ହରିଜନ ମହିଳାଙ୍କୁ ମାଡ଼

ମହିଳା ଗିରଫ

ବାରଙ୍ଗ, ୬।୫(ଏସଏସନିଉଜ) ପଦ୍ମନାଭ ନଗରର ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାକଡ଼ ସରକାରୀ ଜାଗାରେ ଯିବାକୁ କେନ୍ଦ୍ର କରି ହରିଜନ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ମହିଳାଙ୍କୁ ସୋମବାର ଗିରଫ କରିଛି ବାରଙ୍ଗ ପୁଲିସ।
ପ୍ରକାଶଯେ,ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାକଡ ସରକାରୀ ଜାଗାରେ ପାଟପୁର ଗ୍ରାମର ପଞ୍ଚୁ ବସ୍ତିଆ ଘର କରି ଭଡାକୁ ଦେଇଛନ୍ତି। ସେହି ଘରେ କୁନି ରାଉତ ନାମକ ମହିଳା ରହୁଛନ୍ତି।ତାପାଖରେ ଥିବା ସରକାରୀ ଜାଗାରେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଂଚଳ ତୋରାଣି ପାଳ ଗ୍ରାମର ଦାଶରଥି ଗୁୟାଁ(୪୦) ଓ ପତ୍ନୀ ମଞୁ ଗୁୟାଁ(୩୫) ମଧ୍ୟ ଘର କରି ରହିଛନ୍ତି।ଏହି ସରକାରୀ ଜାଗାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଗତ ବୁଧବାର ଦିନ ଅପରାହ୍ନରେ ମଞୁ କିଛି କାମରେ ଯାଉଥିବା ବେଳେ ପଡିଶା ଘରେ ରହୁଥିବା କୁନି ରାଉତ ମଞୁଙ୍କୁ ପ୍ରଥମେ ବାରଣ କରିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚଷା ଓ ପରେ ମାଡଗୋଳ ହୋଇଥିଲା ।ଏଥିରେ ଉତ୍ତ୍ୟକ୍ତ ହୋଇ କୁନି ଏକ ଠେଙ୍ଗାରେ ମଞୁଙ୍କ ମୁଣ୍ଡକୁ ପିଟି ଦେବାରୁ ମଞୁ ରକ୍ତ ଯୁଡୁବୁଡୁ ହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମଞୁଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲା। ଏ ସଂକ୍ରାନ୍ତରେ ମଞୁ ବାରଙ୍ଗ ଥାନାରେଏକ ଲିଖିତ ଅଭିଯୋଗ କରିବା ପରେ ୨୩୨/୨୫କେସ ନମ୍ୱରରେ ପୋଲିସ ଏକ ମାମଲା ରୁଜ୍ଜୁ କରି କୁନି ରାଉତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।(ଜ୍ଞାନଜିତ ରାଉତଙ୍କ ରିପୋର୍ଟ)

 

Comments (0)
Add Comment