Browsing category

ଜିଲ୍ଲା

ରାତିଅଧରେ ଗୋରୁ ଚୋରା ଚାଲଣ

ଚନ୍ଦ୍ରଶେଖରପୁର,୧୦।୨(ଏସଏସନିଉଜ)ଅଭିଯୋଗକାରୀ ବିଭୁ ପ୍ରସାଦ ବାରିକଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୁଲିସ ୪୩/୨୫କେସ ନମ୍ୱରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ତିନିଜଣକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଆଇଆରସି ଭିଲେଜ୍ ରେ ରହୁଥିବା ପୁରୀ ଅଞ୍ଚଳର ସଞ୍ଜୟ ବାରିକ(୨୮), ସାଲିଆସାହିରେ ରହୁଥିବା ଖୋର୍ଦ୍ଧାର ଦୁର‌୍ୟ୍ୟଧନ ବେହେରା(୫୮), ସାଲିଆ ସାହିରେ ରହୁଥିବା ଆସ୍କାର ଶିବରାମ ମିଶ୍ର(୫୧)।ସେମାନଙ୍କଠାରୁ ଏକ ଟାଟାଏସି ଗାଡି ସହ ୪ଟି ଗାଈ କୁ ଜବତ କରାଯାଇଛି। […]

ଗଛରେ ଝୁଲିପଡିଲେ ଯୁବକ

ବାରଙ୍ଗ,୯।୨(ଏସଏସନିଉଜ) ବାରଙ୍ଗଥାନା ପୋଲିସ ରବିବାର ସକାଳ୮ଟାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି।ମୃତ ଯୁବକ ହେଉଛନ୍ତି ପାଟପୁର ସାମଲ ସାହିର ବାଦଲ ଜେନାଙ୍କ ପୁଅ ଆଶିଷ ଜେନା(୨୩)।ପାରିବାରିକ କଳହ ଯୋଗୁ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି। ପ୍ରକାଶଯେ, ଶନିବାର ବିଳମ୍ବିତ ରାତିରେ ପାଟପୁର ଗ୍ରାମର କିଛି ଯୁବକ ପାଖ ଗ୍ରାମରୁ ବିବାହ କାର‌୍ୟ୍ୟରେ ଯୋଗଦେଇ ଫେରୁଥିଲେ।ଏହି ସମୟରେ […]

ହାତୀ ଭୟ…

ବାରଙ୍ଗ,୯।୨(ଏସଏସନିଉଜ) ପୁଣି ନନ୍ଦନକାନନରେ ପଶିଲା ଦନ୍ତାହାତୀ ।ରବିବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପାଚେରର ପ୍ରାୟ ୧୨ଫୁଟ ଲମ୍ବର ପାଚେରୀ ଭାଙ୍ଗି ଶନିବାର ବିଲମ୍ଭିତ ରାତିରେ ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ ମଇଁଷି କଟା ପଛପଟେ ଥିବା ସଫାରୀ ରାସ୍ତାରେ ହାତୀ ଝାଡା ବସିଥିବା କର୍ମଚାରୀମାନେ ରବିବାର ସକାଳେ ଦେଖିବାପରେ ନନ୍ଦନକାନନରେ ହାତୀ ପଶିଥିବାର ଜଣାପଡିଥିଲା ।ତେବେ ଏହି ଦନ୍ତାହାତୀଦ୍ୱୟ […]

ଉଦଯାପିତ ହେଲା ଓପସାର ୩୦ତମ ପ୍ରଦେଶ ସମ୍ମିଳନୀ

ଚନ୍ଦ୍ରଶେଖରପୁର,୯।୨(ଏସଏସନିଉଜ)୨ଦିନ ଧରି ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଚାଲିଥିବାଓଡ଼ିଶା ରାଜନୀତି ବିଜ୍ଞାନ(ଓପସା) ସଂଘର ୩୦ତମ ପ୍ରଦେଶ ସମ୍ମିଳନୀ ଓ ରାଷ୍ଟ୍ରୀୟ କର୍ମଶାଳା ରବିବାର ଦିନ ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି।ପଟିଆ କଲେଜ ଅଧ୍ୟକ୍ଷ ତଥା ଆବାହକ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଥିଲେ।ଶନିବାର ଓ ରବିବାର ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଶତାଧିକ ରାଜନୀତି ବିଜ୍ଞାନି ଓ ଗବେଷକ […]

କଳାରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୯।୨(ଏସଏସନିଉଜ)ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁପରିଷଦ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ର ଅଧ୍ୟୀକ୍ଷକଙ୍କ ନିକଟକୁ ପଠାଯାଇଛି।ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ। ପୂର୍ବରୁ ନୀଳ(ବ୍ଲୁ) ରଙ୍ଗରେ ଲେଖାଯିବା ରୁ ପରୀକ୍ଷା ଖାତା ସ୍କାନ ବେଳେ ବ୍ଲୁ କାଳି ଅସୁବିଧା ହେଉଛି।ଏଥର ଛାତ୍ରଛାତ୍ରୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ।ପରୀକ୍ଷା ୯ଟାରେ […]

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

  ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ […]

ରାସ୍ତାରେ ଚାଲୁଛି ବଜ୍ରକାପ୍ତା

ବାରଙ୍ଗ,୬ା୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣା ନିକଟରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ। ଗୁରୁବାର ସକାଳୁ ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟଲୋକେ ପ୍ରାୟ ୩୫ କିଲୋ ଓଜନର ଏହି ଅଣ୍ଡିରା ବଜ୍ରକାପ୍ତାଟି ରାସ୍ତା ଉପରେ ବୁଲୁଥିବା ସମୟରେ ଏକ ଅଟୋ ସହ ଧକ୍କା ହୋଇଥିବା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ସଙ୍ଗେସଙ୍ଗେ ରାସ୍ତା ଉପରୁ ଚାଲିଯାଇ କେନାଲ କଡ଼ରେ ଥିବା ଗାତ ମଧ୍ୟରେ ପସି ଯାଇଥିଲା। ଉପସ୍ଥିତ ଲୋକେ ବନବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ସକାଳ ୯ଟାପାଖାପାଖି […]

ମାଗଣା ମୁଖଗହ୍ୱର ପରୀକ୍ଷା ଶିବିର

ବାରଙ୍ଗ,୬ା୨(ଏସଏସନିଉଜ) ଭୁବନପୁର ମାମଙ୍ଗଳାଯୁବପରିଷଦ ତରଫରୁ ଗ୍ରାମରତ୍ରିନାଥମନ୍ଦିର ପଡିଆ ନିକଟରେ ମାଗଣାରେ ମୁଖଗହ୍ୱର ପରୀକ୍ଷା ଶିବିର ଗୁରୁବାରଦିନ ସକାଳ ୧୧ଟାରେ ଆରମ୍ଭ ହୋଇଛି ।ଦିନିକିଆ ଏହି କାର୍ଯ୍ୟକ୍ରମରେ କିମ୍ସର ଡାକ୍ତରମାନେ ଡ.ଗୁଞନ କୁମାର ଓ ଡ.ସ୍ପନ୍ଦିତାଦାସଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଯୋଗଦେଇଥିଲୋ ।ଏଥିରେ ଭୁବନପୁର ଗ୍ରାମବାସୀମାନଙ୍କ ସହ ଆଖାପାଖ ଗ୍ରାମରୁ ଶତାଧିକ ଲୋକମାନେ ଯୋଗଦେଇ ସେମାନଙ୍କ ମାଗଣାରେ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ ।ମାମଙ୍ଗଳାଯୁବପରିଷଦର ସଭାପତି ରଞନକୁମାରଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏହାକୁ ପରିଚାଳନା କରିଥିଲେ ।

ବଟାନିକାର୍ଲଗାର୍ଡେନକୁ ୪୫ପୁରସ୍କାର

ବାରଙ୍ଗ,୪ା୨(ଏସଏସନିଉଜ)ନାଲକୋ ପକ୍ଷରୁ ୩ଓ୪ତାରିଖ ଦୁଇଦିନଧରି ଚାଲିଥିବା ପୁଷ୍ପ ପଦର୍ଶନୀରେ ରାଜ୍ୟଉଭିଦ ଉଦ୍ୟାନକୁ ୪୫ଟିପୁରସ୍କାର ମିଳିଛି ।ଏହି ପୁଷ୍ପ ପଦର୍ଶନୀରେ ରାଜ୍ୟର ବିଭିର୍ଣ ଅନୁଷ୍ଠାନ ଯୋଗଦାନକରି ଉଦ୍ୟାନ କୃଷି ଓ ଉଦ୍ଭିଦ ପ୍ରଜାତିର ବିବିଧତା ଉପରେ ପ୍ରଦର୍ଶନ କରିଥିଲେ ।ଏହି ପୁଷ୍ପପଦର୍ଶନୀରେ ଫୁଲପତ୍ରସହ ମିଶାଗଛର ସାଜସଜା,ପତ୍ରଥିବାଗଛ,ଫୁଲଗଛ ଆଦିକୁ ମିଶାଇ ସମୁଦାୟ ୫୨ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା ।ଏଥିରେ ୪୫ଟି ପ୍ରତିଯୋଗୀତାରେ ବଟାନିକାର୍ଲ ଗାର୍ଡେନକୁ ସଫଳତା ମିଳିଛି ।ସେଥିମଧ୍ୟରେ ବିଭିର୍ଣବର୍ଗରେ ପ୍ରଥମସ୍ଥାନରେ ୨୪ଟି, ଦ୍ୱିତୀୟ ସ୍ଥାନରେ୧୬ଟି ଓ ୫ଟି ମେରିଟ ପୁରସ୍କାର […]

ଅଧା ରହିଗଲା ଠାକୁର ପୂଜା

ବାରଙ୍ଗ,୪।୨(ଏସଏସନିଉଜ)ଅଧା ରହିଗଲା ଠାକୁର ପୂଜା।ଝିଅ ଆସିଥିଲା ଫୁଲ ଆଣିବା ପାଇଁ।କିନ୍ତୁ ବାଟରେ ଜଗିରହିଥିଲା ଯମ ରୁପି ମୋ ବସ।ସାଇକେଲ ନେଇ ଆସୁଥିବା ବେଳେ ଛୋଟ ଝିଅକୁ ପଛରୁ ଧକା ଦେଇଥିଲା।ଯାହାଫଳରେ ସେହିଠାରେ ଚାଲିଯାଇଥିଲା ଝିଅର ଜୀବନ।ଏହି ଭଳି ଘଟଣା ମଙ୍ଗଳବାର ସକାଳେ ରଘୁନାଥପୁର ଗାଁ ମୁଣ୍ଡରେ ଘଟିଥିଲା। ଦୁର୍ଘଟନା ଘଟାଇଥିବା ଚାଳକକୁ ଗିରଫ କରି ପୋଲିସ କୋର୍ଟଚାଲଣ କରିଛି। ପ୍ରକାଶଯେ, ସାବିତ୍ରୀ ଜୁଆଡ଼ି ନାମକ ମହିଳା ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀସେ ପରିବାର ସହ ନନ୍ଦନକାନନ […]