ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍
ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ। ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍କୁ ବାଡ଼େଇ ଭାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା […]