ଭୁବନେଶ୍ବର,୫।୯(ଏସଏସନିଉଜ)ରାଜ୍ୟ ସରକାର ନିର୍ଦ୍ଦେଶ ମୁତାବକ ଏଥର ସରକାରୀ ଅଫିସରେ ବିଏସନାଲ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଚିଠି ପଠାଇଛନ୍ତି।ଏହାକୁ କଡ଼ା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।ଯାହାଫଳରେ ସମସ୍ତ ସରକାରୀ ପ୍ରତିଷ୍ଠାନରେ ଏଣିକି ବିଏସନାଲ ଇଣ୍ଟରନେଟ ବ୍ୟବହାର ବିଏସନାଲ ବ୍ରଡ଼ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ରହିବ।ରାଜ୍ୟସରକାରଙ୍କ ନିର୍ଦ୍ଦେଶପରେ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।