Browsing category

ଜିଲ୍ଲା

ଟ୍ରକ ପଛକୁ ପିଟିଲା ବସ,୧ମୃତ,୭ଗୁରୁତର

ଭୁବନେଶ୍ୱର,୫।୬(ଏସଏସନିଉଜ) ବୀଣାପାଣି ନାମକ ବସ କଟକରୁ ଝରୀଗାଁ ଯାଉଥିବା ସମୟରେ କୋକସରା ଚାରବାହାଲ ନିକଟରେ ଭୋର ୩ଟା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସଟି ଦୃତଗତିରେ ଆସି ଟ୍ରକର ପଛପଟକୁ ଧକ୍କା ଦେଇଥିଲା।ଯାହାଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।ଏହି ଘଟଣାରେ ସାତଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଜୁନାଗଡ଼ ମେଡିକାଲରେ ଭର୍ତି କରିଛନ୍ତି।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି।

ବେଆଇନ ବାଲି ଚାଲାଣ

ବାରଙ୍ଗ, ୪।୬(ଏସଏସନିଉଜ) ବୁଧବାର ବଢିଭୋର୍ ସମୟରେ ବେଆଇନଭାବେ ବାଲି ଉଠାଉଥିବା ବେଳେ ଲଘୁ ଖଣିଜବିଭାଗ ପକ୍ଷରୁ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଛି। ପ୍ରକାଶଯେ, ବୁଧବାର ବଢିଭୋର ସମୟରେ ବେଲଗଛିଆ ପଂଚାୟତ କାର୍ଯ୍ୟାଳୟର କିଛି ଦୂରରୁ କୁଆଖାଇ ନଦୀପଠାରୁ ବେଆଇନଭାବେ ବାଲି ଉଠାଯାଇ ଅନ୍ୟତ୍ର ଚାଲାଣପାଇଁ ଉଦ୍ୟମ ହେଉଥିଲା। ଏହି ଖବରପାଇ ଲଘୁଖଣିଜ ବିଭାଗର ଅଧିକାରୀ ସତ୍ୟପ୍ରିୟ ଶକ୍ତି ପ୍ରସାଦ ସାହୁ, ଚନ୍ଦନ ସାହୁଙ୍କ ସହିତ ବାରଙ୍ଗ ଥାନା ପୁଲିସ ମିଳିତଭାବେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ନଦୀ […]

ବାପା ମୃତ୍ୟ ଖବର ପାଇ କୂଅକୁ ଡେଇଲା ଝିଅ

ବାରଙ୍ଗ,୪।୬(ଏସଏସନିଉଜ)ବୁଧବାର ସକାଳ ୭ଟା ପାଖାପାଖି ବାରଙ୍ଗ ଥାନା ଅଧୀନସ୍ଥ ଦାଢାପାଟଣା ଗ୍ରାମ ମଙ୍ଗଳା ଛକରେ ରହୁଥିବା ଜଣେ ଯୁବତୀ ବାପାର ମୃତ୍ୟୁ ଖବର ପାଇ କୂଅକୁ ଡେଇପଡ଼ିଥିଲେ।ଖବର ପାଇ ବାରଙ୍ଗରୁ ଦମକଳ ବାହିନୀ ଆସି କୂଅ ମଧ୍ୟରୁ ଯୁବତୀକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନେଇଥିଲେ।ଷୌଭାଗ୍ୟବଶଃତ ଯୁବତି ଜଣଙ୍କ ବଞ୍ଚି ଯାଇଥିବାର ଜଣାପଡିଛି। ପ୍ରକାଶ ଯେ,ଦାଢାପାଟଣା ଗ୍ରାମର ମଙ୍ଗଳା ଛକରେ ରହୁଥିବା ସୁକାନ୍ତସାହୁ ନାମକ ବ୍ୟକ୍ତି ଗତ କିଛି ଦିନ ହେବ କିଡନୀ […]

