Browsing category

ଜିଲ୍ଲା

ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଏସଏସନିଉଜ) ଦୁଧିଆନାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଛନ୍ତି ଗ୍ରାମବାସୀ।୪ ଦିନ ବିଦ୍ୟୁତ ନଥିବାରୁ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ। ତୁରନ୍ତ ବିଦ୍ୟୁତ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି କରିଛନ୍ତି।

ଆଜି ଜୟପୁର ବନ୍ଦ

ଜୟପୁର,୨୮।୫(ଏସଏସନିଉଜ)ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ ହୋଇଛି।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିଛି।କାଗଜକଳ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ଡାକରା ଦିଆଯାଇଛି।ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।ଏହାଫଳରେ ଦୋକାନ ବଜାର ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

କୋଇଲା ଟ୍ରକ୍‌ରେ ଗଂଜେଇ

ଭୁବନେଶ୍ୱର,୨୮।୫(ଏସଏସନିଉଜ)କଣ୍ଟାମାଳ ଥାନାରେ ଅଟକ କୋଇଲା ଟ୍ରକ୍‌ରୁ ବାହାରିଲା ଗଂଜେଇ।ଯାଞ୍ଚ ବେଳେ ବାହାରିଲା ଗଂଜେଇ।ଉଦେପୁର ନିକଟରେ ଟ୍ରକ୍‌କୁ ଅଟକ ରଖି ଆଣିଥିଲା ପୋଲିସ୍।

ମହିଳା ୱାସ୍‌ ରୁମରେ ସିକ୍ରେଟ୍‌ କ୍ୟାମେରା

ଜଗତସିଂହପୁର,୨୮।୫(ଏସଏସନିଉଜ)ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସ୍‌ ରୁମରେ ସିକ୍ରେଟ କ୍ୟାମେରା ଲାଗିଛି।ଏହି କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ ରହିଛି।ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯିବାପରେ ପୋଲିସ କ୍ୟାମେରାଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ଏହି ଘଟଣାପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜିଲ୍ଲାପରିଷଦ ସଭାପତି।

ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ମାହାଙ୍ଗା,୨୮।୫(ଏସଏସନିଉଜ)କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୮ ଜଣ ସାଙ୍ଗରେ ପେଟ୍ରୋଲ୍‌, ଦିଆସିଲି ଓ ଦଉଡ଼ି ଧରି ଆସି ଥାନା ସମ୍ମୁଖରେ ସମୂହ ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ କାବୁ କରିନେଇଛି। ପ୍ରକାଶ ଯେ, ଶାହାନିଆଜପୁର ଗ୍ରାମର ରଘୁନାଥ ସୂତାରଙ୍କୁ ଘର କରାଇ ନଦେବା ପାଇଁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଥାନାରେ ଏତଲା ଦେଇ ଆସୁଥିଲେ। ଏତଲାକୁ ଭିତ୍ତି କରି ପୁଲିସର ଜଣେ […]

ବିଜେଡି ଛାଡ଼ିବେ ଦେବାଶିଷ!

କଟକ,୨୫।୫(ଏସଏସନିଉଜ) ବିଜେଡି ଛାଡ଼ିବେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କଟକ-ଜଗତସିଂହପୁରର ଅନେକ ନେତା ବିଜେପି ଯାଇପାରନ୍ତି। ବିଜେଡିର ହେଭିୱେଟ୍ ରାଜ୍ୟସଭା ସାଂସଦ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ଦଳରେ ନେତୃତ୍ବ ଅଭାବ ନେଇ ଅସନ୍ତୁଷ୍ଟ ଥିଲେ। ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ଥିଲା ତାଙ୍କର ତୀବ୍ର ଅସନ୍ତୋଷ।

ଜଙ୍ଗଲରେ ହାତୀର ମୃତ୍ୟୁ..

ବୌଦ୍ଧ,୨୫।୫(ଏସଏସନିଉଜ)ବୌଦ୍ଧରଶେଖେରା ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଦେହକୁ ଠାବ କରିଛି ବନବିଭାଗ।ମାଧପୁର ରେଞ୍ଜ ମନୋବେଡ଼ା ଗାଁ ଶେଖେରା ଜଙ୍ଗଲରେ ମୃତ୍ୟୁ ଘଟିଛି।ବାର୍ଦ୍ଧକ୍ୟଜନିତ କାରଣରୁ ହାତୀଟି ମରିଥିବାର ବନବିଭାଗର ସୂଚନା ମିଳିଛି।ବ୍ୟବଚ୍ଛେଦ ପରେ ଜଙ୍ଗଲରେ ତାକୁ ପୋତା ଯାଇଥିବାର ଜଣାପଡିଛି।

ଦିନ ୧୧ରୁ ୩ଯାଏଁ କାମ ବନ୍ଦ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରମିକମାନଙ୍କୁ କାମରେ ନିୟୋଜିତ ନକରିବାକୁ ପୂର୍ତ୍ତବିଭାଗର ନିର୍ଦ୍ଦେଶ ଆସିଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ୍‌, ପାନୀୟଜଳ ଓ ଫାଷ୍ଟଏଡ୍‌ କରିବାକୁ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ କରାଯାଇଛି।ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟିପାଇଁ ପରାମର୍ଶ ଦିଆଯାଇଛି।

ସେଲ୍‌ଫି ନେଲାବେଳେ ଜଳିଗଲେ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଲା ବେଳେ ଜଳିଗଲେ ଯୁବକ।ମଞ୍ଚେଶ୍ୱର ଷ୍ଟେସନରେ ଟ୍ରେନ୍‌ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ଆଜି ଅଘଟଣ ଘଟିଛି।ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇ କଟକକୁ ସ୍ଥାନାନ୍ତର କରାଯାଇଛି।

ଦଶାହଭୋଜି ଖାଇ ୪ମୃତ

ସୁନ୍ଦରଗଡ଼,୨୪।୫(ଏସଏସନିଉ ଜ)ଦଶାହ ଭୋଜି ଖାଇ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଝାଡ଼ାବାନ୍ତିରେ ୨, ଅତାବିରା ପଞ୍ଚାୟତ ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ୨ ମୃତ ହୋଇଥିବା ବେଳେ ଝାଡ଼ାବାନ୍ତିରେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏକ ଦଶାହ ଭୋଜି ଖାଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ଉଭୟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।