Browsing category

ଜିଲ୍ଲା

ଉଦଳାରେ ଲଜ୍ଜା

ମୟୂରଭଞ୍ଜ,୩୧।୮(ଏସଏସନିଉଜ)ଉଦଳା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗାଡ଼ି ଭିତ‌ରେ ଗଣଦୁଷ୍କର୍ମ କରି ଦୁର୍ବୃତ୍ତମାନେ ରାସ୍ତାରେ ଫୋପାଡ଼ି ଦେଇଛନ୍ତି । ପ୍ରକାଶ ଯେ,ବାଙ୍ଗିରିପୋଷି ଅଞ୍ଚଳର ଜଣେ (୨୦ବର୍ଷ) ଯୁବତୀଙ୍କ ସହିତ ପରିଚିତ ଥିବା ଜଣେ ଯୁବକ ଚାକିରିର ପ୍ରଲୋଭନ ଦେଖାଇ ଗତକାଲି ବାଙ୍ଗିରିପୋଷିରୁ ଏକ ମାରୁତି ଭ୍ୟାନ୍‌ ଯୋଗେ ଯୁବତୀଙ୍କୁ ଆଣିଥିଲେ। ଏହି ସମୟରେ ସାଙ୍ଗରେ ଥିଲେ ଅନ୍ୟ ଜଣେ ଯୁବକ ଓ ନାବାଳକ ଗାଡ଼ି ଚାଳକଥିବା ବେଳେ ରାସ୍ତାରେ ଆଉ ୩ଜଣ ଯୁବକ ଗାଡ଼ିରେ ଚଢ଼ିଥିଲେ। ସେମାନେ […]

ରାଜଧାନୀ ଉପକଣ୍ଠରୁ ବାଲି ଚୋରି

ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠରୁ ଦିନ ଦିହିପହରରେ ବାଲିଚୋରି ହେଉଛି।ମାଫିଆମାନେ ସ୍ଥାନୀୟ ଗ୍ରାମର କୁଜିନେତାମାନଙ୍କୁ ମୋଟା ଅଙ୍କର ମାସିକିଆ ଦେଇ ଖୋଲାଖୋଲି ଭାବେ କୁଆଖାଇନଦୀରୁ ବାଲି ଉଠାଉଛନ୍ତି।ପ୍ରଶାସନିକ ଅଧିକାରୀମାନେ ଜାଣିଥିଲେ ମଧ୍ୟ ଚୁପ୍ ବସିବାରୁ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି। ପ୍ରକାଶ ଯେ, ଗତ କିଛିମାସ ତଳେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁ ମୁଣ୍ଡରୁ ବେଆଇନଭାବେ ବାଲି ଉଠାଯାଇଥିଲା।ସେତେବେଳର ନନ୍ଦନକାନନଥାନା ଅଧିକାରୀଣି ସମୀତା ମିଶ୍ରଙ୍କ ଯୋଗୁ ବେଆଇନ ବାଲି ଉଠାରେ ରୋକ ଲାଗିଥିଲା ଏବେ କିଛିଦିନର ବ୍ୟବଧାନ […]

କାମରେ ଲାଗୁନି ସୂଚନା ଫଳକ

କଟକ, ୩୦।୮(ଏସଏସନିଉଜ) ବାରଙ୍ଗ ରାସ୍ତାରେ ଲାଗିଥିବା ସୂଚନା ଫଳକ ସାଧାରଣ ଲୋକଙ୍କ କାମରେ ଲାଗୁନି।ଯାହାଫଳରେ ସାଧାରଣଲୋକ ଯାତାୟାତ ନିମନ୍ତେରାସ୍ତା ଚିହ୍ନଟ ପାଇଁ ନାହିନଥିବା ହଇରାଣ ହେଉଛନ୍ତି।ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତାକଡରେ ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଥିବା ରାସ୍ତା ସୂଚନା ଫଳକ। କଟକ – ରାସ୍ତାର ଭାୟା ବାରଙ୍ଗ ମଧ୍ୟରେ ତ୍ରିଶୂଳିଆରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ସଂଯୋଗ କରୁଥିବା ସୁଭାଷ ସେତୁ ପୂର୍ବରୁ ମୁଖ୍ୟ ରାସ୍ତା କଡରେ ରହିଛି ପୂର୍ତ୍ତ ବିଭାଗର […]

ଭୁଶୁଡ଼ିପଡିଲା ଛାତ

କଟକ,୨୭।୮(ଏସଏସନିଉଜ) କଟକ ରେଳ ଷ୍ଟେସନରେ ଅଘଟଣ ଘଟିଛି। ନବୀକରଣ କାମ ଚାଲୁଥିବା ବେଳେ ଅଘଟଣ ଘଟିଲା।ମରାମତି କାମ ଚାଲୁଥିବା ବେଳେ ଭୁଶୁଡ଼ିପଡିଛି ଛାତ।

ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ) ଆମଶାସନ ବ୍ୟବସ୍ଥା ରାଜ୍ୟରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଏହାର ଶୁଭାରମ୍ଭ କରିଛନ୍ତି।ସାଧାରଣ ଲୋକଙ୍କୁ ଫୋନ କରି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଫିଡବ୍ୟାକ ନେବେ।ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲଆପ ଫେସବୁକ, ଏକ୍ସ, ହ୍ବାଟ୍ସଆପ, ୱେବସାଇଟ ଚାର୍ଟବଟ ମାଧ୍ୟମରେ ଲୋକଙ୍କ ମତାମତ ନେବେ ଏବଂ ସିଧାସଳଖ ଟୋଲଫ୍ରି ନମ୍ବର- ୧୪୪୭୧କୁ ଫୋନକରି ମତାମତ ଦେଇପାରିବେ ସାଧାରଣ […]

ରାଜସ୍ବ ଅମଲାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୨୬।୮(ଏସଏସନିଉଜ)୧୫ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ ହୋଇଛି।ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଅମଲା କର୍ମଚାରୀ।ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଭାପତି ସୂଚନା ଦେଉଛନ୍ତି।୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ।ଧାରଣାରତ ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ସରକାର ଦେଇଥିଲେ।କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି ଦିଆଯାଇଥିଲା।ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।ଚିଠିରେ କର୍ମଚାରୀ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ […]

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଶୁକ୍ରବାର ଦିନ ଭୁବନେଶ୍ୱର ବ୍ଲକ ଅଧିନସ୍ଥ ଲିଙ୍ଗିପୁର ପଂଚାୟତରେ ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।ଏହିଅନାସ୍ଥା ପ୍ରସ୍ତାବ ସପକ୍ଷରେ ୯ ଜଣ ୱାର୍ଡ ସଭ୍ୟସଭ୍ୟା ଭୋଟ ଦେଇଥିଲେ। ପଂଚାୟତର ମୋଟ ୧୨ଜଣ ସଭ୍ୟସଭ୍ୟା ଏବଂ ସରପଞ୍ଚଙ୍କୁ ମିଶାଇ୧୩ ଟା ଭୋଟ ହେବା କଥା। କିନ୍ତୁ ସରପଞ୍ଚଙ୍କ ସମେତ ୩ଜଣ ସଭ୍ୟାସଭ୍ୟା ଅନୁପସ୍ଥିତ ରହି।କିନ୍ତୁ ୨/୩ ସଂଖ୍ୟା ଥିବାରୁ ଭୋଟ ଅନୁଷ୍ଠିତ ହୋଇଥିଲା। ଅନାସ୍ଥା ସପକ୍ଷରେ ୯ଜଣ ସଭ୍ୟସଭ୍ୟା ଭୋଟ ଦେଇଥିଲେ।

ପୋଲିସ ହାତରେ ସୁନାଚେନ୍ ଲୁଟେରା

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଭୁବନେଶ୍ୱର କମିଶନରରେଟ ପୋଲିସର ପାହାଳ ଥାନାକୁ ବଡ ସଫଳତା ମିଳିଛି।ପୋଲିସ ବହୁ ମୋବାଇଲ ସୁନାଚେନ ସହିତ ଚାରି ଲୁଟେରାଙ୍କୁ ଧରିବାରେ ସକ୍ଷମତା ହୋଇଛି। ଆଗରୁ ପାହାଳ ଥାନା ଅଞ୍ଚଳରୁ ବାରମ୍ବାର ଘରମାନଙ୍କରୁ କେହି ନଥିବା ବେଳେ ଡକାୟତି କରି ନେଇଯାଉଥିବାର ଗ୍ୟାଙ୍ଗକୁ ଧରିଛି ପାହାଳ ପୋଲିସ ।ଏଥିଲାଗି ପାହାଳପୋଲିସ ପକ୍ଷରୁ ଏକ ସ୍କ୍ୱାଡ଼ ଗଠନ କରାଯାଇଥିଲା। ବହୁଦିନ ପରେ ଗୁରୁବାର ରାତିରେ ଆଉ ଏକ ଘରକୁ ଟାର୍ଗେଟ କରୁଥିବା ବେଳେ ମାଡ଼ିବସିଲା ପାହାଳ ଥାନା ପୋଲିସ।

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୮(ଏସଏସ ନିଉଜ)୧୭ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏହା ସହ ୮ ଏପସିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସନ୍ତୋଷ ବାଲାଙ୍କୁ ଏସଏଫଏସ ଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ଵ ଦିଆଯାଇଛି। ସତୀଶ କୁମାର ଗଜଭିଏ ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ […]

ଖୋର୍ଦ୍ଧାରେ ଜଳିଗଲା ଆମବସ୍

ଖୋର୍ଦ୍ଧା,୨୧।୮(ଏସଏସନିଉଜ)୧୬ ନଂ NH ଗଡ଼ ଖୋର୍ଦ୍ଧା ଛକରେ ଲାଗିଲା ନିଆଁ।ବାଇପାସ ରୋଡ଼ କଲେକ୍ଟର ଅଫିସ ନିକଟରେ ହୁତୁହୁତୁ ହୋଇ ଜଳିଗଲା ଆମବସ ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ଯାତ୍ରୀ।ବସ୍‌ଟି ଭୁବନେଶ୍ବର ଭରତପୁରରୁ ଖୋର୍ଦ୍ଧା ଯାଉଥିଲା।ନିଆଁ ଲାଗିବା ଦେଖି ସମସ୍ତେ ବସ୍‌ରୁ ବାହାରି ପଡ଼ିଥିଲେ।ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ।