ରାଜସ୍ବ ଅମଲାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୨୬।୮(ଏସଏସନିଉଜ)୧୫ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ ହୋଇଛି।ଆଜିଠୁ କାର୍ଯ୍ୟରେ ଯୋଗ ଦେବେ ଅମଲା କର୍ମଚାରୀ।ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଭାପତି ସୂଚନା ଦେଉଛନ୍ତି।୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ।ଧାରଣାରତ ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ସରକାର ଦେଇଥିଲେ।କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଚିଠି ଦିଆଯାଇଥିଲା।ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।ଚିଠିରେ କର୍ମଚାରୀ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଥିଲା।
ଏହାସତ୍ତ୍ବେ ଆନ୍ଦୋଳନ ଉପରେ ପ୍ରଭାବ ପଡ଼ିନଥିଲା।

Comments (0)
Add Comment