Browsing category

ଜିଲ୍ଲା

ଦାମପୁର ଗାଁରେ ମେଡ଼ିକାଲ୍ ଟିମ୍

ଦିଗପହଣ୍ଡି,୨୪।୭(ଏସଏସନିଉଜ )ଦାମପୁର ଗାଁରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ ଟିମ୍।ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଲେ।୩ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବା ସହ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ସହ ୫ରୁ ଅଧିକ ଆକ୍ରାନ୍ତ ଥିବାର ଅଦ୍ୟାବଧି ଜଣାପଡିଛି।

ଉତ୍ପାତ କରୁଛି ଦନ୍ତା !

ବଣାଇ,୨୪।୭(ଏସଏସନିଉଜ) ଧରଣୀ ଧରପାଲି ସେକ୍ସନ ଅଂଚଳରେ ଦନ୍ତାହାତୀର ଉତ୍ପାତ ଦେଖାଦେଇଛି।ତାଳଖାଇବା ସହ ଚାଷୀଙ୍କ ଧାନତଳି ଦଳି ନଷ୍ଟ କରୁଛି।ଘଉଡ଼ାଇବାରେ ଲାଗିଛନ୍ତି ACFଙ୍କ ସମେତ ବନବିଭାଗ ଟିମ୍ ।ସେହିଭଳି ଭାବେ ବାଙ୍କୀର ଭଗିପୁର ଓ କୂଅମଡା ଅଞ୍ଚଳରେ ହାତୀ ଉତ୍ପାତ ଦେଖାଦେଇଛି।ପାଚେରି ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ହାତୀ।ଆଠଗଡ଼ ସୁକାଶନ ଜଙ୍ଗଲରୁ ମାଈହାତୀଟି ଆସିଥିଲା।ହାତୀଟିକୁ ଚନ୍ଦକା ଅଭୟାରଣ୍ୟ ଭିତରକୁ ଘଉଡାଇ ଦେଲା ବନ ବିଭାଗ।

ଜେଲରୁ ବାହାରିଲେ ଡ୍ରାଇଭର ସଙ୍ଘ କୋଷାଧ୍ୟକ୍ଷ

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଓଡ଼ିଶା ଡ୍ରାଇଭର ମହାସଙ୍ଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଜେଲରୁ ବାହାରିଛନ୍ତି।ଜାମିନ ମଞ୍ଜୁର ହେବା ପରେ ଦେବଗଡ଼ ଜେଲରୁ ମୁକୁଳିଛନ୍ତି ।ଆଦିତ୍ୟବେହେରା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ବେଳେ ଡ୍ରାଇଭରଙ୍କୁ ମାଡ଼ମାରିବା ଅଭିଯୋଗ ହୋଇଥିଲା।ଦେବଗଡରୁ ଆଦିତ୍ୟ ବେହେରାଙ୍କୁ ଗିରଫ କରିଥିଲା ପୁଇଁତଳାଥାନା ପୋଲିସ୍ ।

ସୃଷ୍ଟିହେଲା ଲଘୁଚାପ!

ଭୁବନେଶ୍ୱର,୨୪।୭(ଏସଏସନିଉଜ)ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି।ଘନୀଭୂତ ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେବା ଆଶଙ୍କା ଦେଖାଦେଇଛି।ଲଘୁଚାପଟି ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ ବୋଲି ଅନୁମାନ କରାଯାଇଛି।ଉତ୍ତରଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି।ବାତ୍ୟା ୱିଫାର ଅବଶିଷ୍ଟାଂଶ ପ୍ରବେଶ ସମୟାନୁସାରେ ଜଣାପଡିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୁକ୍ତାକାଶ କାରାଶ୍ରମରୁ କଏଦୀକୁ ମୁକ୍ତ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଯାମୁଝରିସ୍ତିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ ମଙ୍ଗଳବାର ଦିନ ଜଣେ କଏଦୀକୁ ମୁକ୍ତ କରାଯାଇଛି।ମୁକ୍ତ ହୋଇଥିବା କଏଦୀ ହେଉଛନ୍ତି ଅନୀଲ ପ୍ରଧାନ।କନ୍ଧମାଳ ଜି.ଉଦୟଗିରି ଥାନା ଅଧୀନସ୍ଥ ଲିଙ୍ଗାଗୁଡା ଗ୍ରାମରେ ଅନୀଲଙ୍କ ଘର।ତାଙ୍କୁଏକ ହତ୍ୟା ମାମଲାରେ ୨୦୦୯ ମାର୍ଚ୍ଚ୯ତାରିଖରେ ଆଜୀବନ ସଜା ହୋଇଥିଲା।୨୦୧୮ ଫ୍ରେବୁଆରି୫ତାରିଖରେ ସେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଆସିଥିଲେ।ଅନୀଲ ଯିବାପରେ ମୁକ୍ତାକାଶରେ କଏଦୀଙ୍କ ସଂଖ୍ୟା ହ୍ରାସ ପାଇ ୨୯ରେ ପହଞ୍ଚିଛି ବୋଲି ସୁପରିଟେଣ୍ଡଟ ସ୍ମିତା ମହାନ୍ତି ଓ ସହକାରୀ ଜେଲର ସ୍ବାଗତ ରଞ୍ଜନ ସାହୁ […]

ବେଆଇନ ଚୋରା ମୋରମ ଚାଲାଣ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ବେଆଇନ ଭାବେ ପାଇକେରା ପୁରରେ ଚୋରାମୋରମଚାଲାଣ କରୁଥିବା ବେଳେ ଚନ୍ଦକାଥାନା ପୋଲିସ ତିନିଟି ହାଇୱା ଗୋଟିଏ ଜେଶିବି ମେସିନ ଜବତକରିଛି।ଏହି ଘଟଣାରେ ଫେରାର ଥିବା ୩ଜଣ ଗାଡିଚାଳକକୁ ମଙ୍ଗଳବାର ଗିରଫକରି ୧୯୦/୨୭କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଚନ୍ଦକାଥାନା ଅଧୀନସ୍ଥ ପାଇକେରାପୁରରେ ରହୁଥିବା ବେଗୁନିଆ ବାସୁଦେବପୁରର ସୁଦାମ ବେହେରା(୩୪)ନୟାଗଡ଼ ଖଣ୍ଡପଡ଼ାର ଜିତୁ ବରଦ(୩୨)ଓ ଅଜୟ ଗୁରୁ(୨୨) । ପ୍ରକାଶଯେ,ପ୍ରକାଶଯେ, ଗତ ମାସ ୮ତାରିଖ ସନ୍ଧ୍ୟାସମୟରେ ଚନ୍ଦକାଥାନା ପୋଲିସ ପେଟ୍ରୋଲିଂ କରୁଥିବା […]

ଡାକ୍ତର କରୁଣାକର ରାଉତଙ୍କୁ

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକଜିଲ୍ଲା ସଦରମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସରବିଭାଗର ବରିଷ୍ଠ ମେଡିକାଲ ଅଫିସରଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। […]

କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ଵର,୨୨।୭(ଏସଏସନିଉଜ) ଆସନ୍ତା କାଲିଠାରୁ ଓଡ଼ିଶାରେ ପ୍ରବଳବର୍ଷା ସମ୍ଭାବନା ରହିଛି।ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଆଞ୍ଚଳିକ ପାଣିପାଗବିଭାଗ ପକ୍ଷରୁ ଏଥିନିମନ୍ତେ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।ମାଲକାନାଗିରି, କୋରାପୁଟ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ରେ ପ୍ରବଳ ବର୍ଷା ହେବାସହ ଗଜପତି,କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ଼,ମୟୁରଭଞ୍ଜରେ ମଧ୍ୟ ବର୍ଷା ହେବାର ଆଶଙ୍କାରହିଛି।ବର୍ଷାସହ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦କି.ମିବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।

ନିଲାମ ହେବ ୨୨ ଖଣି !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି ବୋଲି ସୂଚନା ଦେଲେ ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନା।ଖଣି ନିଲାମନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସାରିଛି।ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ।ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି।ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ।