ସିମ୍ପାଜିକୁ କୁଲର, ଭାଲୁକୁ ତରଭୂଜ…

ନନ୍ଦନକାନନରେ ଖରାଦିନିଆ ପ୍ରସ୍ତୁତି...

ଭୁବନେଶ୍ୱର,୨୩।୫(ଏସଏସନିଉଜ)ମେମାସ ଶେଷହେବାକୁ ଯାଉଥିଲେ ବି ଓଡ଼ିଶାରୁ ଖରାକମିବାର ନାଁ ନେଉନି।ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ।ଏହି ଡ଼ହଡ଼ହ ଖରାରେମଣିଷ ଯେତିକି କଷ୍ଟ ପାଉଛନ୍ତି, ନିରୀହ ଜୀବଜନ୍ତୁଙ୍କଅବସ୍ଥା ବି ସେତିକି ଦୟନୀୟ।ଏହାକୁ ଦୃଷ୍ଟିରେରଖି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଚାଲିଛି ସ୍ୱତନ୍ତ୍ରପ୍ରସ୍ତୁତି। ଭୁବନେଶ୍ବରର ତାପମାତ୍ରା ୪୨ ଛୁଇଁଥିବା ବେଳେ ଗରମର ଅନୁଭୂତି ୪୫ଡ଼ିଗ୍ରୀରୁ ଅଧିକ ପରି ଲାଗୁଛି । ଏଭଳି ସ୍ଥିତିରେ ନନ୍ଦନକାନନ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କପାଇଁ ସମର ଆକ୍ସନପ୍ଲାନ୍ ଆରମ୍ଭ କରିଛନ୍ତି।ଖାଲି ଜୀବଜନ୍ତୁପାଇଁ ନୁହେଁ ଏଠାରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କପାଇଁ ମଧ୍ୟ ଦିନକୁ ୪ଥର ପାଣିସ୍ପ୍ରେ କରାଯାଉଥିବା ବେଳେ ଜୀବଜନ୍ତୁଙ୍କ ଖୁଆଡଉପରେ ସବୁଜନେଟ ଓ ନଡ଼ାଛାଉଣୀ କରାଯାଇଛି।ଭିତରେ କୁଲର ଲଗାଯାଇଛି ଯେମିତି ବାଘସିଂହ,ଭାଲୁପରି ଅନେକ ଜୀବଜନ୍ତୁ ଖରାଦାଉରୁ ରକ୍ଷା ମିଳିବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି କର୍ତ୍ତୃପକ୍ଷ।ଋତୁ ଅନୁଯାୟୀ ଏଠାରେ ଥିବା ପଶୁପକ୍ଷୀ ମାନଙ୍କୁ ପରିଚାଳନା କରିବାକୁ ପଡୁଥିବାବେଳେ ହଠାତ୍ ପାଗରେ ପରିବର୍ତ୍ତନ ନନ୍ଦନକାନନପାଇ ଚିନ୍ତାର କାରଣ ପାଲଟିଛି।ପଶୁପକ୍ଷୀ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେରଖି ନନ୍ଦନ କାନନକର୍ତ୍ତୃପକ୍ଷ ବହୁ ପଦକ୍ଷେପମାନ ହାତକୁ ନେଇଛନ୍ତି ।ଚିଡ଼ିଆଖାନାକୁ ବାର୍ଷିକ ୩.୯କୋଟିରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି।ଏଠାରେ ଥିବା ୧୭୯ପ୍ରଜାତିର ୪ହଜାରେରୁଉର୍ଦ୍ଧ ପଶୁପକ୍ଷୀ ଅଛନ୍ତି।

ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାପାଇଁ,ନନ୍ଦନକାନନ ଋତୁକାଳୀନ ପରିଚାଳନା ପାଇଁ ଏକ ସୁସଂଗଠିତମାନକ କାର୍ଯ୍ୟପ୍ରଣାଳୀ ଅନୁସରଣ କରିଛି।
ଚିଡ଼ିଆଖାନାର ରଣନୀତିର ଏକପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଯେ ଗ୍ରୀଷ୍ମକାଳୀନ ଆରାମ ବ୍ୟବସ୍ଥାଗୁଡ଼ିକୁ ସମୃଦ୍ଧି ସହିତ ସମନ୍ୱିତ କରିପାରିଛି। କେବଳ
ବିଭିନ୍ନ ଆଶ୍ରୟସ୍ଥଳଗୁଡ଼ିକରେ ପାକୃତିକ ପରିବେଶ ସୃଷ୍ଟିକରି ଛାଇ ପ୍ରଦାନ କରିବା ପାଇଁ ଉଦ୍ୟମ କରାଯାଇଛି।ପଶୁପକ୍ଷୀମାନଙ୍କୁ ଆର୍ଦ୍ରତାଯୁକ୍ତ ଭାବରେ ରଖିବା ସହିତ ସିଂହ,ବାଘ,ଚିତାବାଘଭଳି ବଡ଼ ମାଂସାଶୀ ପ୍ରାଣୀଙ୍କ ଖୁଆଡରେ ଥିବା ଜଳକୁଣ୍ଡରେ ବରଫଖଣ୍ଡ ପକାଯିବା ସହ ସମୟାନୁକ୍ରମେ ପାଣି ପରିବର୍ତ୍ତନ କରାଯାଉଛି।
ଅଧିକଗରମ ରୋକିବାପାଇଁ ଖୁଆଡକୁ ନଡ଼ାଦ୍ଵାରା ଆଚ୍ଛାଦିତ କରାଯାଇଛି। ମାଛରଙ୍କା ବିଲେଇ,ଜଙ୍ଗଲ ବିଲେଇଆଦି ଖୁଆଡକୁ ବାଉଁଶତାଟି ଦ୍ଵାରା ଆବଦ୍ଧ କରାଯାଇ ଷ୍ଟାଣ୍ଡଫ୍ୟାନ୍ ରଖାଯାଇଛି।ଗଧିଆ,ଶୃଗାଳ, ହାଇନା ଏବଂ ଜଙ୍ଗଲୀ କୁକୁରମାନଙ୍କ ଖୁଆଡରେ ଛାଇଯୁକ୍ତ ବିଶ୍ରାମସ୍ଥଳୀ ସାଙ୍ଗକୁ ସ୍ପ୍ରିଙ୍କଲର ବ୍ୟବସ୍ଥା ହୋଇଛି।

ତୃଣଭୋଜୀ ହରିଣ ପ୍ରଜାତିମାନଙ୍କ ପାଇଁ ସ୍ପ୍ରିଙ୍କଲର ସହ ପାଣିସିଞ୍ଚନର ବ୍ୟବସ୍ଥା ହୋଇଛି।ସମ୍ବର ଏବଂ ସ୍ୱାମ୍ପହରିଣ ପ୍ରଜାତିମାନଙ୍କପାଇଁ ରହିଥିବା କାଦୁଆ ଏବଂ ପାଣି ପୁଷ୍କରିଣୀକୁ ନିୟମିତ ଭାବରେ ସଫା କରାଯାଉଛି।ସବୁଠାରୁ ଉତ୍ତାପ-ସମ୍ବେଦନଶୀଳ ହାତୀମାନଙ୍କୁ ପ୍ରତିଦିନ ଗାଧେଇଦେବା ସହିତ ସ୍ପ୍ରିଙ୍କଲର ଦ୍ଵାରା ପାଣି ଚିଞ୍ଚନ ବ୍ୟବସ୍ଥା କରାଯାଇଛି।ଭାଲୁମାନଙ୍କ ପାଇ ଛାଇଯୁକ୍ତ ଆଶ୍ରୟସ୍ଥଳ ଓ ବରଫଖଣ୍ଡ ସହିତ ଥଣ୍ଡା ପାନୀୟ ଜଳ ଏବଂ ମଧୁର ପାଣି ପ୍ରଦାନ କରାଯାଇଛି। ସେମାନଙ୍କୁ ତରଭୁଜ,ଆଖୁରସ ସମେତ ବିଶେଷ ଗ୍ରୀଷ୍ମକାଳୀନ ଖାଦ୍ୟ ଦିଆଯାଉଛି।ପ୍ରବଳ ଗରମସମୟରେ, ସେମାନଙ୍କୁ ଘରଭିତରେ ରଖାଯାଉଛି।ବଜ୍ରକାପ୍ତାଭଳି ଛୋଟସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ଉନ୍ନତ ବାୟୁଚଳନ ସହିତ ଥଣ୍ଡାଘେରାରେ ରଖାଯିବାସହିତ ସିମ୍ପାଞ୍ଜି ଏବଂ ଅନ୍ୟାନ୍ୟ ମାଙ୍କଡ଼ମାନଙ୍କ ଖୁଆଡ଼ରେ ଏୟାରକୁଲର୍ ବ୍ୟବସ୍ଥା ହୋଇଛି।ସେମାନଙ୍କର ଗ୍ରୀଷ୍ମକାଳୀନ ଖାଦ୍ୟ ନଡ଼ିଆପାଣି,ତରଭୁଜ,ପଣସ ଆଦି ଖାଦ୍ୟ ଖାଇବାକୁ ଦିଆଯାଉଛି।

କାପୁଚିନ୍, ତମାରିନ୍, ମାରମୋସେଟ୍ ମାଙ୍କଡ଼ଭଳି ଛୋଟପ୍ରଜାତିମାନଙ୍କୁ ଖରା ଦିନିଆ ଖାଦ୍ୟ ସହ ଖୁଆଡକୁ ବାଉଁଶତାଟିରେ ଆବଦ୍ଧ କରାଯାଇଛି।ପକ୍ଷୀମାନଙ୍କ ଖୁଆଡ୍ ଆଗରେ ପଡିଥିବା ପରଦାରେ ନିୟମିତ ପାଣିସିଞ୍ଚନ ହେଉଛି।ଭିତରେ ମାଟିପାତ୍ରରେ ପାଣି ପିଇବାପାଇ ପାଣି ରଖାଯାଇଛି।ଏମୁ ଏବଂ ଓଟପକ୍ଷୀମାନଙ୍କ ଖୁଆଡରେ ପର୍ଯ୍ୟାୟକ୍ରମେ ସ୍ପ୍ରେଦ୍ଵାରା ପାଣିଚିଞ୍ଚନ୍ କରାଯିବା ସହ ଛାଇଯୁକ୍ତ ପରିବେଶ ସୃଷ୍ଟି କରାଯାଇଛି।କୁମ୍ଭୀର ଏବଂ କଇଁଛ ମାନଙ୍କ ଖୁଆଡରେ ଥିବା ବଡ଼ଜଳାଶୟକୁ ଥଣ୍ଡା ରଖିବାପାଇଁ ପ୍ରୟାସ କରାଯାଇଛି।ଏହାସହିତ ୨୪ ଘଣ୍ଟିଆ ଡାକ୍ତରୀଟିମ୍ ଆଲର୍ଟ ରହିଛନ୍ତି।ସେହିପରି ପର୍ଯ୍ୟଟକ ମାନଙ୍କପାଇଁ ବିଶୁଦ୍ଧ ଥଣ୍ଡାଜଳ ଯୋଗାଣର ବ୍ୟବସ୍ଥା କରାଯିବା ସହିତ ସମୟନୁକ୍ରମେ ପାଣିଛିଞ୍ଚନ କରାଯାଉଥିବା ନନ୍ଦନକାନନ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି।

Comments (0)
Add Comment