Browsing category

ଜିଲ୍ଲା

ଜଙ୍ଗଲରେ ପାଣି ବୋତଲ ଫ୍ୟାକ୍ଟ୍ରି

ବାରଙ୍ଗ,୨।୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଗାଁ ମୁଣ୍ଡ ଜଙ୍ଗଲରେ ଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଭୁବନେଶ୍ୱର ଅବକାରୀ ବିଭାଗ।ଶୁକ୍ରବାର ସକାଳେ ଅବକାରୀ ବିଭାଗର କର୍ମଚାରିମାନେ ଅତର୍କିତ ଭାବେ ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିଲେ।ଚଢାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଜଣାପଡିଥିଲା।ପ୍ରାୟ ୧୯ ଲକ୍ଷ ଟଙ୍କାର ପ୍ରସ୍ତୁତ ହୋଇଥିବା ଦେଶୀ ମଦକୁ ଜବତ କରିବା ସହ ୪ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ଅବକାରୀ ବିଭାଗ।ତେବେ ବେଆଇନ ଭାବେ ଏହି ପାଣି ବୋତଲ […]

ପୁଣି କିଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀଛାତ୍ରୀଙ୍କର ମୃତ୍ୟୁ

ଭୁବନେଶ୍ୱର,୧ା୫(ଏସଏସନିଉଜ) କିଟ୍‌ ବିଶ୍ଵବିଦ୍ୟାଳୟ ପୁଣି ବିବାଦ ମଧ୍ୟକୁ ଆସିଛି । କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ଜଣେ ନେପାଳୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛିା ମୃତ ଛାତ୍ରୀ ହେଉଛନ୍ତି ୨୧ ବର୍ଷୀୟା ପ୍ରୀଶା ସାହା । ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ ।ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି […]

ନାଗିନ ନୃତ୍ୟରେ ସାପ ଧରି ନାଚିଲେ ବରଯାତ୍ରୀ

ଭୁବନେଶ୍ୱର,୧ା୫(ଏସଏସନିଉଜ) ନାଗିନ ନୃତ୍ୟର ତାଳେତାଳେ ଜୀବିତ ନାଗସାପକୁ ଧରି ବରଯାତ୍ରୀ ନାଚିଲେ । ଜଣେ ଯୁବକ ଜଣକ ସାପକୁ ଖେଳାଉ ଥିଉବା ବେଳେ, ଆଉ ଦୁଇ କିନ୍ନର ନାଗକୁ ଧରି ନାଚୁଥିଲେ ।ଏହିଭଳି ଘଟଣା ଭଦ୍ରକ ଜିଲ୍ଲା ଧାମରା ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ବରଯାତ୍ରୀ ଶୋଭା ଯାତ୍ରାରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ଆଇନ ଉଲ୍ଲଘଂନ କରି ଏପରି ହୋଇଥିବାବେଳେ ସାପଟି ଚୋଟରେ କାହାର ଜୀବନ ମଧ୍ୟ ଯିବାର ସମ୍ଭାବନା ଦେଖାଦେଇଥିଲା ।ଖବରପାଇ ଧାମରା ବନ୍ୟ […]

୭ ଯାଏଁ ବର୍ଷା!

ଭୁବନେଶ୍ଵର,୧।୫(ଏସଏସନିୟୁଜ)ଆସନ୍ତା ୭ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଲି ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜୱାର୍ଣ୍ଣିଂ ଜାରି କରାଯାଇଛି।କୁଆପଥର ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିବ।ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ,ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ରାୟଗଡ଼ା।

ସରିଲା ଯୁକ୍ତଦୁଇ ଖାତା ଦେଖା

ଭୁବନେଶ୍ଵର,୧।୫(ଏସଏସନିୟୁଜ)ସୁରୁଖୁରୁରେ ସରିଲା ଯୁକ୍ତ ଦୁଇ ଖାତା ଦେଖା।ଯୁକ୍ତଦୁଇ କଳା, ବିଜ୍ଞାନ,ବାଣିଜ୍ୟ ଖାତା ଦେଖା ସରିଛି।ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୮୧୬ ପରୀକ୍ଷାର୍ଥୀ। ଚଳିତମାସ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ ରେଜଲ୍ଟ।

