ଭୁବନେଶ୍ବର,୩୧।୮(ଏସଏସନିଉଜ) ରାଜ୍ୟସରକାର ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସି ଗଠନ କରିଛନ୍ତି।ସେଗୁଡିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିପରି ବର୍ତ୍ତମାନ ଏନଏସି ଥିବା ମୟୂରଭଞ୍ଜର କରଞ୍ଜିଆକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରାଯାଇଛି । ଏହାସହ ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ସର୍ବାଧିକ ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।