Browsing category

ଜିଲ୍ଲା

ଗୋଡିସାହି ବିଦ୍ୟୁତ୍ ବିଭାଗ ଜେଇ କାର୍ଯ୍ୟାଳୟରେ ହୋହାଲ୍ଲା

ବାରଙ୍ଗ, ୨୮/୧୧(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଷଣ୍ଢପୁର ବଜାର ନିକଟରେ ଝୁଲନ୍ତା ବିଦ୍ୟୁତତାରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଗୋଡିସାହି ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଅଧଘଣ୍ଟା ଧରି ଜେଇଙ୍କ କାର‌୍ୟ୍ୟାଳୟରେ ହୋହାଲ୍ଲା କରିଥିଲେ।ପରେ ବିଭାଗୀୟ ଯେଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିୟମାନୁସାରେ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିଲେ। ପ୍ରକାଶଯେ, ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ଷଣ୍ଢପୁର ଗ୍ରାମର ମନୋଜ […]

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ବାରଙ୍ଗ,୨୪ା୧୧(ଏସଏସନିଉଜ)ରବିବାର ରାତିରେ ଶଣ୍ଢପୁରଗାଁପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଓକିଲଙ୍କୁ ଆକ୍ରମଣ ହୋଇଥିବାର ଗୋଡିସାହିଫାଣ୍ଡିରେ ଅଭିଯୋଗ ହୋଇଛି ।କଟକର ଅଜିତସାହୁ ଓ ତୃପ୍ତିରଞନ ମହାପତ୍ରନାମକ ଦୁଇଓକିଲ ବନ୍ଧୁ ରବିବାରରାତିରେ ଶଣ୍ଢପୁର ଦେଇ ଫେରୁଥିଲେ ।ଏହିସମୟରେ ଶଣ୍ଢପୁର ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗ୍ରାମର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ ।ନିଜକୁ ଓକିଲ ବୋଲି ପରିଚୟ ଦେବାସତ୍ୱେ ମଦ୍ୟପ ଯୁବକ ବିଅରବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ […]

ରାତି ଅଧରେ ପୋଡ଼ିଦେଲ ବାଇକ୍

ବାରଙ୍ଗ, ୨୪/୧୧(ଏସଏସନିଉଜ )ରାତି ଅଧରେ ଦୁର୍ବୃତ୍ତମାନେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଗାଡ଼ି ପୋଡ଼ିଦେଇ ଛନ୍ତୀ।ଗୋଠପାଟଣାରେ ଜଣଙ୍କ ଘରେ ଥିବା୩ଟି ବାଇକ୍ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ପୋଡ଼ିଦେବାରୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟନମ୍ବର- ୧୯୬୨ର ଗ୍ୟାରେଜ ଘରେ ହଠାତ୍ନିଆଁ ଲାଗିଥିଲା।ଗ୍ୟାରେଜରେ ଥିବା୪ଟି ଗାଡିରେ ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ସନ୍ତୋଷ କୁମାର ମହାନ୍ତି ଓଭଡ଼ାରେ ରହୁଥିବା […]

ମେଟ୍ରୋ ରେଳପ୍ରକଳ୍ପ ଡିପୋ

ବାରଙ୍ଗ,୨୩/୧୧(ଏସଏସନିଉଜ) ମେଟ୍ରୋ ରେଳପ୍ରକଳ୍ପର ରତାଗଡନୂଆସାହିରେ ହୋଇଥିବା ଡିପୋକୁ ନେଇ ବିରୋଧ ଦେଖାଦେଇଛି।ଶନିବାର ସକାଳେ ରତାଗଡ ନୂଆସାହି ଗ୍ରାମବାସୀ ମାନେ ଡିପୋ ମୁଖ୍ୟଫାଟକଆଗରେ ଧାରଣାରେ ବସିଥିଲେ । ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ରତାଗଡ ନୂଆସାହି ଗ୍ରାମମୁଣ୍ଡରେ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର ଡିପୋ ପାଇ ନିଆଯାଇଥିବା ଜାଗା ପରେ ବି ପୁନର୍ବାର ଅଧିକ ଜାଗା ନେବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଡିପୋ କାମ କରୁଥିବା ଠିକାଦାର ଶୁକ୍ରବାର ଯେସିବି ଲଗାଇ ଡିପୋପାର୍ଶ୍ଵ ଜାଗା ସଫା କରାଯିବା ପରେ ଗ୍ରାମରେ ଏହାକୁ […]

ଆସୁଛି ଲଘୁଚାପ!

ଭୁବନେଶ୍ବର,୨୨/୧୧(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।ଉତ୍ତର-ଉତ୍ତରପଶ୍ଚିମ ମୁହାଁହୋଇ ଅବପାତରେ ପରିଣତ ହେବ।ଏହାରପ୍ରଭାବରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବ,ବାତ୍ୟାରୂପ ନେବ କି ନାହିଁ ଲଘୁଚାପ ହେବା ପରେ ହିଁ ସ୍ପଷ୍ଟ ହେବ।ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ।୨୭, ୨୮ ବେଳକୁ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଜେଲ ଗଲେ ପିଶାଚ ମାମୁଁ

