Browsing category

ମନୋରଞ୍ଜନ

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯ ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା […]

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।ଭେଣ୍ଡିଂଜୋନ୍‌ବ୍ୟବସାୟୀମାନେ ମାଡ଼ି ବସିଥିବାଅଞ୍ଚଳ ଉଚ୍ଛେଦଦାବିରେ ୟୁନିଟ୍‌୧ହାଟକୁ ବ୍ୟବସାୟୀସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦରଖିଛି। ବ୍ୟବସାୟୀମାନେ ବିଏମ୍‌ସିକାର୍ଯ୍ୟାଳୟ ଓ ୟୁନିଟ୍‌୧ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏଦୀଗରେ ଆଲୋଚନା ପାଇଁ କୁହାଯାଇଥିବାବେଳେ ମଙ୍ଗଳବାର ପର‌୍ୟ୍ୟନ୍ତ ହାଟ ବନ୍ଦରହିବ ବୋଲି ସଂଘକହିଛି।

ମଧୁପୁର ଓ ମେଣ୍ଢାଶାଳରେ ଇନ୍ଦୁପୁର୍ଣିମା

ବାରଙ୍ଗ,୨୯ା୯(ଏସଏସନିଉଜ)ମଧୁପୁର ଗାଁରେ ସବୁବର୍ଷଭଳି ଚଳତବର୍ଷ ଇନ୍ଦୁପୁର୍ଣିମା ଓ ଭାଗବତ ଜନ୍ମୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଏଥିନିମନ୍ତେ ସକାଳୁ ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ଶେଷ ହୋଇଥିଲା ।ରାତିରେ ଭଜନସମାରୋହ ସହ ପ୍ରଭୂଙ୍କ ନାମକିର୍ତନ କରାଯାଇଥିଲା ।ମଧୁପୁର ଗ୍ରାମବାସୀମାନଙ୍କ ଦ୍ୱାରା ଆୟୋଜିତ ଏହି ଉସ୍‌ବରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଦାଳୁମାନେ ଯୋଗଦେଇଥିଲେ ।ଶେଷରେ ଗ୍ରାମବାସୀମାନଙ୍କଦ୍ୱାରା ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିରରେ ଚଳିତବର୍ଷ ସବୁବର୍ଷପରି ଭଗବତଜନ୍ମୋସ୍‌ବ ମହାସମାରୋହରସହ ପାଳିତ ହୋଇଯାଇଛି […]

ଉଦଯାପିତହେଲା ଲୋକକଳା ପ୍ରଶିକ୍ଷଣଶିବିର

ଆସିକା,୩୦।୯(ଏସଏସନିଉଜ)ଲୋକକଳାର ପ୍ରୟୋଗକୁ ନେଇ ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକର ସମ୍ମିଳନୀକକ୍ଷରେ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥିରେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ […]

ନନ୍ଦନକାନନରୁ ଚାଲିଗଲେ-୨

ବାରଙ୍ଗ,୨୭ା୯(ଏସଏସନିଉଜ)ଗତକିଛିଦିନଧରି ନନ୍ଦନକାନନରେ ଗୋଟିଏ ପରେ ଗୋଟିଏ ପଶୁପକ୍ଷୀ ମାନଙ୍କର ମୃତ୍ୟୁ ଘଟିବାରେ ଲାଗିଛି। କୁଜିହରିଣ,ଚିତ୍ରାହରିଣ,ଦୁଇନୀଳଗାଈ,ବଜ୍ରକାପ୍ତା,କଳାହଂସ ଆଦି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ବୁଧବାରଦିନ ଏକ ମାଇନୀଳଗାଈ ଓ ଦେଶୀଭାଲୁ ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରକାସ ଯେ,ନନ୍ଦନକାନନର ୬୫ନମ୍ବର ଏନକ୍ଲୋଜରରେ ରହୁଥିବା ୪/୫ବର୍ଷରଏକ ମାଇନୀଳଗାଈ ଗତକିଛିଦିନ ଧରି ପଛପଟ ଗୋଡଖୋରାରେ କ୍ଷତସୃଷ୍ଟିହୋଇଥିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା ।ଯାହାଫଳରେ ଏଠାକାରଡାକ୍ତରମାନେ ତାର ଚିକିସ୍‌।କରୁଥିବାବେଳେ ବୁଧବାର ତାର ମୃତ୍ୟୁଘଟିଛି ।ନୀଲଗାଇଟିର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇ ୧୩ରେ ପହଁଚିଛି । ସେହିପରି […]

ଅକ୍ଟୋବର ୧୦ରେ ବସ ଧର୍ମଘଟ!

ଭୁବନେଶ୍ୱର,୨୭।୯(ଏସଏସନିଉଜ)ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ ।ରାଜ୍ୟସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଧର୍ମଘଟ ଡାକରା ଦେଇଛି ବସ ମାଲିକସଂଘ। ଅକ୍ଟୋବର ୨ ତାରିଖରେ ଅବିଭକ୍ତ କୋରାପୁଟରେ ବସବନ୍ଦ କରାଯିବ ବୋଲି ମାଲିକସଂଘ ପକ୍ଷରୁ କୁହାଯାଇଛି l

ଦୁର୍ଗାପୂଜାପାଇଁ ମାଟିଅନୁକୂଳ ପର୍ବ

ରଙ୍ଗ,୨୬।୯(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅଧୁନସ୍ତ ଦାରୁଠେଙ୍ଗ କିସ ରୋଡ଼ ମଧ୍ୟ ଭାଗରେ କଳିଙ୍ଗ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଚଳିତବର୍ଷ ପ୍ରଥମକରି ଦୁର୍ଗାପୂଜା ପାଳନ କରାଯିବାକୁ ଯାଉଛି। ସେଥିପାଇଁ ମଙ୍ଗଳବାର ଦିନ କମିଟିର କର୍ମକର୍ତାମାନଙ୍କ ସହ ଆଖପାଖ ଗାଁ ପଥରଗାଡିଆ. ଚନ୍ଦକା. ଦାରୁଠେଙ୍ଗ. ଅଳସୁଆ. ମହିମାନଗର ଆଦି ଅଂଚଳର ବହୁଭକ୍ତ ମାଟି ଅନୁକୂଳ ପର୍ବରେ ସାମିଲ ହୋଇଥିଲେ l ବାଜା. ମହୁରୀ. ଶଙ୍ଖ. କାହାଳୀଦ୍ୱାରା ରୋଶନି କରି ନିକଟତମ ବୁଡୁ ନଈ କୂଳେ ପୂଜା ଅର୍ଚନା କରି ମାଟି ସଂଗ୍ରହକରି ଶୋଭାଯାତ୍ରା […]

ପେଣ୍ଡାଲରୁ ଗାୟବହେଲା ଗଣେଶମୂର୍ତ୍ତି

କଣ୍ଟାବାଞ୍ଜି,୨୬ା୯(ଏସଏସନିଉଜ)ରାତାରାତି ପୂଜାମଣ୍ଡପରୁ ଗଣେଷଙ୍କ ମୂର୍ତ୍ତି ଗାୟାବ ହୋଇଯାଇଥିବାଭଳି ଘଟଣା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦା ଗାଁରେ ଘଟିଛି ।ଭଷାଣି ପୁର୍ବରୁ ମୁର୍ତି ଗାଏବ ହୋଇଯାଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜାକମିଟି ।ପୂଜାକମିଟିର କର୍ମକର୍ତାମାନଙ୍କ ଅଭିଯୋଗ ହେଲାଯେ,ସେମାନେ ଗଣେଶପୂଜାରେ ଅନ୍ୟଏକ ଜାଗାରେ ହେଉଥିବା ସାଂସ୍କୃତିକ କାର‌୍ୟ୍ୟକ୍ରମ ଦେଖିବାକୁ ଯାଇ ଫେରିବାବେଳକୁ ତାଙ୍କର ଗଣେଶଙ୍କ ମୂର୍ତ୍ତି ପେଣ୍ଡାଲରେ ନଥିଲା ।ତେବେ ମୂର୍ତ୍ତି ପେଣ୍ଡାଲରୁ ଗାୟାବ ନୁହେଁ ଚୋରି ହୋଇଯାଇଥିବାର ଜଣାପଡିଛି ।  

ଚାଲିଗଲା କଳାହଂସର ଜୀବନ

ବାରଙ୍ଗ,୨୫।୯(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନର ୭୫ନମ୍ବର(ବି) ଏନକ୍ଲୋଜରରେ ରହୁଥିବା ଏକ ଅଣ୍ଡିରା କଳାହଂସର ରବିବାରଦିନ ମୃତ୍ୟୁ ଘଟିଛି।ତେବେ ହଂସଟି ଏନକ୍ଲୋଜରରେ ଠିକ ଭାବେ ବିଚରଣ କରୁଥିବାବେଳେ ହଠାତ୍ କିପରି ମୃତ୍ୟୁ ଘଟିଲା ତାକୁନେଇ କର୍ତ୍ତୁପକ୍ଷ ଖୋଳତାଡ ଆରମ୍ଭ କରିଥିବାର ଜଣାପଡିଛି।ଶବବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଚିକିତ୍ସକଙ୍କଠାରୁ ଶୁଣିବାକୁ ମିଳିଛି।ଏହି ହଂସର ମୃତ୍ୟୁପରେ ସେମାନଙ୍କ ସଂଖ୍ୟା ହ୍ରାସପାଇ ୪ରେ ପହଂଚିଛି। ଅଷ୍ଟେଲିଆ ଓ ତାସମାନିଆର ଆର୍ଦ୍ରଭୂମିରେ ଏହି ପ୍ରଜାତିର କଳାହଂସଙ୍କ ନିବାସସ୍ଥଳୀ।ମାଈ କଳାହଂସମାନେ ଗଭୀର ହ୍ରଦ ମଧ୍ୟରେ […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ

ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୂପେ ଅବସର ପ୍ରାପ୍ତ ପ୍ରଫେସର କେଦାରନାଥ ପଣ୍ଡା,ମୁଖ୍ୟବକ୍ତା ଡ. ସସ୍ମିତାପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶକୁମାର ସାହୁ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ଯୁକ୍ତତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ଅତିଥିପରିଚ଼ୟ ପ୍ରଦାନ, ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ […]