ପୁଲିସର ଚଢ଼ାଉ, ୩୮ ହାଇୱା, ୧ ଜେସିବି ଜବତ

ଗାଡିଛାଡି ଦୌଡିଲେ ମାଲିକ ଓ ଗାଡି ଡ୍ରାଇଭର

ମେଣ୍ଢାଶାଳ,୨୨।୫(ଏସଏସନିଉଜ) ରାଜଧାନୀ ଉପକଣ୍ଠ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ମାତିଛନ୍ତି ବାଲିମାଫିଆ।ଆଉ ବାଲି ଚୋରା ଚାଲାଣ କରିବା ସମୟରେ ରାଜଧାନୀରେ ଦ୍ରୁତବେଗରେ ଯାଉଥିବା ବାଲି ବୋଝେଇ ହାଇୱା ଧକ୍କା ଦେବା ଫଳରେ ଗୋଟିଏ ସପ୍ତାହ ଭିତରେ ଚାଲିଯାଇଥିଲା ୬ ଜଣଙ୍କ ଜୀବନ।ରାଜଧାନୀରେ କମିଶନରେଟ୍‍ ପୁଲିସର ବେଖାତିର କରି ବାଲି ମାଲିଆମାନେ ଚଳାଇଥିଲେ ଆତଙ୍କରାଜ।ଟେଣ୍ଡର ନଆଣି ବେଆଇନ ଭାବେ ଗତ କିଛି ଦିନ ହେବ ବାଲି ମାଫିଆମାନେ ଚୋରାବାଲି ଚାଲାଣ କରୁଥିଲେ । ଏନେଇ ଜୋନ୍‍-୫ ଏସିପି ମାନସପ୍ରଧାନଙ୍କ ନେତୃତ୍ୱରେ ଚନ୍ଦକା ଥାନା ଅଧିକାରୀ ସମିତାମିଶ୍ର ଓ ନନ୍ଦନକାନନ ଥାନାଅଧିକାରୀ ବିଭୂ ମୁଦୁଲି ମିଳିତ ଭାବେ ଗୁରୁବାର ବିଳମ୍ବିତ ରାତିରେ ଆରମ୍ଭ କରିଥିଲେ “ଅପରେସନ ବାଲି ମାଫିଆ’’ । ଆଉ ବାଲିମାଫିଆଙ୍କୁ ସାମ୍ନା କରିବା ପାଇଁ ପୁଲିସ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲା।ଦୁଇ ଥାନାଅଧିକାରୀ ବିଳମ୍ବିତ ରାତିରେ ବାଲି ଘାଟରେ ଚଢ଼ାଉ କରିଥିଲେ।ପୁଲିସକୁ ଦେଖି ବାଲିମାଫିଆ ଓ ହାଇୱା ଡ୍ରାଇଭରମାନେ ଛତ୍ରଭଙ୍ଗ ଦେଇଥିଲେ।ପରେ ପୁଲିସ ଘଟଣା ସ୍ଥଳରେ ଥିବା ୩୮ଟି ହାଇୱା ଓ ଗୋଟିଏ ଜେସିବିକୁ ଜବତ କରିଥିଲା । ସବୁଗାଡିକୁ ପୁଲିସ ଥାନାକୁ ଆଣି ଜବତ କରିଛି । ଫେରାର ଥିବା ଗାଡି ମାଲିକ ଓ ଡ୍ରାଇଭରଙ୍କୁ ଧରିବାକୁ ପୁଲିସ ଚଢ଼ାଉକୁ ଜୋରଦାର କରିଛି । ଏନେଇ ଚନ୍ଦକା ଥାନା ଅଧିକାରୀ କହିଛନ୍ତି ଯେ, ବେଆଇନ ଭାବେ ବାଲି ଚାଲାଣ କରୁଥିବା ମାଫିଆଙ୍କୁ ଛଡାଯିବ ନାହିଁ । ମୋରମ ଓ ବାଲି ମାଫିଆଙ୍କ ଆମେ କଡା ନଜର ରଖିଛୁ । ଜବତ ହୋଇଥିବା ହାଇୱାର ଡ୍ରାଇର ଗାଡି ଡ୍ରାଇଭରମାନେ ଥାନାକୁ ଆସିଲେ ଆମେ ୪୧ ନୋଟିସ ଦେଇ ଛାଡି ଦେବୁ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment