Browsing category

ଜିଲ୍ଲା

ପହିଲିରଜରେ ବଢ଼ିଲେ ପର୍ଯ୍ୟଟକ

ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପାଳନ ହେଲା ରଜପର୍ବ

ବାରଙ୍ଗ , ୧୩।୬(ଏସଏସନିଉଜ)ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟରେ ଅବସ୍ଥିତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ରଜ ପର୍ବ ପାଳନ କରାଯାଇଥିଲା ।ପ୍ରାରମ୍ଭରେ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚିକିତ୍ସକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ,ଏବଂ ପୋଡ଼ପିଠା ବଣ୍ଟନ କରିଥିଲେ । ତେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ଓଡିଶାରେ ରଜ ପର୍ବର ପାଳନର ପୌରାଣିକ ଭିତ୍ତିଭୂମି ସହ ଆୟୁର୍ବେଦ ସମ୍ବନ୍ଧ ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରଫେସର ଲକ୍ଷ୍ମୀପ୍ରିୟା ଦେବୀ ପୃଥିବୀମାତାର ରଜସ୍ବଳା ସହ […]

୬ଜଣିଆ ଡକାୟତି ଦଳକୁ ଧରିଲା ନନ୍ଦନକାନନ ଥାନା ପୋଲିସ

ବାରଙ୍ଗ,୧୪।୬(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୬ଜଣିଆ ଡକାୟତି ଦଳକୁ ଧରିବାରେ ସକ୍ଷମ ହୋଇଛି ନନ୍ଦନକାନନଥାନା ପୋଲିସ ।ସେମାନେ ହେଲେ କଲ୍ୟାଣପୁରଗ୍ରାମର ସୁଶୀଲ କୁମାର ସାହୁ(୩୪)ଓରଫ ଗଣେଶ,ସନ୍ତୋଷ ବେହେରା ଓରଫ ସନ୍ତୁ(୩୨),ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ(୩୫),ମନୋଜ ସ୍ୱାଇଁ ଓରଫ ମୁନା(୨୮),ପ୍ରତାପ ସ୍ୱାଇଁ (୪୫),ଫତେଗଡ଼ ବାଣପୁରର ଗଣେଶ ଜେନା (୨୩)।ପୋଲିସ ସେମାନଙ୍କଠାରୁ ଗୋଟିଏ ଦେଶୀ ନିର୍ମିତ ପିସ୍ତଲ,ଦୁଇଟି ଗୁଳି ଏବଂ ଚାରୋଟି କାର୍ଟ୍ରିଜ୍,ଗୋଟିଏ ଖଣ୍ଡା,ଗୋଟିଏ ତେଲେଙ୍ଗା କଟୁରୀ,ଦୁଇଟି ଲୁହାରଡ୍ ,ଓଡ଼ି ୦୨ସି ଏମ […]

ଉଦଘାଟିତ୍ ହେଲା ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫

ଭୁବନେଶ୍ୱର,୧୪।୬(ଏସଏସନିଉଜ)ଏଥର ରାଜଧାନୀ ଉପକଣ୍ଠ କଲ୍ୟାଣପୂର ସ୍ବସ୍ତିବନରେ ମହା ଆଡମ୍ବର ସହକାରେ ଭୁବନେଶ୍ୱର ରଜ ମହୋତ୍ସବ ୨୦୨୫ ଶନିବାର ଦିନ ଆରମ୍ଭ ହୋଇଛି।ଏହାକୁ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ଓଡ଼ିଶାର ଐତିହ୍ୟ ପରମ୍ପରା ଓ ପର୍ବପର୍ବାଣୀକୁ ବଜାୟ ରଖିବାର ଏହା ଅନନ୍ୟ ପ୍ରୟାସ। ରଜ ଆନନ୍ଦ ଉଲାସ ଓ ଉକ୍ତଣ୍ଠାର ପର୍ବବୋଲି ବିଧାୟକ ତାଙ୍କ ଅଭିଭାଷଣ ରେ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱର ରଜ ମହୋତ୍ସବ ପରିଷଦ ଅନୁକୁଲ୍ୟରେ କଲ୍ୟାଣପୂରସ୍ଥିତ ସ୍ବସ୍ତିବନଠାରେ […]

ବେଆଇନ ବାଲିଚାଲାଣ ଗାଡ଼ିକୁ

କଟକ, ୧୪।୬(ଏସଏସନିଉଜ) ବାରଙ୍ଗ ଅଂଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ବିଭାଗୀୟ ପ୍ରଶାସନ ଗୁରୁତ୍ୱ ଦେଉନଥିବାରୁ ଚୋରା ବେପାର ବଢିବାରେ ଲାଗୁଛି। ପ୍ରତ୍ୟେକ ଦିନ ଶହଶହ ଟ୍ରକରେ ବାରଙ୍ଗ ଏହାର ଆଖପାଖ ଅଂଚଳରୁ ବାଲି, ମୋରମ ଓ ମାଟି ଆଦି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ବାରଙ୍ଗରୁ କଟକ ଭୁବନେଶ୍ଵର ଆଦି ବିଭିନ୍ନ ସ୍ଥାନକୁ ପରିବହନ ହେଉଛି ।କିନ୍ତୁ ଲଘୁ ଖଣିଜ ବିଭାଗ ହାତବାନ୍ଧି ବସିଛି। ଶୁକ୍ରବାର ବିଳମ୍ବିତ ରାତିରେ […]

ସାବାସ ସୁଧାଂଶୁ!

କଟକ,୧୪।୬(ଏସଏସନିଉଜ) ନରାଜମାର୍ଥାପୁର ପଂଚାୟତ ନରାଜଗ୍ରାମର ଗରିବଛାତ୍ର ସୁଧାଂଶୁ ସାହୁ ଓଜେଇଇରେ ଚତୁର୍ଥ ରୀୟାଙ୍କ ରଖି କଲେଜ ତଥା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ରାଜ୍ୟସ୍ତରରେ ଚତୁର୍ଥସ୍ଥାନରେ ତାଙ୍କ ନାମ ଆସିବା ପରେ ଅଧ୍ୟୟନ କରୁଥିବା କଲେଜ ସମେତ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ସୁଧାଂଶୁ ତାଙ୍କ ମାଉସୀ ଚୁମୁକି ବେହେରାଙ୍କ ଘର ମାଲକାନଗିରି ଜିଲ୍ଲାରେ ରହି ପଲିଟେକନିକ କଲେଜ ଇଲେକ୍ଟ୍ରିକାଲ ଟ୍ରେଡରେ ଅଧ୍ୟୟନ କରୁଛନ୍ତି I ଏଥର ସେ ଶେଷବର୍ଷର ଛାତ୍ର । ଚଳିତ ଓଜେଇଇ ଏସି […]

ଲାଞ୍ଚ ନେବାବେଳେ ଧରାପଡିଲେ ଜେଇ

ଭୁବନେଶ୍ଵର,୧୦।୬(ଏସଏସନିଉଜ)ଚାକିରୀରେ ଯୋଗଦେବାର ଦାନ ଏକ ବର୍ଷ ପୁରିଥିବା ବେଳେ ଲାଞ୍ଚ ନେବାବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ।ସେ ହେଉଛନ୍ତି ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠଯନ୍ତ୍ରୀ ସୁସ୍ମିତା ଓରାମ।ମାଡାମଙ୍କ ପାଇଁ ଉପୁରି ନିଶା ମହାଙ୍ଗା ପଡିଛି।ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ।

ଚରିତ୍ର ସନ୍ଦେହରେ ମହିଳାଙ୍କୁ ନିର୍ୟାତନା

ଭୁବନେଶ୍ୱର,୯ା୬(ଏସଏସନିଉଜ)ମହିଳାଜଣଙ୍କ ଗତ ୨୦୨୦ ମସିହାରେ ନୟାଗଡ କୋର୍ଟରେ ଅରବିନ୍ଦନାଏକ ନାମକ ଯୁବକକୁ ବିବାହ କରିଥିଲେ ଏବଂ ତାଙ୍କ ପରିବାର ସହିତ ସେମାନଙ୍କ ଜନ୍ମସ୍ଥାନରେ ରହୁଥିଲେ। ବିବାହର କିଛି ଦିନ ପରେ, ଅଧିକ ଯୌତୁକ ପାଇଁ ଅଭିଯୁକ୍ତ ଏବଂ ତାଙ୍କ ପରିବାର ଦ୍ୱାରା ତାଙ୍କୁ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଆଯାଇଥିଲା। ପରେ, ଦମ୍ପତି ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇ କାର୍ଗିଲବସ୍ତିରେ ରହିଲେ ।ଯେଉଁଠାରେ ଅରବିନ୍ଦ ଚରିତ୍ରକୁ ସନ୍ଦେହ କରି ପୁନର୍ବାର ମହିଳାଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ […]

ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର,୯ା୬(ଏସଏସନିଉଜ) ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ କଡ଼ାପଦକ୍ଷେପ ଗ୍ରହଣ କରାଯାଉଛି।ଧର୍ମଗଡ଼ ଉପଜିଲ୍ଲାପାଳ ଆଇଏଏସ୍ ଧୀମନ ଚକମାଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ ଧରା ପଡ଼ିବାସହ ତାଙ୍କ ସରକାରୀ ବାସଭବନରୁ ତଲାସୀ ସମୟରେ ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି। ଯାହାର ସେ କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରି ନାହାନ୍ତିା ଜଣେ ବ୍ୟବସାୟୀଙ୍କ ଅଭିଯୋଗ କ୍ରମେ ଉପଜିଲ୍ଲାପାଳ ୨୦ଲକ୍ଷଟଙ୍କା ଲାଞ୍ଚ ଦାବି କରିଥିଲେ। ଦୁଇଟିକିସ୍ତିରେ ୧୦ଲକ୍ଷ […]

ଏସକର୍ଟ ଗାଡିରେ ଆହତ

ଭୁବନେଶ୍ୱର,୯ା୬(ଏସଏସନିଉଜ) ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁôିରେ ଆୟୋଜିତ ସମନ୍ୱୟ ବୈଠକସାରି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସକର୍ଟ ନେଇ ଗଞ୍ଜାମ ଫେରୁଥିଲେ ।ଫେରିବା ବାଟରେ ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟରାସ୍ତାରେ ଏକ ଟ୍ରକ ସହ ମୋଟର ସାଇକେଲର ଧକ୍କାହୋଇଥିଲା ।ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଆହତ ହୋଇ ରାସ୍ତାରେ ପଡ଼ିଥିବାବେଳେ ସ୍ଥାନୀୟ ଲୋକମାନଙ୍କ ଭୀଡ ମଧ୍ୟ ଲାଗିରହିଥିଲା ।ଭିଡ ଦେଖି ମନ୍ତ୍ରୀ ଅଟକିଯିବାସହ ଘଟଣାସର୍ମ୍ପକରେ ବୁଝିଥିଲେ ।ପରେ ଏସକର୍ଟ ଗାଡିରେ ଆହତଙ୍କୁ ତୁରନ୍ତ ଚିକିସ୍ାପାଇଁ ଡାକ୍ତରଖାନାକୁ […]