Browsing category

ମନୋରଞ୍ଜନ

ଆରମ୍ଭ ହେଲା ମେଣ୍ଢାଶାଳରେ ଧାନମଣ୍ଡି

ମେଣ୍ଢାଶାଳ,୧୧ା୧(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସେବାସମବାୟ ସମିତି ମାଧ୍ୟମରେ ଚଳିତବର୍ଷର ପ୍ରଥମଧାନମଣ୍ଡି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ।ମେଣ୍ଢାଶାଳ ମିନିବ୍ୟାଙ୍କ ସମ୍ମୁଖରେ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଏହି ଉଦଘାଟନୀ ଉସ୍‌ବରେ ଶାଖା ପରିଚାଳକ ବିକାଶକୁମାର,ସମିତିର ପରିଚାଳନା ସଭ୍ୟ ରାଜଖାନ୍‌, କାଳୁଚରଣ ଦାସ,ଓ ଚାଷୀ ମାନଙ୍କ ମଧ୍ୟରେ ଭାସ୍କରଚନ୍ଦ୍ର ସୁବଦ୍ଧି,ବିଜୟଚନ୍ଦ୍ର ବଡଜେନା, ଜୟଚନ୍ଦ୍ରମିଶ୍ର, ସର୍ବେଶ୍ୱର ସାମନ୍ତରାୟ ,ପିତବାସ ପ୍ରଧାନ,ଜଟଣୀନିୟନ୍ତ୍ରିତବଜାରକମିଟି ପକ୍ଷରୁ ଅରୁପା ନନ୍ଦସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।ସମିତିର ସମ୍ପାଦକ ହିମାଂଶୁସାମନ୍ତରାୟ […]

ଆରମ୍ଭହେଲା ପକ୍ଷୀ ଓ କୁମ୍ଭୀର ଗଣନା

ଭୁବନେଶ୍ୱର,୧୦।୧(ଏସଏସନିଉଜ)ରାଜ୍ୟର ବିଭିନ୍ନ ବନାଞ୍ଚଳରେ ଆରମ୍ଭ ହୋଇଛି ପକ୍ଷୀଗଣନା ଅଭିଯାନ।ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନ,ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରେ ୨୫ଟିଟିମ୍ ,ରେଢ଼ାଖୋଲ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ ହୋଇଛି।ସେହିଁଭଳିଭାବେ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି।୪ଟିରେଞ୍ଜରେ କୁମ୍ଭୀରଗଣନା ଆରମ୍ଭ ହୋଇଥିବା ବେଳେ ଗହିରମଥା , ଭିତର କନିକା , ରାଜନଗର ଓ ମହାକାଳପଡ଼ାରେ ଗଣନା ଚାଲିଛି।୩ଦିନ ଯାଏଁ ଚାଲିବ କୁମ୍ଭୀର ଗଣନା […]

CISF ନଜରରେ ଅଯୋଧ୍ୟା ବିମାନବନ୍ଦର

ଭୁବନେଶ୍ବର,୧୦।୧(ଏସଏସନିଉଜ)ନବନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ନେଇଛି CISF।ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର ହୋଇଛି।ଆସନ୍ତା କିଛିଦିନ ମଧ୍ୟରେ ଆବଶ୍ୟକ CISF ୟୁନିଟ୍ ମୁତୟନ ହେବ। ୨୨ରେ ପ୍ରାଣପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଇସ୍ତଫାଦେଲେ ବଳଭଦ୍ର ମାଝୀ

ଭୁବନେଶ୍ୱର,୮ା୧(ଏସଏସନିଉଜ) ଆଉ କିଛିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।ଏବେଠାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କ କଷିବା ଆରମ୍ଭ କଲେଣି ।ଏହାରିଭିତରେ କଳାହାଣ୍ଡି ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିବାର ଜଣାପଡିଛି ।ଦଳରେ ଚରମ ଅବହେଳା ସାଙ୍ଗକୁ ବିଜେଡିରେ କୋଟେରୀ ରାଜ୍ ଚାଲିଥିବାନେଇ ଅଭିଯୋଗ ଉଠାଇଛନ୍ତି ବଳଭଦ୍ର । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାସହ ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଥିବା […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

କୁମ୍ଭୀରପାଇଁ ଭିତରକନିକା ବନ୍ଦ

ଭୁବନେଶ୍ୱର,୪ା୧(ଏସଏସନିଉଜ) ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା । ସମଗ୍ର ଚିଲିକାର ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ କୁନେଇ ସମୁଦାୟ୨୧ଟିଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଏହି ଗଣନାରେ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟା ଯାଏଁ ଚାଲିବ ।ସେହିଭଳିଭାବେ କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ବିଭିନ୍ନ […]

ବଢିଲା ଚିନ୍ତା

ବାରଙ୍ଗ,୩ା୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ବର୍ଷରେ ନୂଆଅତିଥି ଆସୁଆସୁ ଦିନକପରେ ଆଖିବୁଜିଛି । କୁଜିହରିଣ ଏନକ୍ଲୋଜରରେ ରହୁଥିବା ଏକ କୁଜିହରିଣ ମଙ୍ଗଳବାର ଦିନ ଗୋଟିଏ ଶାବକକୁ ଜନ୍ମ ଦେଇଥିଲା । ମା ଓ ଛୁଆ ସୁସ୍ଥ ଥିବାବେଳେ ଡ଼ାକ୍ତରଙ୍କ ନଜରବନ୍ଦିରେ ରହିଥିଲା । ହେଲେ ଛୁଆଟି ବୁଧବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ପଶୁଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ବି ତାକୁ ବଞ୍ଚେଇ ପାରିନଥିଲେ। ଶେଷରେ କୁଜିହରିଣ ଶାବକଟି ଆଖିବୁଜିଥିଲା । ସେହିପରି ହାତୀସଫାରୀରେ […]

ଫେବୃଆରୀ ୩ରେ ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ

ଭୁବନେଶ୍ବର, ୨ା୧(ଏସଏସନିଉଜ)ଆସନ୍ତା ଫେବୃୟାରୀ ୩ ରୁ ୫ତାରିଖ ପର୍ଯ୍ୟନ୍ତ୩ଦିନଧରି ରାଜ୍ୟରେ ପ୍ରଥମଥରପାଇଁ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହିସମ୍ମିଳନୀ ଆୟୋଜନକରାଯିବାନିମନ୍ତେ ଗତଡିସେମ୍ବର୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି ।ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ […]

ଧାରାକୁ ଛୁଇଁଲା ନୂଆବର୍ଷ

ଭୁବନେଶ୍ୱର,୩୧।୧୨(ଏସଏସନିଉଜ)ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ପାଳନ ହୋଇଛି ନୂଆବର୍ଷ। ରାତି ୧୨ ହେବା ପରେ ବାଣ ଫୁଟାଇ ସେଲିବ୍ରେସନ୍ ହୋଇଛି। ଅକଲାଣ୍ଡର କ୍ଲକ୍ ଟାୱାରରେ ବିଶାଳ ଆଖି ଝଲସା ଆତସବାଜି ସହ ୨୦୨୪କୁ ନ୍ୟୁଜିଲାଣ୍ଡବାସୀ ସ୍ୱାଗତ କରିଛନ୍ତି।ଆଉ କିଛି ସମୟ ପରେ ନୂଆବର୍ଷ ଉପନୀତ ହେବ।ଆମଦେଶରେ ନୂଆବର୍ଷକୁ ସ୍ୱାଗତ କରିବାପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତିପର୍ବ। ବିଶେଷକରି ଯୁବଗୋଷ୍ଟି ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।ଏହାଭିତରେ ଧରାକୁ ଛୁଇଁଛି ନୂଆବର୍ଷ।ଧରାପୃଷ୍ଠରେ ଏବେ ଉପଗତହେଲା ବର୍ଷ […]

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]