ସରକାରୀ ଜମିରେ ଦୋକାନ କରିବା ନେଇ ଗଣ୍ଡଗୋଳ,

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ ମଧୁବନ ଗ୍ରାମର ଲିକୁନ ରାଉତ(୨୫) ନାମକ ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ […]

କାର ବାଇକକୁ ଦେଲା ଧକା

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟରେ କାର ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ବାଲିକୁଦା ରୁ ତ୍ରିଶୂଳିଆ ଅଭିମୁଖେ ଓଡି ୦୨ବିୟୁ ୬୭୩୮ ନମ୍ୱର କାରଟି ଦୃତଗତିରେ ଆସୁଥି ବାବେଳେ ବିପରୀତ ଦିଗରୁ ଆସୁଥିବା ବେଳେ ଓଡି ୦୫ ଏୟୁ ୯୧୦୫ ନମ୍ୱର ବାଇକକୁ ନରଣପୁର ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ଗୋଡ଼ ଉପରେ […]

ଶ୍ରମିକମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ଟଙ୍କା ବୃଦ୍ଧି

ଭୁବନେଶ୍ୱର,୨୯।୪(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ମଜୁରୀ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ […]

ଲୁଚିଥିଲେ , ଓଲ୍ଡଟାଉନ ଅଞ୍ଚଳରୁ ଧରିଲା ପୋଲିସ

ବାରଙ୍ଗ,୨୯।୪(ଏସଏସନିୟୁଜ)ଜବରଦସ୍ତ ଭଙ୍ଗା ବିୟର ବୋତଲ ଦେଖାଇ ମାରିଦେବାକୁ ଧମକ ଦେଇ ସୁନଚେନ୍ ଲୁଟିବା ଘଟନାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ପରେ ଫେରାର ଥିବା ଅନ୍ୟ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ପାଇକେରାପୁରର ଅନିଲ୍ ରଣଜିତ୍ ଓରଫ ପାପୁଲ୍ । ପ୍ରକାଶ ଯେ,ଗତ ମାର୍ଚ୍ଚ ୨୯ତାରିଖ ସକାଳେ ରବି ସୋଭେଶ ନାମକ ବ୍ୟକ୍ତି ତାଙ୍କ କଲେଜକୁ କାରରେ ଯାଉଥିବା ସମୟରେ, ଗୋଠପାଟଣା ଛକ ନିକଟରେ ୩ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ […]

ବାରଙ୍ଗ ଅଞ୍ଚଳରେ ଜଣାଶୁଣା ନାଁ ନବଘନ ରାଉତ

ବାରଙ୍ଗ,୨୯।୪(ଏସଏସନିୟୁଜ) ନବଘନ ରାଉତ ବାରଙ୍ଗ ଅଞ୍ଚଳରେ ଜଣେ ଜଣାଶୁଣା ନାଁ ।ଖାଲି ସାମ୍ବାଦିକତା କ୍ଷେତ୍ରରେ ନୁହେଁ ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ।ଆଜି ସେ ନାହାନ୍ତି କିନ୍ତୁ ତାଙ୍କର ସେହି ସ୍ମୃତି ମନେ ପଡିଯାଉଛି,ବାରଙ୍ଗ ଅଞ୍ଚଳର ପ୍ରଥମ ସାମ୍ବାଦିକ ଭାବେ ସେ ଅଞ୍ଚଳର ସୁଖ ଓ ଦୁଃଖକୁ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ।ସାମ୍ବାଦିକତାକୁ ପେଶା ନୁହେଁ ନିଶା ଭାବେ ନେଇ ସେ ସାଧାରଣ ଲୋକଙ୍କୁ ସାହାଯ୍ୟ ଓ […]