Browsing category

ଜିଲ୍ଲା

ବଜ୍ରାଘାତରେ ୬ମୃତ

ଭୁବନେଶ୍ଵର,୧୬।୫(ଏସଏସନିୟୂଜ)ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କ ମୃତ୍ୟୁ ହୋଇଛି।ସେଥିମଧ୍ୟରେ କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି।କୋରାପୁଟ ଲକ୍ଷ୍ମୀପୁରରେ ଜେଜେମା, ନାତୁଣୀ ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା କେବିରିବରପୁରରେ ଯୁବତୀ ମୃତ୍ୟୁ ହୋଇଥିବା ବେଳେପୋଲସରା କବିସୂର୍ଯ୍ୟନଗର କେ. ବରିଡ଼ା ଗାଁରେ ଜଣେ ନାବାଳକ,ଗଜପତିଜିଲ୍ଲା ମୋହନା ଆର୍‌. ଉଦୟଗିରି କାନକଟାରେ ଜଣେ ଯୁବତୀର ମୃତ୍ୟୁ ହୋଇଥିବାର ଜଣାପଡିଛି।

ମୁଁ ଆତ୍ମହତ୍ୟା କରିଦେବି

ଭୁବନେଶ୍ଵର,୧୪।୫(ଏସଏସ ନିୟୁଜ)ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ ଆତ୍ମହତ୍ୟା କରିବେ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଆଉ କାମରେ ଚାପ ଦିଆଯାଉଛି ବୋଲି ଏମିତି ନିବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ। ତାଙ୍କୁ ବାଲେଶ୍ୱର ଏସପି ନିର୍ଯାତନା ଦେଉଥିବା ବେଳେ ଏକାଧିକ ଦାୟିତ୍ୱ ତାଙ୍କ ଉପରେ ଲଦି ଦେଉଛନ୍ତି। ଏପରିକି ଜେନେରାଲ ମିଟିଙ୍ଗରେ ଇନିସ୍ପେଟର ଆଗରେ ତାଙ୍କୁ ଅପମାନିତ […]

ଆସୁଛି ବାତ୍ୟା ଶକ୍ତି!

ଭୁବନେଶ୍ଵର,୧୪।୫(ଏସଏସନିୟୁଜ) ବଙ୍ଗୋପସାଗରରେ ୨୩ ରୁ ୨୮ ତାରିଖ ମଧ୍ୟରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା  ପରିଣତହେବାର ସମ୍ଭାବନା ରହିଛି । ଏହା ହୋଇ ୨୪ରୁ ୨୬ ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଅନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବ ବାଂଲାଦେଶର ଚତୋଗ୍ରାମ ଏବଂ ଓଡିଶା ଉପକୂଳ,ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଖୁଲନା ଡିଭିଜନରେ ମଧ୍ୟ ପ୍ରଭାବ ପକାଇପାରେ ।ଏଥିନିମନ୍ତେ ବାଂଲାଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ ରଙ୍ଗପୁର, ଦିନଜପୁର, ବୋଗ୍ରା, […]

ବୋଦାଭୋଜି ସାଜିଲା କାଳ

ଗଞ୍ଜାମ,୧୩।୫(ଏସଏସନିୟୁଜ)ବଳିବୋଦା ଭୋଜି ଖାଇବାକୁ ଆସୁଥିବା ବେଳେ ପିକଅପ ଭ୍ୟାନ ଓଲଟି ବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି।ମୃତକ ହେଉଛନ୍ତି ବାଦଲ ଗୌଡ(୧୫) ଓ ଚନ୍ଦ୍ରମା ଗୌଡ (୨୭)।ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର କୁଲାଙ୍ଗି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ଗାଡିଟିରେ ୧୭ଜଣ ବସି ବଡ଼ବୋରସୀଙ୍ଗି ବ୍ରାହ୍ମଣ ଦେବି ମନ୍ଦିର ଅଭିମୁଖେ ବଳି ବୋଦା ଭୋଜି ଖାଇବାକୁ ଗୋଟେ ପରିବାରର ୧୭ଜଣ ସଦସ୍ୟ ଆସୁଥିଲେ।ଏହି ସମୟରେ ଏକ କଲଭର୍ଟକୁ ପିକଅପଭ୍ୟାନ ଧକ୍କା ଦେଇ […]

ବାଜାବାଣରେ କମ୍ପିଲା ବାଲିଚନ୍ଦ୍ରପୁର

ବାରଙ୍ଗ, ୧୩।୫(ଏସଏସନିୟୁଜ) କୁହ୍ନେଇଁପଡା ପଂଚାୟତର ବାଲିଚନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ଦିନ ମା ସାହାଡ଼ା ସୁନ୍ଦରୀ ଠାକୁରାଣୀଙ୍କର ତୃତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି I ମଙ୍ଗଳବାର ସକାଳ ସାଢ଼େ ୬ ଟା ସମୟରେ ୧୦୧ ଜଣ ମହିଳା ଓ ୫୧ ଜଣ ପୁରୁଷମାନଙ୍କ ଦ୍ବାରା ମଧୁବନଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲରୁ ପାଣି ଉଥାଯାଇ ବିରାଟ ପଟୁଆରରେ କଳସଯାତ୍ରା କରାଯାଇଥିଲା। କଳସ ଯାତ୍ରା ପରେ ମାଙ୍କର ମାର୍ଜଣା ନୀତି, ହୋମ ଯଜ୍ଞ ଆରମ୍ଭ କରାଯାଇଛି । ଏହି […]

ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ

ଭୁବନେଶ୍ଵର,୧୩।୫(ଏସଏସ ନିୟୁଜ)ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ପାସ୍ ହାର ୮୮.୩୯ ପ୍ରତିଶତ ରହିଥିବାବେଳେଛାତ୍ରଙ୍କ ତୁଳନାରେ ବାଜିମାତ୍ କରିଛନ୍ତି ଛାତ୍ରୀ।ଫେବ୍ରୁଆରୀ ୧୫ରୁ ଏପ୍ରିଲ ୪ ମଧ୍ୟରେ ହୋଇଥିଲା ପରୀକ୍ଷା।ପିଲାମାନେ results.cbse.nic.inରୁ ପରୀକ୍ଷା ଫଳ ଜାଣିପାରିବେ। ଏହାବ୍ୟତୀତ ଏସଏମଏସ ଓ ଉମଙ୍ଗ ଆପରେ ମଧ୍ୟ ଯାଞ୍ଚ କରିପାରିବେ ।

୧୬ ଯାଏ ଭୀଷଣ ଗରମ

ଭୁବନେଶ୍ୱର, ୧୩।୫(ଏସଏସନିୟୁଜ)୧୬ ତାରିଖ ଯାଏ ଅସମ୍ଭାଳ ତାତିରୁ ନିସ୍ତାର ମିଳିବା ଆଶା ନାହିଁ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହ ପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୪ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ […]

ଚନ୍ଦନ ଲାଗି ହେଲେ ଚନ୍ଦ୍ରଶେଖର

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଦାରୁଠେଙ୍ଗ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ବାବା ବାଲୁଙ୍କେଶ୍ୱର ମହାଦେବଙ୍କ ଚଳନ୍ତି ଠାକୁର ପ୍ରଭୁ ଚନ୍ଦ୍ରଶେଖର ଦେବଙ୍କ ଚାଲିଛି ଚନ୍ଦନ ଉତ୍ସବ । ପବିତ୍ର ଅକ୍ଷୀତୃତୀୟାରୁ ଆରମ୍ଭ ହୋଇଥିବା ପୂଜାରେ ପ୍ରତେହ ଦିନ ଠାକୁରଙ୍କ ନୀତି କାନ୍ତି ପାଳନ ହେଉଛି ।ସୋମବାର ଥିଲା ମହାପ୍ରଭୁଙ୍କ ଚନ୍ଦନପୂର୍ଣ୍ଣିମା ।ଏହି ଅବସରରେ ସକାଳୁ ପ୍ରଭୁଙ୍କର ଦେହରେ ସରଲାଗି କରାଯାଇଥିଲା । ସକାଳରେ ସୁଙ୍କୁଳି ଭୋଗ,ମଧ୍ୟାହ୍ନରେ ଖେଚୁଡ଼ି ଭୋଗ କରାଯାଇ ଠାକୁର ପାଖରେ ଲାଗି ହୋଇଥିଲା ।ସନ୍ଧ୍ୟାଆଳତି ପରେ ଠାକୁରଙ୍କ […]

ଗୁଳି ଓ ବୋମାମାଡ ଘଟଣାରେ ସୁଧୀର ଗିରଫ

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଷୋମବାର ଦିନ ଆଉ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣା ବିକାକୁ ନେଇ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଥିଲେ ।ଗୁଳି ଚାଳନା ସହ ବୋମାମାଡ ବି ହୋଇଥିଲା। ଗୁଳିମାଡରେ […]

ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ୍ ବାସୁଦେବଙ୍କ ପବିତ୍ର ପୀଠରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା , ମାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଞ୍ଜ୍ୟ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଙ୍କୁରା ରୋପଣ,ଜଳ ଯାତ୍ରା,ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା,ମାଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି,ନଗର କୀର୍ତ୍ତନ ଆଦି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତିରେ ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ମେଣ୍ଢାଶାଳ ଗ୍ରାମବାସୀମାନେ […]