Browsing category

ଜିଲ୍ଲା

ଯୁଦ୍ଧ ବନ୍ଦ…

ଭୁବନେଶ୍ଵର,୧୦।୫(ଏସଏସନିୟୁଜ)ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛି ବୋଲି ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି।ଭାରତୀୟ ସମୟ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି।ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି।ଉଭୟ ଦେଶ ସହମତି ଜଣାଇଥିବା କହିଲେ ବିକ୍ରମ ମିଶ୍ରି।ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ସହମତି। ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା।୩ ବାହିନୀକୁ ଉଭୟ ଦେଶ ପକ୍ଷରୁ ସହମତି କଥା ଜଣାଇ ଦିଆଯାଇଛି।ଆସନ୍ତା ୧୨ […]

ଗୋରୁ ଚାଲାଣ କରୁଥିବା ଗାଡ଼ି ପୋଡ଼ିବା ସହିତ ଜଣକୁ ହତ୍ୟା

ବାରଙ୍ଗ, ୯।୫(ଏସଏସନିୟୁଜ) ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚାଲାଣ କରୁଥିବା ଗୋଟିଏ କାରକୁ ଦୃର୍ବୁତ୍ତମାନେ ପୋଡ଼ିଦେବା ସହିତ ଜଣକୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି କଟକ ଦେୱନ ବଜାରର ଶେଖ୍ ରାହିଲ (୨୩)।ବାରଙ୍ଗ ଥାନା ପୋଲିସ ୨୪୩/୨୫ କେସ ନମ୍ୱରରେ ଏକ ହତ୍ୟା ମାମଲା ରୁଜୁକରି ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରକାଶଯେ, ଶୁକ୍ରବାର ଭୋର ସମୟରେ ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ […]

ଟିବିମୁକ୍ତ ଭାରତ ଅଭିଯାନପାଇଁ ସଚେତନତା ଶିବିର

ବାରଙ୍ଗ,୮।୫(ଏସଏସନିୟୁଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁବନ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ପରିସରରେ ନୂଆ ଦିଲ୍ଲୀସ୍ଥିତ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରିୟ ଆୟୋଗ ନିର୍ଦ୍ଦେଶରେ ଭାରତବର୍ଷକୁ ଟିବି ଜୀବାଣୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ଶିବିର ଗୁରୁବାର ଦିବା ୧୦ଘଟିକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମଧୁମେହ ରକ୍ତ ପରୀକ୍ଷା ସହ ପ୍ରାୟ ୭୦ରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ଟିବି ରୋଗଠାରୁ […]

ଦୀଘାରେ ସ୍ଥାୟୀ ଜଗନ୍ନାଥଧାମ ହୋଡିଂ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ପୁଣି ମମତା ଦେଖାଇଲେ ନାଲିଆଖି।ଏଥର ସ୍ଥାୟୀ ଜଗନ୍ନାଥ ଧାମ ହୋଡିଂ ଲାଗିଥିବାର ଦେଖିବାକୁ ମିଳିଛି।ଦୀଘା ମନ୍ଦିର ସାମ୍ନାରେ ଲାଗିଲା ଜଗନ୍ନାଥ ଧାମ ହୋଡିଂ।ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋଡ଼ିଂ।ରାତାରାତି ହୋଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ।ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋଡିଂ ଲଗାଯାଇଥିଲା।ଜଗନ୍ନାଥଧାମ ବିବାଦ ଭିତରେ ହୋଡିଂ ଲଗାଇଛନ୍ତି ମମତା।

