ଉଦଯାପିତହେଲା ଲୋକକଳା ପ୍ରଶିକ୍ଷଣଶିବିର

ଆସିକା,୩୦।୯(ଏସଏସନିଉଜ)ଲୋକକଳାର ପ୍ରୟୋଗକୁ ନେଇ ଗଞ୍ଜାମଜିଲ୍ଲା ବୁଗୁଡ଼ା ବ୍ଲକର ସମ୍ମିଳନୀକକ୍ଷରେ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଓଡିଶା ଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗକୁ ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି lଏଥିରେ ବୁଗୁଡ଼ା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ମୁଖ୍ୟବକ୍ତା ଭାବେ ସଂସ୍କୃତି ରତ୍ନ ଗୁରୁଶ୍ରୀ ନାରାୟଣ ମହାରଣା ଏବଂ ଅନ୍ୟତମ ଅତିଥି ଭାବେ ଜଗଦୀଶ ପାଣିଗ୍ରାହୀ,ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ,ସ୍ଥାନୀୟ ମଦନମୋହନ ପାଠାଗାର ଓ ସାହିତ୍ୟ ସାଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା,ବ୍ଲକର ଲୋକକଳା ସଂସ୍କୃତି ସଂଘର ଉପସଭାପତି ଜଟେଶ୍ୱର ବିଶୋୟୀ,ସମ୍ପାଦକ ପ୍ରମୋଦ କୁମାର ଦାସ,ରାଖଲ ଦାସ ଯୋଗଦେଇ ଥିଲେ ଏବଂ ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ କଳାକାର ଅଂଶଗ୍ରହଣ କରି ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକକଳାକୁ ଜୀବିତ କରି କଳା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ନେଇଥିଲେ l ନିପୁଣ କଳା ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l
(କୈଳାସ ଚନ୍ଦ୍ର ମହାରଣାଙ୍କ ରିପୋର୍ଟ)

Comments (0)
Add Comment