ବାରଙ୍ଗ,୨।୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗଗାଁ ମୁଣ୍ଡ ଜଙ୍ଗଲରେ ଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ଭୁବନେଶ୍ୱର ଅବକାରୀ ବିଭାଗ।ଶୁକ୍ରବାର ସକାଳେ ଅବକାରୀ ବିଭାଗର କର୍ମଚାରିମାନେ ଅତର୍କିତ ଭାବେ ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିଲେ।ଚଢାଉ ସମୟରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଜଣାପଡିଥିଲା।ପ୍ରାୟ ୧୯ ଲକ୍ଷ ଟଙ୍କାର ପ୍ରସ୍ତୁତ ହୋଇଥିବା ଦେଶୀ ମଦକୁ ଜବତ କରିବା ସହ ୪ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ଅବକାରୀ ବିଭାଗ।ତେବେ ବେଆଇନ ଭାବେ ଏହି ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଦେଶୀମଦ ପ୍ରସ୍ତୁତ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଗୁପ୍ତ
ସୂଚନା ମିଳିବା ପରେ ସକାଳୁ ସକାଳୁ ଚଢାଉ କରାଯାଇଥିଲା। ଚଢାଉ ସମୟରେ ଅବକାରୀ ବିଭାଗ ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରିବା ସହ ଫ୍ୟାକ୍ଟ୍ରିକୁ ସିଲ୍ କରିଛି ।ଫ୍ୟାକ୍ଟ୍ରିରୁ ଭୁବନେଶ୍ୱର ଅବକାରୀ ବିଭାଗ ୧୯ଲକ୍ଷ ଟଙ୍କା ମୂଲ୍ୟର ୯୫୧୦ ଲିଟର ଦେଶୀମଦ, ୨ଟି କାର,ଗୋଟିଏ ମାଲବୁହା ଅଟୋ ଓ ଗୋଟିଏ ବାଇକ୍ କୁ ଜବତ କରିଛି ।