Browsing category

ଜିଲ୍ଲା

IASସ୍ତରରେ ପୁଣି ଅଦଳବଦଳ

ଭୁବନେଶ୍ୱର,୨୪।୭(ଏସଏସନିଉଜ)IAS ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର।୧୩ IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର।ରାଜେଶ ପ୍ରଭାକର ପାଟିଲ- ସମବାୟ ସଚିବ, ବିଜୟ କେତନ ଉପାଧ୍ୟାୟ- ସଂସ୍କୃତି ସଚିବ ଦାୟିତ୍ବ,ସମର୍ଥ ବର୍ମା- ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ,ଦୀପଙ୍କର ମହାପାତ୍ର – ସିଇଓ, ହକି ପ୍ରମୋସନ କାଉନ୍‌ସିଲ୍‌,ପ୍ରେକ୍ଷା ଅଗ୍ରୱାଲ ହେଲେ ଧର୍ମଗଡ଼ ଉପଜିଲ୍ଲାପାଳ,ପ୍ରଣିତା ଦାଶ ହେଲେ ବାଲିଗୁଡ଼ା ଉପଜିଲ୍ଲାପାଳ,କସ୍ତୁରୀ ପଣ୍ଡା ହେଲେ କରଞ୍ଜିଆ ଉପଜିଲ୍ଲାପାଳ,ଅଭିଷେକ ଦିଲୀପ ଦୁଡହାଲ୍‌- ଗୁଣୁପୁର ଉପଜିଲ୍ଲାପାଳ, ଅସ୍‌ନୀ ଏଏଲ୍‌- ନବରଙ୍ଗପୁର ଉପଜିଲ୍ଲାପାଳ,ସି. […]

DFO ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୪।୭(ଏସଏସନିଉଜ)୩୪ DFO ଓ ଡେପୁଟି କଞ୍ଜରଭେଟର ଅଫ୍‌ ଫରେଷ୍ଟଙ୍କ ବଦଳି ହୋଇଛି।ବିଭିନ୍ନ ବନଖଣ୍ଡକୁ ବଦଳି ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ସମ୍ପର୍କୀୟ ଶାଳୀ କାଟିଥିଲା ବେକ -ଏସ୍‌ପି

କେନ୍ଦ୍ରାପଡ଼ା,୨୪।୭(ଏସଏସନିଉଜ )NHରେ ଗଳାକଟା ଘଟଣାରେ ଅଭିଯୁକ୍ତ ଗାର୍ଲଫ୍ରେଣ୍ତ ଗିରଫ ହୋଇଛି।ତିର୍ତ୍ତୋଲ ଥାନା ଅଡାପଟି ଗାଁରୁ ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତ ମହିଳା ପୀଡ଼ିତ ସତ୍ୟଜିତଙ୍କ ସମ୍ପର୍କୀୟ ଶାଳୀ।ସତ୍ୟଜିତଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସମ୍ପର୍କ ଘନିଷ୍ଠ ହୋଇଥିଲା।ମହିଳାଜଣଙ୍କ କର୍ମକ୍ଷେତ୍ରରେ ଆଉ ଜଣଙ୍କ ସହ ସମ୍ପର୍କ ସନ୍ଦେହରୁ ବିବାଦ ଦେଖାଦେଇଥିଲା।କେନ୍ଦ୍ରାପଡ଼ା ବୁଲି ଆସିବା ବାହାନାରେ ହଜାରୀ ଛକ ନିକଟରେ ଆକ୍ରମଣ କରାଯାଇଥିଲା।ଧାରୁଆ ଅସ୍ତ୍ରରେ ଗଳା କାଟି ଅଭିଯୁକ୍ତ ଜଣଙ୍କ ଚମ୍ପଟ୍‌ ମାରିଥିଲା।ପୂର୍ବରୁ ଗୁରୁତର ଥିବା ସତ୍ୟଜିତ […]

କାଶ୍ମୀରଘାଟିରେ ପ୍ରଶିକ୍ଷଣ ନେଉଛନ୍ତି

କଟକ,୨୪।୭(ଏସଏସନିଉଜ)ଭାରତୀୟ ସେନା ସହିତ ମିଶି ଯୁଦ୍ଧପାଇଁ ପ୍ରସ୍ତୁତ ନିମନ୍ତେ ଏକ ତାଲିମ ଆରମ୍ଭ କରିଛିସିଆଇଏସଏଫ୍।କାଶ୍ମୀର ଘାଟିରେପ୍ରଥମଥର ପାଇଁ ଉଚ୍ଚମାନର ଭାରତୀୟ ସେନା ସହିତ ମିଶିକାଶ୍ମୀର ଉପତ୍ୟକାରେ ସିଆଇଏସଏଫ୍ ଯବାନମାନେ ସ୍ୱତନ୍ତ୍ର ତାଲିମ ନେଉଛନ୍ତି।କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ (ସିଆଇଏସଏଫ୍) ଭାରତୀୟସେନା ସହିତ ମିଶି ତାଲିମ ଅଭ୍ୟାସ ଆରମ୍ଭ କରିଛନ୍ତି।ବଢୁଥିବା ସୁରକ୍ଷା ଚ୍ୟାଲେଞ୍ଜ ଓ ଏହାର କାର୍ଯ୍ୟକ୍ଷମ ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ସ୍ୱତନ୍ତ୍ର ଦୃଷ୍ଟିକୋଣ ପାଇଁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସିଆଇଏସଏଫ୍ […]

୩ଲକ୍ଷ ଝାମ୍ପିନେଲେ

ଆସିକା,୨୪।୭(ଏସଏସନିଉଜ) ୩ ଲକ୍ଷ ଟଙ୍କା ଝାମ୍ପିନେଲେ ମୁଖା ପିନ୍ଧା ୪ ଦୁର୍ବୃତ୍ତ।କେ. ନୂଆପଲ୍ଲୀ ଛକ ନିକଟରୁ ବାଇକ୍‌ରେ ଆସି ଝାମ୍ପି ଚମ୍ପଟ୍‌ ମାରିଲେ।ଗ୍ରୁପ୍‌ ଲୋନ୍‌ ଟଙ୍କା ଉଠାଇ ଫେରିଲା ବେଳେ ଲୁଟ୍‌ର ଶିକାର।

ପୁଣି କୂଳ ଲଙ୍ଘିଲା ସମୁଦ୍ର

ଜଗତସିଂହପୁର,୨୪।୭(ଏଏସନିଉଜ)ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର।୫୦୦ ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି।ବେଳାଭୂମି ନିକଟରେ ଥିବା ଦୋକାନଗୁଡିକରେ ସମୁଦ୍ର ପାଣି ପଶିଲା।ହଠାତ୍ ସମୁଦ୍ରର ଉଗ୍ରରୂପ ଦେଖି ଆତଙ୍କିତ ହୋଇଯାଇଛନ୍ତି ସମୁଦ୍ର କୂଳିଆ ଗାଁ ଲୋକେ।ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ସମୁଦ୍ର ଅଶାନ୍ତ ଥିବା ଆଶଙ୍କା କରାଯାଉଛି।

୧୭ ଛତିଶଗଡ଼ ପର୍ଯ୍ୟଟକ ଉଦ୍ଧାର

ପଦ୍ମପୁର,୨୪।୭(ଏସଏସନିଉଜ)ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି।ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ।ନୃସିଂହ ନାଥଠାରୁ ୫କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ।

ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୪।୭(ଏସଏସନିଉଜ)ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବ୍ଲାକମେଲିଂରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ଘର ଭିତରୁ ସନ୍ଦେହଜନକ ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବତୀଙ୍କ ଘର ରାୟଗଡ଼ାରେ ହୋଇଥିବା ବେଳେ ସେ +୩ ଛାତ୍ରୀ ଥିଲେ।ଚନ୍ଦ୍ରଶେଖରପୁରରେ ରହି ହୋଟେଲରେ କାମ କରୁଥିଲେ ।

ରାଜ୍ୟରାଜପଥ ଅବରୋଧ

ସୋନପୁର,୨୪।୭(ଏସଏସନିଉଜ)ମନମୁଣ୍ଡା-କଣ୍ଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଅବରୋଧ ହୋଇଛି।ଅଜଣାଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟଣାପରେ ଉତ୍ତେଜନା ଦେଖା ଦେଇଛି।ଗାଡ଼ିକୁ ଧରିବା ଓ କ୍ଷତିପୂରଣ ଦାବିରେ ବଡ଼ କୁସଙ୍ଗ ନିକଟରେ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରୁଛନ୍ତି।

ବିଡ଼ି ପାଇଁ ହତ୍ୟା!

ଭଦ୍ରକ,୨୪।୭(ଏସଏସନିଉଜ) ବିଡ଼ି ମାଗିବାକୁ ନେଇ ଇଚ୍ଛାପୁର ଛକରେ ହତ୍ୟାକାଣ୍ଡ ଘଟିଛି।ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସାବରଙ୍ଗ ଥାନା ପୋଲିସ୍ ବୋଲିସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ସଦର SDPO।ଗତ ୯ ତାରିଖରେ ବିଡ଼ି ମଗାକୁ ନେଇ ମାରପିଟ ହୋଇଥିଲା।୨୦ ତାରିଖରେ ଗୁରୁତର ଗୋଲକ ମଣ୍ଡଳଙ୍କ ମୃତ୍ୟୁ ହୋଇଥିଲା।ସାବରଙ୍ଗ ଥାନାରେ ଅଭିଯୋଗ ପରେ କାରଣ ଖୋଜୁଥିଲା ପୋଲିସ୍।