ଘୋଷଣାପତ୍ର ଜାରିକଲା କଂଗ୍ରେସ

ଭୁବନେଶ୍ୱର,୫।୪(ଏସଏସନିଉଜ)ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କରିଛି କଂଗ୍ରେସ।ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରିଛି କଂଗ୍ରେସ।ନିର୍ବାଚନ ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି।ସଭାପତି ଖଡ୍‌ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।ଜାତିଗତ ଜନଗଣନା କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି।ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ପ୍ରତିଶ୍ରୁତି।୧ଲକ୍ଷ ଟଙ୍କା ଦରମାରେ ଯୁବକଙ୍କୁ ନିଯୁକ୍ତି, ଋଣଛାଡ଼ ପ୍ରତିଶ୍ରୁତି।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟପାଇଁ ଲିଗାଲଗ୍ୟାରେଣ୍ଟି।ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୧ଲକ୍ଷଟଙ୍କା ପ୍ରତିଶ୍ରୁତି।ସାମାଜିକସୁରକ୍ଷା ଭତ୍ତା ମାସିକ ୧ହଜାରକୁ ବୃଦ୍ଧି ନେଇ ପ୍ରତିଶ୍ରୁତି ଦିଆଯାଇଛି।

Comments (0)
Add Comment