ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶିଷ୍ୟୋପନୟନ କାର୍ଯ୍ୟକ୍ରମ
କଟକ,୮।୪(ଏସଏସନିଉଜ)ଶ୍ରୀଶ୍ରୀବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରତିବର୍ଷଭଳି ୨୦୨୫ -୨୬ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ନିର୍ଦ୍ଦେଶରେ ଗୁରୁଶିଷ୍ୟ ପରମ୍ପରାଅନୁଯାୟୀ ଶିଷ୍ୟୋପନୟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଟିତ ହୋଇଯାଇଛି।ବିଶ୍ୱବିଦ୍ୟାଳୟ ଡାଇରେକ୍ଟର ଅଫ୍ ଅପରେସନ ସ୍ୱାମୀ ସତ୍ୟ ଚୈତନ୍ୟ ଜୀ ବିଶ୍ଵବିଦ୍ୟାଳୟକୁଳପତି ପ୍ରଫେସର ତେଜପ୍ରତାପଙ୍କ ଉପସ୍ଥିତିରେ ସମ୍ପନ୍ନ କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ଭଗବାନ ଧନ୍ବନ୍ତରୀଙ୍କ ପୂଜା ପରେ ଉଭୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀମାନଙ୍କୁ ଚରକ ପ୍ରତିଜ୍ଞା ପଠନ କରାଯାଇଥିଲା।ଏହାକୁ ଆନୁଷ୍ଠାନିକଭାବେ ବିଶ୍ଵ ବିଦ୍ୟାଳୟ […]