Browsing category

ଜିଲ୍ଲା

ସିମ୍ପାଜିକୁ କୁଲର, ଭାଲୁକୁ ତରଭୂଜ…

ଭୁବନେଶ୍ୱର,୨୩।୫(ଏସଏସନିଉଜ)ମେମାସ ଶେଷହେବାକୁ ଯାଉଥିଲେ ବି ଓଡ଼ିଶାରୁ ଖରାକମିବାର ନାଁ ନେଉନି।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ।ଏହି ଡ଼ହଡ଼ହ ଖରାରେମଣିଷ ଯେତିକି କଷ୍ଟ ପାଉଛନ୍ତି, ନିରୀହ ଜୀବଜନ୍ତୁଙ୍କଅବସ୍ଥା ବି ସେତିକି ଦୟନୀୟ।ଏହାକୁ ଦୃଷ୍ଟିରେରଖି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚାଲିଛି ସ୍ୱତନ୍ତ୍ରପ୍ରସ୍ତୁତି। ଭୁବନେଶ୍ବରର ତାପମାତ୍ରା ୪୨ ଛୁଇଁଥିବା ବେଳେ ଗରମର ଅନୁଭୂତି ୪୫ଡ଼ିଗ୍ରୀରୁ ଅଧିକ ପରି ଲାଗୁଛି । ଏଭଳି ସ୍ଥିତିରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କପାଇଁ ସମର ଆକ୍ସନପ୍ଲାନ୍ ଆରମ୍ଭ କରିଛନ୍ତି।ଖାଲି ଜୀବଜନ୍ତୁପାଇଁ ନୁହେଁ ଏଠାରେ ରାଜ୍ୟ ଓ ରାଜ୍ୟ […]

ପୁଲିସର ଚଢ଼ାଉ, ୩୮ ହାଇୱା, ୧ ଜେସିବି ଜବତ

ମେଣ୍ଢାଶାଳ,୨୨।୫(ଏସଏସନିଉଜ) ରାଜଧାନୀ ଉପକଣ୍ଠ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ମାତିଛନ୍ତି ବାଲିମାଫିଆ।ଆଉ ବାଲି ଚୋରା ଚାଲାଣ କରିବା ସମୟରେ ରାଜଧାନୀରେ ଦ୍ରୁତବେଗରେ ଯାଉଥିବା ବାଲି ବୋଝେଇ ହାଇୱା ଧକ୍କା ଦେବା ଫଳରେ ଗୋଟିଏ ସପ୍ତାହ ଭିତରେ ଚାଲିଯାଇଥିଲା ୬ ଜଣଙ୍କ ଜୀବନ।ରାଜଧାନୀରେ କମିଶନରେଟ୍‍ ପୁଲିସର ବେଖାତିର କରି ବାଲି ମାଲିଆମାନେ ଚଳାଇଥିଲେ ଆତଙ୍କରାଜ।ଟେଣ୍ଡର ନଆଣି ବେଆଇନ ଭାବେ ଗତ କିଛି ଦିନ ହେବ ବାଲି ମାଫିଆମାନେ ଚୋରାବାଲି ଚାଲାଣ କରୁଥିଲେ । ଏନେଇ ଜୋନ୍‍-୫ ଏସିପି ମାନସପ୍ରଧାନଙ୍କ […]

ଅଟୋ ପୋଡ଼ି ଦେଲେ ଦୃର୍ବୁତ୍ତ

କଟକ, ୨୨।୫(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ଏକ ଘରୋଇ ବିଲଡର ସଂସ୍ଥା ଭିତରେ ଥୁଆ ହୋଇଥିବା ଅଟୋକୁ ଦୃର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି।ଯାହାକୁନେଇ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ମଧୁବନଗ୍ରାମର ମମତା ସାମଲଙ୍କ ଓଡି ୦୫ବିଜେଡ୍ ୫୫୫୦ ନମ୍ୱର ଅଟୋଟିକୁ ତାଙ୍କର ସମ୍ପର୍କୀୟ ବନ୍ଧୁ ଚଲାଉ ଥିଲେ। ପ୍ରତ୍ୟେକ ଦିନ ଭଳି ଗୁରୁବାରରାତିରେ ନିକଟସ୍ଥ ଏକ ଘରୋଇ ବିଲଡର ସଂସ୍ଥା ପରିସରରେ ଗାଡ଼ିଟି ରହିଥିଲା।ଗୁରୁବାର ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଅଟୋଟିକୁ ନିଆଁ ଲଗାଇ ଦେବାରୁ […]

ନନ୍ଦନକାନନରେ ପାଳନ ହେଲା…

ବାରଙ୍ଗ,୨୨।୫(ଏସଏସନିଉଜ) ସାରା ବିଶ୍ବ ମେ ୨୨ ତାରିଖରେ ‘ଜୈବିକ ବିବିଧତା ଅନ୍ତର୍ଜାତୀୟ ଦିବସ’ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ । ଏହି ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅଞ୍ଚଳକୁ କଭର କରି ନନ୍ଦନକାନନ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାୟୋବ୍ଲିଟ୍ଜ ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଜୈବିକ ବିବିଧତା ପାଇଁ ୨୪ ଘଣ୍ଟିଆ ଏକ ଡକ୍ୟୁମେଣ୍ଟେସନ୍ ଇଭେଣ୍ଟ କାର୍ଯ୍ୟକ୍ରମ […]

କେନ୍ଦୁପାଟଣାରେ ଆରମ୍ଭ ହେଲା ଚନ୍ଦନଯାତ୍ରା

ଭୁବନେଶ୍ୱର,୧୭।୫(ଏସଏସନିଉଜ)ରାଜଧାନୀଉପକଣ୍ଠ କେନ୍ଦୁପାଟଣା ଗ୍ରାମରେ ପ୍ରତେକ ବର୍ଷପରି ଏବର୍ଷଚନ୍ଦନଯାତ୍ରା ରବିବାରରାତିରେ ମହାସମାରୋହର ସହ ଆରମ୍ଭ ହୋଇଛି।୩ଦିନଧରି ଚାଲିବାକୁଥିବା ସାଂସ୍କୃତିକକାର୍ଯ୍ୟକ୍ରମ ଯାତ୍ରା ଉସବର ଉଦଘାଟନ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଗ୍ରାମ୍ୟକମିଟି ସଭାପତି ମାନସକୁମାରଦାସ ଉଦଘାଟନ କରିଥିଲେ।ଅନ୍ୟମାନଙ୍କମଧ୍ୟରେ ଉପସଭାପତି ସୁକାନ୍ତଦାସ ଓ ପ୍ରଦୀପ୍ତବେଉରା,ସମ୍ପାଦକ ପବିତ୍ରଦାସ,କୋଷାଧକ୍ଷ ପ୍ରଦୀପ ନାୟକ,ଅକ୍ଷୟସାହୁ,ମୁଖ୍ୟଉପଦେଷ୍ଟା ଅଶୋକଭଟ,ସୁବ୍ରତଦାସ,ଗୋକୁଳ ବେଉରା,ବ୍ରଜକିଶୋରଦାସ,ଦେବଦାସ,ବାବୁଲାଦାସ,ରାକେଶଦାସ, ଲିଟୁଦାସ, ମନ୍ଦିରମହନ୍ତ ଅକ୍ଷୟକୁମାରଦାସ ପ୍ରମୁଖ ଉପସ୍ଥିତଥିଲେ।ପ୍ରଥମରାତିରେ ଆଖ ପାଖଗ୍ରାମର ବହୁଦର୍ଶକ ଉପସ୍ଥିତହୋଇ ହୋଇଥିବା ନାଟକକୁ ଉପଭୋଗ କରିଥିଲେ।(ଜିତରାଉତଙ୍କ ରିପୋର୍ଟ)

ଅସୁସ୍ଥ ଦନ୍ତାର ଚିକିତ୍ସା ହେଲା

ମେଣ୍ଢାଶାଳ,୧୭।୫(ଏସଏସନିଉଜ)ଅସୁସ୍ଥ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ଚନ୍ଦକା ବନଖଣ୍ଡ ଅନ୍ତର୍ଗତ ହଳଦିଆ ରେଞ୍ଜ’ର ଆମ୍ବିଲୋ ଜଙ୍ଗଲରେ କିଛିଦିନ ହେବ ବୁଲୁଥିବା ଅସୁସ୍ଥ ଦନ୍ତାକୁ ଆଜି ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ହଳଦିଆ ରେଞ୍ଜରେ ଦୁଇଟି ଦନ୍ତା ବୁଲାବୁଲି କରୁଥିବା ବେଳେ ଗୋଟିଏ ଦନ୍ତାଟି ଅସୁସ୍ଥ ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀ ଦୁଇଟିଙ୍କୁ ନଜର ରଖାଯାଇଥିଲା। ଆଜି ଦିନ ତମାମ କସରତ ପରେ ପ୍ରଥମେ ସୁସ୍ଥ […]

ସୋମବାର ସୁଦ୍ଧା ସ୍ବାଭାବିକ ହେବ ସ୍ଥିତି

ଭୁବନେଶ୍ଵର,୧୬।୫(ଏସଏସନିଉଜ)ରାଜ୍ୟରେ ଦେଖାଦେଇଥିବା ତୈଳ ସଂକଟ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସା. ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।ସମସ୍ତ ପେଟ୍ରୋଲପମ୍ପକୁ ତୈଳ ଯୋଗାଣ ହେଉଛି।ଆସନ୍ତାକାଲି ରବିବାର ବି ତୈଳ ଯୋଗାଣ ହେବ।ତୈଳଯୋଗାଣ ହେଲେ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି କୁହାଯାଇଛି।

କୁଖ୍ୟାତ ଗୋରୁମାଫିଆ ଗିରଫ

ନବରଙ୍ଗପୁର,୧୬।୫(ଏସଏସନିଉଜ)କୁଖ୍ୟାତ ଗୋରୁମାଫିଆ ସେକ୍ ଅଜିଜ୍ ଗିରଫ ହୋଇଛନ୍ତି।ସେକ୍ ଅଜିଜ୍‌କୁ ନିଜ ଘରୁ ଗିରଫ କଲା ନବରଙ୍ଗପୁର ପୋଲିସ।ଅଜିଜ ନାଁରେ ନବରଙ୍ଗପୁର ଓ କୋରାପୁଟ୍ ଜିଲ୍ଲାରେ ଅଛି ୬ଟି ମାମଲା।ନିକଟରେ ସଂପୃକ୍ତ ୨ଟି ମାମଲାରେ ୧୫୦ ଗୋରୁ ଉଦ୍ଧାର କରିଥିଲା ପୋଲିସ।ଏବେ ୧୫୦ରୁ ଊର୍ଦ୍ଧ୍ବ ଗୋରୁ ବିଶାଖାପାଟଣା ଓ ହାଇଦ୍ରାବାଦ ଚାଲାଣ କରିଥିବାର ସୂଚନା ପୋଲିସକୁ ମିଳିଛି।

ଗୋଟିଏ ଅଫିସ୍‌ରେ ୩ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି

ଭୁବନେଶ୍ଵର,୧୬।୫(ଏସଏସନିଉଜ)ରାଜସ୍ୱ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ମିଳିଛି।ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍‌ରେ ରହିଲେ ବଦଳି ଅନିବାର୍ଯ୍ୟ ବୋଲି କୁହାଯାଇଛି।ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ ରହିଛି।

ଭୁବନେଶ୍ବରରେ ୧୫ଇଭି ଚାର୍ଜିଂସେଣ୍ଟର – ମନ୍ତ୍ରୀ

ଭୁବନେଶ୍ଵର,୧୬।୫(ଏସଏସନିଉଜ)ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି।ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଣ୍ଟର କରିବାକୁ କୁହାଯାଇଛି।କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଣ୍ଟର ଶେଷ କରିଛି।କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ସେଣ୍ଟର୍ ରହିଛି- ପରିବହନ ମନ୍ତ୍ରୀ।ଧିରେ ଧିରେ ଗ୍ରାମାଞ୍ଚଳରେ ବି ଏହି ଚାର୍ଜିଂ ସେଣ୍ଟର୍ କରାଯିବ।