Browsing category

ଜିଲ୍ଲା

ବର୍ଷାଜଳ ଅବରୋଧକୁ ସଫାକଲେ ଗ୍ରାମବାସୀ

ବାରଙ୍ଗ,୨୮।୬(ଏସଏସନିଉଜ) ସାମାନ୍ୟ ବର୍ଷା ହେଲେ ତ୍ରିଶୁଳିଆ ଗାଁମୁଣ୍ଡ ବର୍ଷାଜଳରେ ଭରି ରହି ଯାତାୟତରେ ବାଧକ ସାଜିଛି।କେବଳ ଗାଁମୁଣ୍ଡ ନୁହେଁ ଗାଁର ଚତୁର୍ପାସ୍ଵ ବର୍ଷଜଳ ଭରିରହି ଗ୍ରାମବାସୀମାନେ ଏକପ୍ରକାର ଜଳବନ୍ଦୀ ଭାବେ ବର୍ଷାଦିନେ ରହିଥାନ୍ତି ।ବର୍ଷାଜଳ ନିଷ୍କାସନ ସ୍ଥାନ ଗୁଡ଼ିକୁ ଜବରଦାଖଲ ହେବା ଓ ଡ୍ରେନରେ ଠିକ୍ ଭାବେ ପାଣି ନଯିବାରୁ ଏହିଭଳି ପରିସ୍ଥିତି ଉପୂଜିଥାଏ।ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାରପାଇଁ ଗ୍ରାମବାସିମାନେ ବହୁବାର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀପ୍ରତିକାର ହୋଇପାରିନଥିଲା। ଗତ ଦୁଇଦିନହେବ […]

ଗୋରୁବୋଝେଇ ଗାଡ଼ି ଜବତ

କଟକ, ୨୮।୬(ଏସଏସନିଉଜ) ନେତାଜୀ ସୁଭାଷସେତୁ ଉପରୁ ଶନିବାର ସକାଳୁ ଏକ ଗୋରୁ ବୋଝେଇ କାରକୁ ପୁଲିସ ଜବତ କରିଛି। ପ୍ରକାଶଯେ, ଆଠଗଡ଼ ବାଙ୍କୀ ଅଂଚଳରୁ ଏକ ଓଆର ୦୫ଏଆର ୩୪୧୩ ନମ୍ୱର ଗୋରୁବୋଝେଇ କାରଟିରେ ୩ଟିଗୋରୁ ନେଇ ଆସୁଥିଲା।କାରଟି ନେତାଜୀ ସୁଭାଷସେତୁ ଉପରେ ପହଞ୍ଚିଥିବାବେଳେ କାରଟିରେ କୈାଣସି ଯାନ୍ତ୍ରୀକତୃଟି ଦେଖାଦେଇଥିଲା।ଗାଡିଟି ଷ୍ଟାର୍ଟ ନହେବାରୁ ବାଧ୍ୟ ହୋଇ ଗୋମାଫିଆ ମାନେ କାରଟିକୁ ବ୍ରିଜଉପରେ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ସକାଳୁ ପ୍ରାତଃ ଭ୍ରମଣରେ ଯାଉଥିବା କିଛି ସ୍ଥାନୀୟଲୋକ ବ୍ରିଜଉପରେ ଥୁଆ […]

ନନ୍ଦନକାନନ କାନନକ୍ଷେତ୍ରରେ ରଥଯାତ୍ରା

ବାରଙ୍ଗ,୨୭।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ରଥଯାତ୍ରା ମହା ସମାରୋହର ସହ ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ରଥଯାତ୍ରା ନନ୍ଦନକାନନ ଛକସ୍ଥିତ କାନନକ୍ଷେତ୍ରରେ ଅନୁଷ୍ଟିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ତିନିଠାକୁରଙ୍କୁ ପହଣ୍ଡି ବିଜେ ପରେ ରାଜା ଇ.ଅଭୟ ସାମନ୍ତରାୟ ଆସି ଛେରା ପହଁରା କରିଥିଲେ।ଏହାପରେ ନନ୍ଦନକାନନ ଥାନା ଆଇଆଇସି ସମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ଭୋଗହାଣ୍ଡି ଥାନାରୁ ବିରାଟ ପଟୁଆରରେ ଆସି ତିନିଠାକୁରଙ୍କୁ ସମର୍ପଣ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା।ମନ୍ଦିରକମିଟି ସଭାପତି ତଥା ବିଜେଡିନେତା […]

ଶଶୁର ଶୁଦ୍ଧିକ୍ରିୟାକୁ ଆସି ଚାଲିଗଲା ଜ୍ୱାଇଁର ଜୀବନ

ସୋର,୨୬ା୬(ଏସଏସନିଉଜ)ଗତ ତିନିଦିନ ତଳେ ଶ୍ୱଶୁରଙ୍କ ମୃତୁ୍ୟଖବରପାଇ ଭଦ୍ରକଜିଲ୍ଲା ସାବରଙ୍ଗ ଗ୍ରାମରଜ୍ୱାଇଁ ଭାଗବତ ମଳିକ ଶ୍ୱଶୁର ଘରକୁ ଆସିଥିଲେ ।କୈ÷ାଣସି କାରଣକୁନେଇ ଗତକାଲି ରାତିରେ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜାଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ପରେ ମାରଧର ହୋଇଥିଲା ।ଏହି ଘଟଣାରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀମାନେ ମିଶି ଭାଗବତଙ୍କୁ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।ସୈ÷ାଭଗ୍ୟବଶତ ଭାଗବତ ସେଠାରୁ ଖସିଆସି ରାତିସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟଲୋକେ […]

ଧୋଇଗଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ,୨୬ା.୬(ଏସଏସନିଉଜ)ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣିାଯାହାଫଳରେ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟରାଜପଥର ପ୍ରଶସ୍ତିକରଣ ଓ ଜଟାବାଲ ଚେରଘାଟଉପରେ ବ୍ରିଜନିର୍ମାଣ କାର୍ୟ୍ୟ ଚାଲିଛି ।ରାସ୍ତାକାମ ମୋଟାମୋଟି ସରିଯାଇଥିବା ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି ।ସାଧାରଣଲୋକଙ୍କ ଯାତାୟତ ନିମନତେ ଏକ ଅସ୍ଥାୟିପୋଲ କରାଯାଇଥିଲା ।କିନ୍ତୁ ବର୍ଷାରେ ଏହି ଅସ୍ଥାୟୀପୋଲଟି ଧୋଇଯିବା ସହ ତାଉପରେ ୩ଫୁଟ ଉଚ୍ଚର ପାଣି ଚାଲିବାରୁ […]

ଇଟାାଭାଟିରେ କରୁଥିଲେ କାମ

ଭୁବନେଶ୍ୱର ,୨୬ା୬(ଏସଏସନିଉଜ)ଚନ୍ଦକାଥାନା ଅନ୍ତ୍ରଗର୍ତ ସୁନ୍ଦରପୁର ଅଂଚଳରୁ ୪ଜଣ ଶିଶୁଶ୍ରମିକକୁ ଗୁରୁବାର ସଂଧ୍ୟାରେ ଉଦ୍ଧାର କରିଛି ଚନ୍ଦକା ପୋଲିସ। ମିଳିଥିବା ସୂଚନା ମୁତାବକ ସୁନ୍ଦରପୁରଠାରେ ଥିବା ଏକ ସିମେଣ୍ଟ ଇଟାକମ୍ପାନୀରେକାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରେ କିଛି ଶିଶୁ ଶ୍ରମିକ ଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ଏହି ଆଧାରରେ ସିଡବ୍ଲୁସି ଓ ଚନ୍ଦକା ପୋଲିସ ମିଳିତ ଭାବରେ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଥିଲେ । ସେ କମ୍ପାନୀରୁ ଜଣେ ଝିଅ ଓ ତିନିଜଣ ବାଳକକୁ ଚଢାଉ କରି […]

ଗଞ୍ଜେଇମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର,୨୬।୬(ଏସଏସନିଉଜ) ଗଞ୍ଜେଇ ମୁକ୍ତ ହେବଓଡ଼ିଶାରାଜ୍ୟ ହେବ ଗଞ୍ଜେଇ ମୁକ୍ତ।ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀ ଅପିଲ୍ କରିଛନ୍ତି।

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।

SCOସମ୍ମିଳନୀରେ ଭାରତର କଡ଼ା ଆଭିମୁଖ୍ୟ

ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍‌ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍‌ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।

ଅଗଷ୍ଟ୯ରେ ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ବର,୨୬।୬(ଏସଏସନିଉଜ)ଆସନ୍ତା ରାକ୍ଷୀପୂର୍ଣ୍ଣିମା ଅର୍ଥାତ୍ ଅଗଷ୍ଟ୯ରେ ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ସୁଭଦ୍ରାର ତୃତୀୟକିସ୍ତି ମିଳିବ।ଏନେଇ ବୁଧବାର ଲୋକସେବାଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସୁଭଦ୍ରା ସୋସାଇଟିର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।ଏଥିସହ ସୁଭଦ୍ରା ଯୋଜନାର ଅଦ୍ୟାବଧି ପ୍ରଶାସନିକ ଓ ଆନୁସଙ୍ଗିକ ଖର୍ଚ୍ଚକୁ ମଧ୍ୟ ବୈଠକ ରେ ଅନୁମୋଦନ କରାଯାଇଛି।