ନନ୍ଦନକାନନ ଦାୟିତ୍ୱରେ ରହିଲେ ପ୍ରଶାନ୍ତ ପଣ୍ଡା

ବାରଙ୍ଗ,୬।୫(ଏସଏସନିୟୁଜ)ପ୍ରଶାନ୍ତ କୁମାର ପଣ୍ଡା ନନ୍ଦନକାନନ ଉପ-ନିର୍ଦ୍ଦେଶକ ଭାବେ ମଙ୍ଗଳବାରଠାରୁ ଦାୟିତ୍ୱରେ ରହିଛନ୍ତି। ସନତ କୁମାର ଏନ୍ ୨୨ଦିନ ପାଇଁ ଛୁଟିରେ ଯିବାପରେ ପଣ୍ଡା ଅସ୍ଥାୟୀ ଭାବେ ତାଙ୍କ ଦାୟିତ୍ଵରେ ରହିଥିବାର ଜଣାପଡିଛି।ଏବେ ପିସିସିଏଫ୍ କାର୍ଯ୍ୟ।ଳୟରେ ପ୍ରଶାନ୍ତ କୁମାର ପଣ୍ଡା ଉପ-ବନସଂରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ୬ତାରିଖଠାରୁ ୨୮ତାରିଖ ୨୨ଦିନ ପର୍ଯ୍ୟନ୍ତ ସେ ନନ୍ଦନକାନନ ର ଦାୟିତ୍ବରେ ରହିବେ।ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିବାପରେ ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଯାଇ ବୁଲିକି ଦେଖିଛନ୍ତି।ଉଭୟପାର୍କର ରେଞ୍ଜଅଫିସର ଓ ପଦାଧିକାରୀ ମାନେ […]

ଆସନ୍ତାକାଲି ୪ଟାରେ ବାଜିବ ସାଇରନ୍

ଭୁବନେଶ୍ଵର,୬।୫(ଏସଏସନିୟୁଜ)ଓଡ଼ିଶାର ୧୨ଟି ସ୍ଥାନରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ହେବ।ସେଗୁଡିକ ହେଲା ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ତାଳଚେରରେ କାଟେଗୋରି ୱାନ୍, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଏବଂ ରାଉରକେଲା କାଟେଗୋରି ଟୁ ଓ ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା କାଟେଗୋରି ଥ୍ରିରେ ରହିଛି। ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ସପ୍ତାହେ ଯାଏ ଚାଲିବ। ୫ମିନିଟ ଧରି ସାଇରନ ବାଜିବ। […]

ଆସୁଛି ମୌସୁମୀ

ଭୁବନେଶ୍ଵର,୬।୫(ଏସଏସନିୟୁଜ) ଆସନ୍ତା ସାତଦିନ ଭିତରେ ଅର୍ଥାତ ୧୩ ତାରିଖ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆଣ୍ଡାମାନ ସାଗର,ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଗୋଦାମରେ ଫୁଟିଲା ବାଣ

ଭୁବନେଶ୍ଵର,୬।୫(ଏସଏସନିୟୁଜ)ବାଣ ଗୋଦାମ୍‌ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣଙ୍କର ଚିକିତ୍ସା ଚାଲିଥିବାର ଜଣାପଡିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଏହି ଅଘଟଣ ଘଟିଛି।

ମାବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି ଅଳଙ୍କାର ମିଳିଲା

ଗଞ୍ଜାମ,୫ା୫(ଏସଏସନିଉଜ) କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରଗର୍ଭଗୃହର ତାଲା ଭଙ୍ଗାଯାଇ ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ଘଟଣା ଊପରୁ ପର୍ଦା ଉଠାଇଛି ଭଞ୍ଜନଗରଥାନା ପୁଲିସ ।ଗତ ୨୫ ଓ ୨୬ ତାରିଖ ରାତିରେ କୁଲାଡ଼ ମାବ୍ୟାଘ୍ରଦେବୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିଲା ।ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାଇକ,ରବୀନ୍ଦ୍ର ନାଇକ,ସୁଶାନ୍ତ […]

ହରିଜନ ମହିଳାଙ୍କୁ ମାଡ଼

ବାରଙ୍ଗ, ୬।୫(ଏସଏସନିଉଜ) ପଦ୍ମନାଭ ନଗରର ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାକଡ଼ ସରକାରୀ ଜାଗାରେ ଯିବାକୁ କେନ୍ଦ୍ର କରି ହରିଜନ ମହିଳାଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ମହିଳାଙ୍କୁ ସୋମବାର ଗିରଫ କରିଛି ବାରଙ୍ଗ ପୁଲିସ। ପ୍ରକାଶଯେ,ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାକଡ ସରକାରୀ ଜାଗାରେ ପାଟପୁର ଗ୍ରାମର ପଞ୍ଚୁ ବସ୍ତିଆ ଘର କରି ଭଡାକୁ ଦେଇଛନ୍ତି। ସେହି ଘରେ କୁନି ରାଉତ ନାମକ ମହିଳା ରହୁଛନ୍ତି।ତାପାଖରେ ଥିବା ସରକାରୀ ଜାଗାରେ କେନ୍ଦୁଝର ଜିଲ୍ଲା ଘଷିପୁରା ଅଂଚଳ ତୋରାଣି […]