Browsing category

ଜିଲ୍ଲା

ଶଙ୍କରାଚାର୍ଯ୍ୟଙ୍କ ପ୍ରେସମିଟ୍

ଭୁବନେଶ୍ବର,୨୬।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ।ଧର୍ମୀୟ ଭାବନା ପାଇଁ ନୁହେଁ, ଆୟପାଇଁ ଏହା କରାଯାଇ ଛି।ବହୁତସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତି।ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି କହିଛନ୍ତି।

ଶ୍ରୀଶ୍ରୀଆୟୁର୍ବେଦ ମହାବିଦ୍ୟାଳୟ ପକ୍ଷରୁ ଚିକିତ୍ସା ଶିବିର

କଟକ,୨୫|୬ (ଏଏସନିଉଜ) ବୁଧବାରଦିନ ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଥିବା ଶ୍ରୀଶ୍ରୀ ଆୟୁବେଦ ମହାବିଦ୍ୟାଳୟ ତରଫରୁ ବେଲଗଛିଆ ପଞ୍ଚାୟତରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ ଏବଂ ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଜନ ସାଧାରଣଙ୍କୁ ଏହାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ୩୦୦ରୁ ଅଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ ଏବଂ ସମସ୍ତଙ୍କର ମଧୁମେହ […]

ବଜ୍ରାଘାତରେ ଦୁଇ ବ୍ୟବସାୟୀ ଗୁରୁତର

ବାରଙ୍ଗ,୨୫|୬ (ଏଏସନିଉଜ) ବଜ୍ରାଘାତ ଘଟି ଦୁଇଜଣ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି।ଦୁଇ ଗୁରୁତର ହେଲେ କଟକ ବାଦାମବାଡ଼ି ଅଞ୍ଚଳର ଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର।ଉଭୟଙ୍କୁ ସ୍ଥାନୀୟ ଲୋକ ଉଧାର କରି ଚିକିତ୍ସା ପାଇଁ କଟକ ମେଡିକାଲକୁ ପଠାଇଛନ୍ତି।ଏଭଳି ଘଟଣା ପାଟପୁର ଗାଁ ମୁଣ୍ଡରେ ଘଟିଛି। ପ୍ରକାଶଯେ,ସବୁଦିନ ଭଳି ବୁଧବାର ଅପରାହ୍ନରେ ତ୍ରିଶୂଳିଆ-ବାଙ୍କୀ ମୁଖ୍ୟରାସ୍ତାର ପାଟପୁର ଗାଁ ନିକଟରେ ବାଦାମବାଡ଼ି ଅଞ୍ଚଳରଦିପ୍ତିରଞ୍ଜନ ଦାସ ଏବଂ ଜିତନ୍ ମାହାର ରାସ୍ତାକଡ଼ରେ ଲୁଗା ବ୍ୟବସାୟ କରୁଥିଲେ।ଏହି ସମୟରେ ପ୍ରବଳ ବର୍ଷା […]

ଆସି ପାରିଲାନି ଆମ୍ବୁଲାନ୍ସ

କଳାହାଣ୍ଡି,୨୪।୬(ଏସଏସନିଉଜ) ଗାଁକୁ ପକାସଡ଼କ ନଥିବାରୁ ଆମ୍ବୁଲାନ୍ସଟି ଆସିପାରିନଥିଲା।ଯାହାଫଳରେ ୫କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ଖଟରେ ଗ୍ରାମବାସୀଙ୍କୁ ବୁହାଇବାକୁ ପଡ଼ିଥିଲା।ଏହିଭଳି ଚିତ୍ର ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ବାଟିପାସ ଗାଁର ଘଟିଛି। ମୃତକମହିଳା ହେଉଛନ୍ତି ବାଟିପାସ ଗାଁର ସୁଭଦ୍ରା ଯାନୀ(୨୨)।ସୋମବାରଦିନ ଚିକିତ୍ସା ପାଇଁ ସୁଭଦ୍ରାଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଏବେ ମୃତକଙ୍କ ୨୬ଦିନର ଶିଶୁକନ୍ୟା ଥିବାର ଜଣାପଡିଛି।ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରୁ ଖମାରପଦର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଶବ ନେଇଯାଇ ଥିବାବେଳେ ଖମାରପଦରଠାରୁ ବାଟିପାସଗାଁକୁ […]

ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକରୁ ଚୋରି !

ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

ଆସ୍କାରେ ରାଜ୍ୟସ୍ତରୀୟ ଯୁବଶକ୍ତି ସମାବେଶ

ଭୁବନେଶ୍ୱର,୨୩।୬(ଏସଏସନିଉଜ)ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜପାଇଁ ଏକ ସୁବର୍ଣ୍ଣଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ […]

ଅଭାବନିୟ ଦୃଶ୍ଯ,ଅକଥନୀୟ ନିର୍ଯାତନା

ଗଞ୍ଜାମ,୨୨।୬(ଏସଏସନିଉଜ)ନିର୍ଯାତନାର ଲଙ୍ଘିଲା ସବୁ ସୀମା।ଏହିଭଳି ଅଭାବନିୟ ଦୃଶ୍ଯ ଅକଥନୀୟ ନିର୍ଯାତନା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ତିନୋଟି ଗୋମାତାକୁ ଝିଅକୁ ଉପହାରରେ ଦେବାକୁ ନେଉଥିବା ବେଳେ ଗୋଚାଲାଣ ସନ୍ଦେହ କରି ଗାଁଦାଣ୍ଡରେ ବସିଲା କଙ୍ଗାରୁକୋର୍ଟ ।ଦୁଇଜଣ ଦଳିତଲୋକକୁ ଅଧାଲଣ୍ଡା କରି ଗାଁଦାଣ୍ଡରେ ପାଟିରେ ଘାସ ବିଡାଧରାଇ ଆଣ୍ଠେଇଆଣ୍ଠେଇ ଦୁଇ କିଲୋମିଟର ଚଳେଇବା ସହ ନର୍ଦ୍ଦମାର ମଇଳାପାଣି ପିଆଇଲେ ଲୋକେ। ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ ଯାହା ଏବେ […]

ବଢ଼ିଲା କ୍ଷୀର ଦର

ଭୁବନେଶ୍ୱର,୨୧।୬(ଏସଏସନିଉଜ) ଓମଫେଡ଼ ସମସ୍ତ ପ୍ରକାରର କ୍ଷୀର ପ୍ୟାକେଟର ମୂଲ୍ୟ ବୃଦ୍ଧି କରିଛି । ଏହି ବର୍ଦ୍ଧିତ ମୂଲ୍ୟ ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଥିବାର ଅନୁମାନ କରାଯାଉଛି।।ନୂଆ ମୂଲ୍ୟ ଅନୁସାରେ ଟୋନଡ ମିଲ୍କ: ୫୦ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ପ୍ରିମିୟମ୍ ମିଲ୍କ: ୫୪ ଟଙ୍କା/ଲିଟର (୨ ଟଙ୍କା ବୃଦ୍ଧି), ଗୋଲ୍ଡ ମିଲ୍କ: ୫୬ ଟଙ୍କା/ଲିଟର (୪ ଟଙ୍କା ବୃଦ୍ଧି) ।ବିଗତ ୧ଅପ୍ରେଲ ୨୦୨୩ ପରେ ଏହା ପ୍ରଥମଥର ପାଇଁ ବୃଦ୍ଧି ହୋଇଛି ।

ମନ୍ଦିର ହୁଣ୍ଡି ଭାଙ୍ଗି ପିଉଥିଲେ ମଦ

ଜଟଣୀ,୨୧।୬(ଏସଏସନିଉଜ)ଅଭିଯୋଗକାରୀ ସୁଧାଂସୁ ଶେଖର ପଣ୍ଡା (୪୬) ଲିଖିତ ରିପୋର୍ଟ ଆଧାରରେ ପୋଲିସ ଜଟଣୀ ଥାନାରେ ୨୭୩/୨୬କେଶନମ୍ୱର ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବୁଢାପଡା ଗ୍ରାମର ବିଭୂତିଭୂଷଣ ପଣ୍ଡା ଓରଫ ବିଗା, ବୃନ୍ଦାବନ ସାହୁ ଓରଫ ଚିକୁ ଏବଂ ସୁରେଶ ବେହେରା ଓରଫ ଚନ୍ଦା।ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟଯେ,ଗତ ତା ୧୬ରିଖ ରାତିରେ ବିଭୂତିଭୂଷଣ ଓ ତାର ସହଯୋଗୀମାନେ ବୁଢାପଡାର ଶ୍ରୀଶ୍ରୀ ସୋମନାଥ ମନ୍ଦିରର […]

ବିଜେଡି ଛାଡ଼ି ବିଜେପିରେ ମିଶିଲେ

ଚିଲିକା,୨୧।୬(ଏସଏସନିଉଜ)ଆଜି ବାଣପୁରସ୍ଥିତ କୃତ୍ତିବାସଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବାଣପୁରବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ଗ୍ରାମପଞ୍ଚାୟତର‌ ପୂର୍ବତନସରପଞ୍ଚ ଆଶାମଣୀ ସାହୁ,କୁଲେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର‌ ବହୁ ୱାର୍ଡସଭ୍ୟ,ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜୁ ଜନତାଦଳ ପରିତ୍ୟାଗ କରି ଭାରତୀୟ ଜନତାପାର୍ଟିର ନୀତି ଆଦର୍ଶ,ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଆଇନମନ୍ତ୍ରୀ ପ୍ରୁଥିରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତାପାର୍ଟିରେ […]