ବାରଙ୍ଗ,୨୨/୧୧(ଏସଏସନିଉଜ) ୬ବର୍ଷର ଭାଣେଜିକୁ ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପିଶାଚ ମାମୁଁଙ୍କୁ ବାରଙ୍ଗ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲଣ କରିଛି। ପ୍ରକାଶଯେ,ମୟୂରଭ୍ଞ୍ଜର ୬ବର୍ଷର ନାବାଳିକା ପିତାମାତା ସହ ବାରଙ୍ଗ ତହସିଲ ସମ୍ମୁଖରେ ଥିବା ଇଟାଭାଟିରେ ରହୁଥିଲେ।ଏହା ନିକଟରେ ଥିବା ଅନ୍ୟ ଏକ ଇଟା ଭାଟିରେ ଟ୍ରାକ୍ଟର ଚଳାଉଥିବା ଝାଡ଼ଖଣ୍ଡର କୈଳାସ ସୋନାର ସମ୍ପର୍କୀୟ ମାମୁଁ ହୋଇଥିବାରୁ ନାବାଳିକା ରହୁଥିବା ଘରକୁ ଯିବାଆସିବା କରିଥାନ୍ତି ମଙ୍ଗଳବାର ଅପରାହ୍ନରେ କୈଳାସ ନାବାଳିକା ପରିବାର ରହୁଥିବା ଇଟାଭାଟିକୁ […]

ଅଫିସରେ ପଶିଲା ନାଗସାପ

ବାରଙ୍ଗ, ୨୧/୧୧(ଏସଏସନିଉଜ)ରତାଗଡ ନୂଆସାହିରେ ନୂତନ ଭାବରେ ଆରମ୍ଭ ହୋଇଥିବା ମେଟ୍ରୋ ରେଳପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଏକ ନାଗସାପ ଉଦ୍ଧାର ହୋଇଛି। ଗୁରୁବାର ଅପରାହ୍ନରେ ରତାଗଡ଼ ନୂଆସାହିରେ ନୂତନ ଭାବରେ ନିର୍ମିତ ହେଉଥିବା ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟାଳୟ ଭିତରୁ ଗୋଟିଏ ନାଗସାପ ପଶି ଯାଇଥିଲା। କାର୍ଯ୍ୟାଳୟ ଭିତରେ ନାଗସାପର ଗର୍ଜନ ଶୁଣି କର୍ମଚାରୀମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ପରେ ସ୍ନେକ ଉଦ୍ଧାର କାରି ସଦସ୍ୟ ରାଜକିଶୋର ନାୟକ ଖବର ପାଇ ଘଟଣାସ୍ଥଳରୁ ୫ଫୁଟର ଏକ ନାଗସାପକୁ […]

ଭଙ୍ଗାଯିବ ବୈକୁଣ୍ଠଧାମ ଆଶ୍ରମ

ଭୁବନେଶ୍ବର,୨୧/୧୧(ଏସଏସନିଉଜ)ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ।ଆସନ୍ତାକାଲି ସକାଳ ୮ଟାରେ ଭଙ୍ଗାଯିବ ଆଶ୍ରମ।ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ, ବିଏମ୍‌ସି ଓ କମିଶନରେଟ୍ ପୋଲିସକୁ ନେଇ ଭଙ୍ଗାଯିବ ଆଶ୍ରମ।୧୪୦ ଡିସିମିଲ୍ ସରକାରୀ ଜମିରେ ଅଛି ବୈକୁଣ୍ଠଧାମ ଆଶ୍ରମ।

ଆରମ୍ଭ ହେଲା ପ୍ରାଣୀଧନ ଗଣନା

  କଟକ,୨୧/୧୧(ଏସଏସନିଉଜ)ରାଜ୍ୟରେ ୨୧ତମ ପ୍ରାଣୀଧନ ଗଣନା -୨୦୨୪ କାର୍ଯ୍ୟକ୍ରମ କଟକ ଜିଲ୍ଲାର ଖପୁରିଆସ୍ଥିତ ୱାର୍ଡନଂ ୫୦ ଏବଂ ୫୨ରୁ ଶୁଭାରମ୍ଭ କରାଯାଇଅଛି। ରାଜ୍ୟର ସମସ୍ତ ଗ୍ରାମ ତଥା ସହରାଞ୍ଚଳରେ ଥିବା ସମସ୍ତ ୱାର୍ଡରେ ଏହି ପ୍ରାଣୀ ଧନ ଗଣନା କରାଯିବ୨୦୧୯-୨୦ ମସିହାଠାରୁ ପ୍ରତି ୫ବର୍ଷରେ ଏହି ଗଣନା କରାଯାଇ ଆସୁଛି।ପ୍ରାଣୀ ସମ୍ପଦର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରାଣୀଧନ ଗଣନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ […]

ବାରଙ୍ଗରେ ଲଜ୍ଜ୍ୟା

କଟକ,୨୦/୧୧(ଏସଏସନିଉଜ)କଟକଜିଲ୍ଲା ବାରଙ୍ଗ ଅଞ୍ଚଳର ତ୍ରିଶୂଳଆ ପାଖରେ ଥିବା ଏକ ଇଟାଭାଟି ପାଖରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପିଶାଚ ମାମୁଁ୬ବର୍ଷର ଭାଣେଜିକୁ ବି ଛାଡିନାହିଁ। ଏହି ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି।ଝାଡ଼ଖଣ୍ଡ ଅଞ୍ଚଳର ମାମୁଁ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ ପରିବାର ସହ ରହୁଥିବା ଜଣେ ୬ ବର୍ଷର ସମ୍ପର୍କୀୟ ଭାଣେଜିକୁ କୁରକୁରେ ଖାଇବାକୁ ଦେବାକୁ ଫସାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ […]