Browsing category

ଜିଲ୍ଲା

ବାଜାବାଣରେ କମ୍ପିଲା ବାଲିଚନ୍ଦ୍ରପୁର

ବାରଙ୍ଗ, ୧୩।୫(ଏସଏସନିୟୁଜ) କୁହ୍ନେଇଁପଡା ପଂଚାୟତର ବାଲିଚନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ଦିନ ମା ସାହାଡ଼ା ସୁନ୍ଦରୀ ଠାକୁରାଣୀଙ୍କର ତୃତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି I ମଙ୍ଗଳବାର ସକାଳ ସାଢ଼େ ୬ ଟା ସମୟରେ ୧୦୧ ଜଣ ମହିଳା ଓ ୫୧ ଜଣ ପୁରୁଷମାନଙ୍କ ଦ୍ବାରା ମଧୁବନଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲରୁ ପାଣି ଉଥାଯାଇ ବିରାଟ ପଟୁଆରରେ କଳସଯାତ୍ରା କରାଯାଇଥିଲା। କଳସ ଯାତ୍ରା ପରେ ମାଙ୍କର ମାର୍ଜଣା ନୀତି, ହୋମ ଯଜ୍ଞ ଆରମ୍ଭ କରାଯାଇଛି । ଏହି […]

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ

ଭୁବନେଶ୍ଵର,୧୩।୫(ଏସଏସ ନିୟୁଜ)ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ପାସ୍ ହାର ୮୮.୩୯ ପ୍ରତିଶତ ରହିଥିବାବେଳେଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ।ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।

୧୬ ଯାଏ ଭୀଷଣ ଗରମ

ଭୁବନେଶ୍ୱର, ୧୩।୫(ଏସଏସନିୟୁଜ)୧୬ ତାରିଖ ଯାଏ ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହ ପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୪ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ […]

ଚନ୍ଦନ ଲାଗି ହେଲେ ଚନ୍ଦ୍ରଶେଖର

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଦାରୁଠେଙ୍ଗ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତି ଠାକୁର ପ୍ରଭୁ ଚନ୍ଦ୍ରଶେଖର ଦେବଙ୍କ ଚାଲିଛି ଚନ୍ଦନ ଉତ୍ସବ । ପବିତ୍ର ଅକ୍ଷୀତୃତୀୟାରୁ ଆରମ୍ଭ ହୋଇଥିବା ପୂଜାରେ ପ୍ରତେହ ଦିନ ଠାକୁରଙ୍କ ନୀତି କାନ୍ତି ପାଳନ ହେଉଛି ।ସୋମବାର ଥିଲା ମହାପ୍ରଭୁଙ୍କ ଚନ୍ଦନପୂର୍ଣ୍ଣିମା ।ଏହି ଅବସରରେ ସକାଳୁ ପ୍ରଭୁଙ୍କର ଦେହରେ ସରଲାଗି କରାଯାଇଥିଲା । ସକାଳରେ ସୁଙ୍କୁଳି ଭୋଗ,ମଧ୍ୟାହ୍ନରେ ଖେଚୁଡ଼ି ଭୋଗ କରାଯାଇ ଠାକୁର ପାଖରେ ଲାଗି ହୋଇଥିଲା ।ସନ୍ଧ୍ୟାଆଳତି ପରେ ଠାକୁରଙ୍କ […]

ଗୁଳି ଓ ବୋମାମାଡ ଘଟଣାରେ ସୁଧୀର ଗିରଫ

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଷୋମବାର ଦିନ ଆଉ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣା ବିକାକୁ ନେଇ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଥିଲେ ।ଗୁଳି ଚାଳନା ସହ ବୋମାମାଡ ବି ହୋଇଥିଲା। ଗୁଳିମାଡରେ […]

ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ୍ ବାସୁଦେବଙ୍କ ପବିତ୍ର ପୀଠରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା , ମାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଞ୍ଜ୍ୟ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଙ୍କୁରା ରୋପଣ,ଜଳ ଯାତ୍ରା,ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା,ମାଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି,ନଗର କୀର୍ତ୍ତନ ଆଦି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତିରେ ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ମେଣ୍ଢାଶାଳ ଗ୍ରାମବାସୀମାନେ […]

ଯୁଦ୍ଧ ବନ୍ଦ…

ଭୁବନେଶ୍ଵର,୧୦।୫(ଏସଏସନିୟୁଜ)ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ବୋଲି ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି।ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି।ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି।ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା।୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି।ଆସନ୍ତା ୧୨ […]

ଗୋରୁ ଚାଲାଣ କରୁଥିବା ଗାଡ଼ି ପୋଡ଼ିବା ସହିତ ଜଣକୁ ହତ୍ୟା

ବାରଙ୍ଗ, ୯।୫(ଏସଏସନିୟୁଜ) ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚାଲାଣ କରୁଥିବା ଗୋଟିଏ କାରକୁ ଦୃର୍ବୁତ୍ତମାନେ ପୋଡ଼ିଦେବା ସହିତ ଜଣକୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି କଟକ ଦେୱନ ବଜାରର ଶେଖ୍ ରାହିଲ (୨୩)।ବାରଙ୍ଗ ଥାନା ପୋଲିସ ୨୪୩/୨୫ କେସ ନମ୍ୱରରେ ଏକ ହତ୍ୟା ମାମଲା ରୁଜୁକରି ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରକାଶଯେ, ଶୁକ୍ରବାର ଭୋର ସମୟରେ ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ […]

ଟିବିମୁକ୍ତ ଭାରତ ଅଭିଯାନପାଇଁ ସଚେତନତା ଶିବିର

ବାରଙ୍ଗ,୮।୫(ଏସଏସନିୟୁଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁବନ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପରିସରରେ ନୂଆ ଦିଲ୍ଲୀସ୍ଥିତ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରିୟ ଆୟୋଗ ନିର୍ଦ୍ଦେଶରେ ଭାରତବର୍ଷକୁ ଟିବି ଜୀବାଣୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଗୁରୁବାର ଦିବା ୧୦ଘଟିକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁମେହ ରକ୍ତ ପରୀକ୍ଷା ସହ ପ୍ରାୟ ୭୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଟିବି ରୋଗଠାରୁ […]

ଦୀଘାରେ ସ୍ଥାୟୀ ଜଗନ୍ନାଥଧାମ ହୋଡିଂ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ପୁଣି ମମତା ଦେଖାଇଲେ ନାଲିଆଖି।ଏଥର ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ ଲାଗିଥିବାର ଦେଖିବାକୁ ମିଳିଛି।ଦୀଘା ମନ୍ଦିର ସାମ୍ନାରେ ଲାଗିଲା ଜଗନ୍ନାଥ ଧାମ ହୋଡିଂ।ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋଡ଼ିଂ।ରାତାରାତି ହୋଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ।ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋଡିଂ ଲଗାଯାଇଥିଲା।ଜଗନ୍ନାଥଧାମ ବିବାଦ ଭିତରେ ହୋଡିଂ ଲଗାଇଛନ୍ତି ମମତା।