ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା
ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।
Browsing category
ଭୁବନେଶ୍ବର,୨୬।୬(ଏସଏସନିଉଜ)ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିପଡ଼ିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଦୁର୍ଘଟଣା ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ୭ଜଣଙ୍କୁ ଉଦ୍ଧାର କରାଯାଇଛି।ଏହାସହ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି SDRF।
ଭୁବନେଶ୍ବର,୨୬।୬(ଏସଏସନିଉଜ)ମିଳିତ ଘୋଷଣାପତ୍ରରେ ସ୍ବାକ୍ଷର କଲାନି ଭାରତ।ଚୀନ୍ରେ ଅନୁଷ୍ଠିତ SCO ସମ୍ମିଳନୀରେ ଆଭିମୁଖ୍ୟ କଠୋର କଲା ଭାରତ।ସ୍ବାକ୍ଷର କରିବାକୁ ସିଧା ମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ପହଲଗାମ ଆତଙ୍କୀ ଆକ୍ରମଣ କଥା ଉଠାଇ ପାକିସ୍ତାନକୁ ଟାର୍ଗେଟ୍ କଲେ।ଏହାକୁ ଦେଶ (ପାକିସ୍ତାନ) ପ୍ରାୟୋଜିତ ଆତଙ୍କୀ କାର୍ଯ୍ୟ ବୋଲି କହିଲେ।
ଭୁବନେଶ୍ବର,୨୬।୬(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ।ଧର୍ମୀୟ ଭାବନା ପାଇଁ ନୁହେଁ, ଆୟପାଇଁ ଏହା କରାଯାଇ ଛି।ବହୁତସଂଖ୍ୟାରେ ଭକ୍ତ ପଶ୍ଚିମବଙ୍ଗରୁ ପୁରୀକୁ ଆସିଥାନ୍ତି।ଏହାକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର କରିଛନ୍ତି ବୋଲି କହିଛନ୍ତି।
ପୁରୀ,୨୪।୬(ଏସଏସନିଉଜ)ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ଚୋରି ଅଭିଯୋଗ ହୋଇଛି।୧୦ ଜଣ ରାଜବୈଦ୍ୟ ଦେଇଥିଲେ ୩୧୩ ମୋଦକ।୩୧୩ଟି ମୋଦକରୁ ୭୦ଟି କମ୍ ଅଛି।ଶ୍ରୀମନ୍ଦିର ଗାରଦରେ ରଖାଯାଇଥିଲା ମୋଦକ।ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀପ୍ରଶାସକଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପଟେ ଶ୍ରୀମନ୍ଦିରରୁ ଚୋରି ହୋଇନି ଦଶମୂଳ ମୋଦକ ବୋଲିଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାରେ କହିଛନ୍ତି।ସେ କହିଛନ୍ତିକିଛିଲୋକ ନିଜ ପତିଆରା ପାଇଁ ମିଛ କହିଛନ୍ତି।ଏଭଳି ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ।ଯେଉଁମନେ ଏଭଳି କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।
ବାରଙ୍ଗ,୨୦।୬(ଏସଏସନିଉଜ) କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପାଳନ ଅବସରରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସହଯୋଗରେ ନନ୍ଦନକାନନରେ ଶୁକ୍ରବାର ଦିନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାରେ ଓଡିଶାର ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟର ସଦସ୍ୟ, ଚିଡ଼ିଆଖାନା କର୍ମଚାରୀ, ପଶୁଚିକିତ୍ସକ, କୁମ୍ଭୀର ରକ୍ଷକ ଓ ଗବେଷକ,ଚିଡ଼ିଆଖାନା ସ୍ୱେଚ୍ଛାସେବୀଙ୍କୁ ନେଇ ସମୁଦାୟ ୬୦ ଜଣ ଅଂଶଗ୍ରହଣ କରିଥିଲେ।ଏଥିରେ ପୂର୍ବତନ ପିସିସିଏଫ୍ ତଥା ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟ ସଭାପତି ସରୋଜ କୁମାର ପଟ୍ଟନାୟକ ଏବଂ କୁମ୍ଭୀର […]
ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।
ଭୁବନେଶ୍ଵର,୧୯।୬(ଏସଏସନିଉଜ)କାଲି ୧୯ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେବ।୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବେ ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।ବିମାନବନ୍ଦରରୁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ।କଳିଙ୍ଗଷ୍ଟାଡିୟମ୍ଠାରୁ ବିଶାଳ ରୋଡ୍ ସୋ କରିବେ।ପାଖାପାଖି ୨ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବେ।ବୟୋବନ୍ଦନା କାର୍ଡ ବାଣ୍ଟିବେ, ଅନ୍ତ୍ୟୋଦୟ ଘର ବଣ୍ଟନ କରିବେ।ଲକ୍ଷପତିଦିଦିଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ବାରଙ୍ଗ,୧୮ା୬(ଏସଏସନିଉଜ)ଦୀର୍ଘ୩୩ବର୍ଷର ବ୍ୟବଧାନ ପରେ ନନ୍ଦନକାନନରେ ଇଗୁଆନା (ଆମେରିକା ଏଣ୍ଡୁଅ)୫ଟିଛୁଆକୁ ଜନ୍ମଦେଇଛି ।ସରୀସୃପ ଉଦ୍ୟାନରେ ରହୁଥିବା ଇଗୁଆନା ବୁଧବାରଦିନ ପାଞ୍ଚଟିଛୁଆକୁ ଜନ୍ମ ଦେଇ ପୁଣି ନନ୍ଦନକଲାନନକୁ ଚର୍ଚ୍ଚାକୁ ଆଣିବାସହ ଇଚ୍ଛିହାସ ସୃଷ୍ଟିକରିପାରିଛି ।ଶେଷଥରପାଇଁ ଇଗୁଆନା ୨୯.୦୧.୧୯୯୨ରେ ଛୁଆ ଜନ୍ମଦେଇଥିଲା ଏହାପରଠାରୁ ଛୁଆଜନ୍ମଦେବାରେ ବ୍ୟତିକ୍ରମ ଦେଖାଦେଇଥିଲା ତେବେ ଶେଷକୁ ୨ଟି ଅଣ୍ଡିରା ଇଗୁଆନା ରହିଥିଲେ ।ଏମାନଙ୍କ ବଂଶବୃଦ୍ଧି ଓ ନୂଆ ରକ୍ତ ସମ୍ପର୍କ ଯୋଡିବାପାଇଁ ନନ୍ଦନକାନନ କର୍ତୁପକ୍ଷ ୨୬.୦୮.୨୦୨୪ ରେ କୋଲକାତାର ଆଲିପୁର ଚିଡ଼ିଆଖାନାରୁ ୮ଟି ଇଗୁଆନା (୪ ଅଣ୍ଡିରା […]
ଭୁବନେଶ୍ୱର,୧୮।୬(ଏସଏସନିଉଜ)ଜୁନ୍ ୨୦ରୁ ବୌଦ୍ଧ ଜିଲ୍ଲାକୁ ଗଡ଼ିବ ଟ୍ରେନ।ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରେନ ଗଡ଼ିବ।ବୌଦ୍ଧରୁ ଭୁବନେଶ୍ବର ଓ ସମ୍ବଲପୁରକୁ ଗଡ଼ିବ ସାପ୍ତାହିକଟ୍ରେନ ।ପ୍ରତିଦିନ ବଲାଙ୍ଗିର- ସୁବର୍ଣ୍ଣପୁର ପାସେଞ୍ଜର ଟ୍ରେନ ଗଡ଼ିବ।
ବାରଙ୍ଗ,୧୪।୬(ଏସଏସନିଉଜ)ପହିଲି ରଜରେ ନନ୍ଦନକାନନ ବୁଲିଲେ ୨୩୦୮୦ ପର୍ଯ୍ୟଟକ। ସେହିପରି ରାଜ୍ଯ ଉଦ୍ଭିଦ ଉଦ୍ୟାନ ବୁଲିଲେ ୧୭୭୬ ପର୍ଯ୍ୟଟକ।ଉଭୟ ପାର୍କକୁ ସମୁଦାୟ ୨୪ହଜାରେ ୮୫୬ ଜଣ ପର୍ଯ୍ୟଟକ ଆସିଥିଲେ।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ପ୍ରଥମରଜରେ ୧୭୪୪୬ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।ଗତବର୍ଷ ପହିଲିରଜ ଠାରୁ ଚଳିତବର୍ଷ ୫୬୩୪ ଜଣ ପର୍ଯ୍ୟଟକ ଅଧିକଆସିଛନ୍ତି।ପହିଲି ରଜପାଇଁ ପର୍ଯ୍ୟଟକସଂଖ୍ୟା ବୃଦ୍ଧି ହେବାର ଆଶଙ୍କାକରି ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ସୁବିଧା କରିଥିଲେ।ପର୍ଯ୍ୟଟକମାନଙ୍କସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ପାର୍କ […]