ଲାଞ୍ଚ ନେବାବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର,୪।୬(ଏସଏସନିଉଜ) ମହିଳାଥାନା ଏଏସଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତିର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନାଙ୍କଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସ୍ଥାପତ୍ୟ କର୍ମଶାଳା

କଟକ,୫।୬(ଏସଏସନିଉଜ) ବିଦ୍ୟାଧରପୁର ଗୋଡ଼ିସାହିସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ଥାପତ୍ୟ ବିଭାଗ ପକ୍ଷରୁ “ରି-ଇମାଜିନିଂ ସ୍ପେସଲ୍ ପ୍ଲାନିଂ ଫ୍ରମ୍ ୱିମେନ୍ସ ପର୍ସପେକ୍ଟିଭ୍” ଶୀର୍ଷକ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୩ ଓ ୪ତାରିଖ ଦୁଇଦିନଧରି ଅନୁଷ୍ଟିତ ହୋଇଥିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ସହର ଓ ଗାଁଠାରୁ ଆରମ୍ଭ କରି ଯେ କୌଣସି ଅଞ୍ଚଳର ଭୌଗୋଳିକ କ୍ଷେତ୍ର ଯୋଜନା ପ୍ରସ୍ତୁତି ସମୟରେ ମହିଳାମାନଙ୍କ ଆବଶ୍ୟକତା, ଅନୁଭବ ଏବଂ ସୁରକ୍ଷାକୁ […]

ଝିଅ ସହ ପ୍ରେମ କରି ନେଇଗଲେ ସୁନା ଅଳଙ୍କାର

ବାଲିଅନ୍ତା,୪।୬(ଏସଏସନିଉଜ)ଅଭିଯୋଗକାରୀ ବିକ୍ରମପାତ୍ରଙ୍କ ଲିଖିତ ଅଭିଯୋଗ ଆଧାରରେ ବାଲିଅନ୍ତାଥାନା ପୁଲିସ ୨୪୨/୨୫ କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସେମାନେ ହେଲେ ନିରାକାରପୁରର ପବିତ୍ର ବାରିକ(୨୪)ଓରଫ ରାଜା, ବେଗୁନିଆର ଅଭି ଓରଫ ଅଭିଷେକ ପଟ୍ଟନାୟକ(୨୪) ।ପୋଲିସ ସେମାନଙ୍କଠାରୁ ସୁନାଚେନ, ବ୍ରେସଲେଟ,ନଗଦ ୧୫ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟଯେ, ପବିତ୍ର ବାରିକ ଓରଫ ରାଜା ନାମକ ଜଣେ ଅଭିଯୁକ୍ତ ଗତବର୍ଷେ ତଳେ ବିକ୍ରମପାତ୍ରଙ୍କ ଘରେ […]

ମୋରମ ଚୋରିବେଳେ ଧରିଲା ପୋଲିସ

ବାରଙ୍ଗ, ୩।୬(ଏସଏସନିଉଜ) ବାରଙ୍ଗର ବିଭିନ୍ନ ଅଂଚଳରୁ ପ୍ରତ୍ୟେକଦିନ ଶହଶହ ସଂଖ୍ୟାରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି।ଖଣିବିଭାଗର ଚଢାଉ କରାଯାଉନଥିବାରୁ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି। ସୋମବାର ରାତିରେ ଗୋଡିସାହି ଫାଣ୍ଡି ପୋଲିସ ବେଆଇନ ଭାବେ ମୋରମଚୋରା ଚାଲାଣ ହେଉଥିବା ୩ଟି ମୋରମ ବୋଝେଇ ହାଇୱା, ଗୋଟିଏ ମେସିନକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ପ୍ରକାଶଯେ,ରାମଦାସପୁର ରାଜସ୍ଵ କାର୍ଯ୍ୟାଳୟ ନିକଟସ୍ଥ ଇଡକୋ ଶିଳ୍ପାନୁଷ୍ଠାନ ଭିତରେ ଏକ ଘରୋଇକମ୍ପାନୀ ପରିସରରୁ ବେଆଇନଭାବେ ଖୋଲାଯାଇ ମୋରମ […]

ଗୋରୁବୋଝେଇ ଗାଡ଼ିଛାଡ଼ି ଫେରାର

ବାରଙ୍ଗ, ୩।୬(ଏସଏସନିଉଜ) ମୁଣ୍ଡଳୀ ବ୍ୟାରେଜ ଛକରୁ ମଙ୍ଗଳବାର ସକାଳୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଗୋଡ଼ିସାହି ଫାଣ୍ଡି ପୁଲିସ ଜବତ କରିଛି। ସୂଚନାଯୋଗ୍ୟଯେ, ଆଠଗଡ଼ରୁ ଓଡି ୦୫ଏପି ୫୮୧୨ ନମ୍ୱର ଏକ ଗୋରୁବୋଝେଇ ପିକ୍‌ଅପଭ୍ୟାନଟି ମୁଣ୍ଡଳୀ ବ୍ୟାରେଜ ଦେଇ କଟକଆଡେ ଯାଉଥିଲା। ଏ ସଂକ୍ରାନ୍ତରେ ଖବରପାଇ ଗୋଡିସାହି ଫାଣ୍ଡିଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ରାସ୍ତାରେ ଜଗି ରହିଥିଲେ।ପୋଲିସ ଗାଡ଼ିଟିକୁ ରୋକିବାପାଇଁ ଚେଷ୍ଟା କରିବା ବେଳେ ପୋଲିସକୁଦେଖି କିଛି ଦୁରରୁ ଗାଡ଼ିଛାଡି ଚାଲକ ଓ ତାର ସହଯୋଗୀମାନେ ଫେରାର […]

୨୦୫ କୋଟି ପ୍ରକଳ୍ପର ଶୁଭ ଉଦ୍‍ଘାଟନକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ଜୁନ(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ ଦେବଗଡ଼ ଜିଲ୍ଲାପାଇଁ ଆଜି ୩୦୦ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନାଥାଉକି, ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ଟି ଶିକ୍ଷା ଭିତ୍ତିଭୂମି ଉନ୍ନତି କରଣପ୍ରକଳ୍ପ ରହିଛି।ଏହି […]

ବିକଶିତ କୃଷି ସଂକଳ୍ପ ଅଭିଯାନ ପାଇ ତାଲିମନେଲେ କୃଷକ

ମେଣ୍ଢାଶାଳ,୨।୬(ଏସଏସନିଉଜ)ସୋମବାର ଦିବା ୧୧ଘଟିକା ସମୟ ରେ ମେଣ୍ଢାଶାଳ ପଞ୍ଚାୟତ କାର୍ଯ୍ୟଳୟ ଆଗରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି।ଗ୍ରାମାଞ୍ଚଳରେ କୃଷକମାନେ କିଭଳି ନୂତନ ପ୍ରଯୁକ୍ତି ଵିଦ୍ୟା ଓ ସରକାରୀ ଯୋଜନାର ଲାଭ ପାଇପାରି ସସକ୍ତ ହୋଇପାରିବେ ସେଥିପାଇଁ ବୁଝାଯିବା ସହ ତାଲିମ ଦିଆଯାଇଥିଲା।ଏହି ତାଲିମ ଶିବିରରେ ଭାରତୀୟ କୃଷି ଗବେଷଣା ସିଫାର ନିର୍ଦେଶକ ଡ.ପିକେ ସାହୁ, ସିଫାର ସିଏଓ ଏଚ. ଏଲ. ମିନା, ଡ.ହରପ୍ରିୟା ନାୟକ,ପ୍ରଫେସର କେସି ଦାସ, ଡ.ରେଖା ଦାସ,ସୁକାନ୍ତି […]