ଚୋରିକରି ବନ୍ଧାହେଲେ ଯୁବକ
ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍ରେ ପ୍ରବେଶ କରିଥିଲେ । […]