ଅଟୋ ପୋଡ଼ି ଦେଲେ ଦୃର୍ବୁତ୍ତ

କଟକ, ୨୨।୫(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ଏକ ଘରୋଇ ବିଲଡର ସଂସ୍ଥା ଭିତରେ ଥୁଆ ହୋଇଥିବା ଅଟୋକୁ ଦୃର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି।ଯାହାକୁନେଇ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ମଧୁବନଗ୍ରାମର ମମତା ସାମଲଙ୍କ ଓଡି ୦୫ବିଜେଡ୍ ୫୫୫୦ ନମ୍ୱର ଅଟୋଟିକୁ ତାଙ୍କର ସମ୍ପର୍କୀୟ ବନ୍ଧୁ ଚଲାଉ ଥିଲେ। ପ୍ରତ୍ୟେକ ଦିନ ଭଳି ଗୁରୁବାରରାତିରେ ନିକଟସ୍ଥ ଏକ ଘରୋଇ ବିଲଡର ସଂସ୍ଥା ପରିସରରେ ଗାଡ଼ିଟି ରହିଥିଲା।ଗୁରୁବାର ବିଳମ୍ବିତ ରାତିରେ କେହି ଦୃବୁର୍ତ୍ତ ଅଟୋଟିକୁ ନିଆଁ ଲଗାଇ ଦେବାରୁ ଅଟୋଟି ସଂପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି।ଶୁକ୍ରବାର ସକାଳୁ ଏହା ଜଣାପଡିବା ପରେ ମମତା ବାରଙ୍ଗ ଥାନାରେ ଏସଂକ୍ରାନ୍ତରେଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Comments (0)
Add Comment