପରେ ବୁଝାଯାଇଥିଲା। ଏଥିରେ ପଟିଆରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ମାନଙ୍କ ସହ ବାଜ୍ରକାପ୍ତା ପ୍ରଜନନ କେନ୍ଦ୍ରର ପଶୁପାଳକମାନେ ଅଂଶଗ୍ରହଣ କରିଥିଲେ। ଭାରତରେ ଦେଖାଯାଉଥିବା […]

ଆର୍ ଆଇ ଅଫିସରେ ପଶିଲେ

ବାରଙ୍ଗ,୧୫।୨(ଏସଏସନିଉଜ)ପୂର୍ବ ଜମିବାଡି ବିବାଦକୁ କେନ୍ଦ୍ରକରି ଆରଆଇ ଅଫିସରେ ଜଣଙ୍କୁ ଉଠା ଇନେଇ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ନନ୍ଦନକାନନଥାନା ପୋଲିସ । ପ୍ରକାଶଯେ,ଶନିବାର ଧରଣୀ ହରିଚନ୍ଦନ ନାମକ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଶନିବାର ସକାଳେ ୧୧ ଟା ପାଖାପାଖି କାରରେ ଡ୍ରାଇଭରଙ୍କୁ ସାଥିରେ ନେଇ ଅନୁଗୁଳରୁ ବାଲିପଡା ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ ।ସେ ଆରଆଇ ଅଫିସରେ ଥିବାବେଳେ ଗଣ୍ଡରପୁର ବ୍ରାହ୍ମଣସାହିର ଦୁର୍ଯୋଧନ ହରିଚନ୍ଦନ,ଦେବିପ୍ରସାଦ […]

ଦିନ ଦିହିପହରରେ ଲୁଟିନେଲେ ଦୁଇଲକ୍ଷ ଟଙ୍କା

ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗଥାନାଠାରୁ ମାତ୍ର ଅଳ୍ପ ଦୂର ସିତାରାମ ବଜାରରୁ ଦିନ ଦିହି ପହରରେ ୨.୩୫ଲକ୍ଷ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ,ବାରଙ୍ଗଥାନା ଅଧିନସ୍ତ ଚଣ୍ଡିପ୍ରସାଦ ଗ୍ରାମର ନିରଞ୍ଜନ ବେଉରା ନାମକ ବ୍ୟକ୍ତି ବାରଙ୍ଗ ବ୍ଲକ ସମ୍ମୁଖରେ ଥିବା ୟୁକୋବ୍ୟାଙ୍କରୁ ୨ ଲକ୍ଷ ୩୫ହଜାର ଟଙ୍କା ୧୨ଟା ସମୟରେ ଉଠାଇ ଥିଲେ। ଏହାପରେ ସେ ତାଙ୍କ ବାଇକରେ ଟଙ୍କାଭର୍ତି ବ୍ୟାଗକୁ ଟାଙ୍ଗୀ ସିତାରାମ ବଜାରରେ ଥିବା ଏକ ଗ୍ରୋସରି ଦୋକାନକୁ ଆସିଥିଲେ।ଦୋକାନରୁ ଏକ ତେଲଟିଣକିଣି […]

ଦେଶୀମଦ ବୋଝେଇ କାର ସହ ଗିରଫ

ବାରଙ୍ଗ, ୧୫/୨(ଏସଏସନିଉଜ)ଦେଶୀମଦ ଚାଲାଣବେଳେ ଏକ କାରକୁ ଫିଲ୍ମ ଷ୍ଟାଇଲରେ ଧରିଛି ବାରଙ୍ଗ ପୋଲିସ। ଦାମୀକାର ଭିତରୁ ୨୧୦ ଲିଟର ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରୁଛି। ଗିରଫ ଦୁଇଜଣ ହେଉଛନ୍ତି ଆଠଗଡ଼ଥାନା ଅନ୍ତର୍ଗତ ଜେନାପଦା ଅଞ୍ଚଳର ପ୍ରକାଶ କୁମାର ନାୟକ ଓ ଅସିତ୍ ରଞ୍ଜନ ସ୍ବାଇଁ। ବେଆଇନ ଦେଶୀମଦ ଚୋରା ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗଥାନା ପୋଲିସ ଶନିବାର ଦିନ ୧ଟା ପାଖାପାଖି ମୁଣ୍ଡଳୀ ବ୍ରିଜନିକଟରେ ଜଗି ରହିଥିଲେ। ଏକ […]

ଟ୍ରାକ୍ଟର ଓଲଟିଲା

ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗବ୍ଲକ ଛକ ମୁଖ୍ୟରାସ୍ତା ଉପରେ ଶନିବାର ଅପରାହ୍ନ ୨ଟା ପାଖାପାଖି ରେ ଏକ ନଡ଼ାବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଟ୍ରାକ୍ଟରଟି ନଡ଼ାବୋଝେଇ କରି କେନାଲ ବନ୍ଧ ରାସ୍ତାରେ ଆସୁଥିବା ସମୟରେ ବ୍ଲକ ଛକ ନିକଟ ବାରଙ୍ଗ ମୁଖ୍ୟରାସ୍ତାକୁ ଆସୁଥିବା ବେଳେ ଭାରସମ୍ୟ ହରାଇଓଲଟି ପଡ଼ିଥିଲା।ଅତ୍ୟଧିକ ଲୋଡ଼ିଂ ଯୋଗୁଁ ଗାଡିଟି ଓଲଟି ପଡିଵାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା।ଫଳରେ ବାରଙ୍ଗ ମୁଖ୍ୟ ରାସ୍ତା ରେ ସହସହ ଗାଡି ଅଟକି ରହିଥିଲା।ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]