Browsing category

ଦେଶ ବିଦେଶ

ମା ହେଲା ମୌସୁମୀ

ବାରଙ୍ଗ,୮।୬(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେଶନିବାର ରାତିରେ ଦୁଇଟି ପର୍ଯ୍ୟାୟ ରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ।ପ୍ରଥମ ଛ୍ଛୁଆଶନିବାର ରାତି ୯:୧୫ ଏବଂ ଦ୍ଵିତୀୟ ଛୁଆ ରାତି ୧୧:୦୩ ସମୟରେ ଏନକ୍ଲୋଜର ୨୮ବି ରେ ଜନ୍ମ ଦେଇଛି।ଜନ୍ମିତ ଛୁଆ ମଧ୍ୟରୁଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି।ମାଆ ସହିତ ଥିବାରୁଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ।ମା ଛୁଆମନଙ୍କରଯତ୍ନ ନେଇଥିବାର ଜଣାପଡିଛି।୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ […]

କେବେ ବଦଳିବ!

କଟକ, ୭।୬(ଏସଏସନିଉଜ) କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ନରାଜମାର୍ଥାପୁର ରେଳଷ୍ଟେସନ ସର୍ବପୁରାତନ ରେଳଷ୍ଟେସନ ଭାବରେ ପରିଚିତ। ଏହି ନରାଜ ମାର୍ଥାପୁର ରେଳଷ୍ଟେସନରେ ପାସେଞ୍ଜର ହଲ୍ଟ (ପିଏଚ) ରହିଛି। ଏଠାରେ ପ୍ରତ୍ୟେକଦିନ ପ୍ରାୟ ୭ଟି ପାସେଞ୍ଜର ଟ୍ରେନ ରହଣି କରୁଛି। ଉକ୍ତ ଷ୍ଟେସନରେ ଜଣେ ଠିକାକର୍ମଚାରୀ ଟିକଟ ବିକ୍ରି କରୁଛନ୍ତି। ଯାହାଫଳରେ ଯାତ୍ରୀମାନଙ୍କମୌଳିକସୁବିଧା ଉପଲବ୍ଧ କରିପାରୁନି। ସର୍ବସାଧାରଣଙ୍କ ପାଇଁ କରାଯାଇଥିବା ଶୈଚାଳୟରେ ତାଲା ପକାଯାଇଛି। ରେଳବିଭାଗର ଅବହେଳା ପାଇଁ ଏଭଳି ଏକ ବିକଳ ଚିତ୍ର ଏଠାରେ ଦେଖିବାକୁ […]

ଉଦ୍‌ଘାଟିତ ହେଲା ସର୍ବୋଚ୍ଚ ସେତୁ

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ ହୋଇଛି।ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।୧୫ଶହକୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ଅତ୍ୟାଧୁନିକ ସେତୁ। ସେତୁର ଉଚ୍ଚତା ୩୫୯ ମିଟର୍ , ଦୈର୍ଘ୍ୟ ୧୩୧୫ ମିଟର ରହିଛି। ଏହାଦ୍ବାରା ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ ହୋଇପାରିବ ବୋଲି ଜଣାପଡିଛି।

RCBମାର୍କେଟିଂ ହେଡ୍‌ ଗିରଫ

ଭୁବନେଶ୍ୱର,୬।୬(ଏସଏସନିଉଜ)ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାରେRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେଙ୍କୁ ଗିରଫ କରାଯାଇଛି।ଏୟାରପୋର୍ଟରୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ।ମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗିରଫ କରିଥିଲା।ଅନ୍ୟ ୩ଜଣଙ୍କୁ ମଧ୍ୟ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିଲା

ବାରଙ୍ଗ,୫।୬(ଏସଏସନିଉଜ) ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପର୍ଯ୍ୟବରଣ ଦିବସ ପାଳନ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା ।ଏହି ଆଲୋଚନାରେ ଏଗ୍ରିକଲ୍ଚର୍ ବିଭାଗର ଆସୋସିଏଟ୍ ପ୍ରଫେସର ସନ୍ଦିପ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପର୍ଯ୍ୟାବରଣ ରକ୍ଷାକରିବା ବିଷୟରେ ପରାମର୍ଶ ଦେଇଥିଲେ।ପ୍ଳାଷ୍ଟିକ ପ୍ରଦୂଷଣର ଦୂରଗାମୀ ପ୍ରଭାବ ଏବଂ ନିରାକରଣ ବିଷୟରେ ପ୍ରଫେସର ଅଭୟ କୁମାର ମିଶ୍ର ଏବଂ ପ୍ରଫେସର ରମାକାନ୍ତରାଉତ ବକ୍ତବ୍ୟ ପ୍ରଦାନ କରିଥିଲ।ପ୍ରାରମ୍ଭରେ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ […]

ପଶ୍ଚିମବଙ୍ଗ ସାଂସଦ ହେଲେ ପୁରୀ ବୋହୂ

ଭୁବନେଶ୍ୱର,୫।୬(ଏସଏସନିଉଜ)ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ମେ ୩ରେ ଜର୍ମାନୀରେ ବିବାହ କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ୨୦୧୦ମସିହାରେ ମମତାବାନାର୍ଜୀଙ୍କ ଟିଏମସି ପାର୍ଟିରୁ ୨୦୧୯ ଓ ୨୦୨୪ରେ ନିର୍ବାଚନରେ ନିର୍ବାଚତହୋଇ ମହୁଆ ମୈତ୍ର ସାଂସଦ ହୋଇଥିଲେ ।

ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସ୍ଥାପତ୍ୟ କର୍ମଶାଳା

କଟକ,୫।୬(ଏସଏସନିଉଜ) ବିଦ୍ୟାଧରପୁର ଗୋଡ଼ିସାହିସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ଥାପତ୍ୟ ବିଭାଗ ପକ୍ଷରୁ “ରି-ଇମାଜିନିଂ ସ୍ପେସଲ୍ ପ୍ଲାନିଂ ଫ୍ରମ୍ ୱିମେନ୍ସ ପର୍ସପେକ୍ଟିଭ୍” ଶୀର୍ଷକ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୩ ଓ ୪ତାରିଖ ଦୁଇଦିନଧରି ଅନୁଷ୍ଟିତ ହୋଇଥିବା ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ସହର ଓ ଗାଁଠାରୁ ଆରମ୍ଭ କରି ଯେ କୌଣସି ଅଞ୍ଚଳର ଭୌଗୋଳିକ କ୍ଷେତ୍ର ଯୋଜନା ପ୍ରସ୍ତୁତି ସମୟରେ ମହିଳାମାନଙ୍କ ଆବଶ୍ୟକତା, ଅନୁଭବ ଏବଂ ସୁରକ୍ଷାକୁ […]

ରଥଯାତ୍ରା ସୁପରିଚାଳନା ପାଇଁ ବୈଠକ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା ଜୁନ ମାସ ୨୭ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ […]

ରୂପା ଛୁଆର ଚାଲିଗଲା ଜୀବନ

ଭୁବନେଶ୍ୱର, ୧।୬(ଏସଏସନିଉଜ) ମେଲାନିଷ୍ଟିକ୍ ବାଘ କୃଷ୍ଣା ଏବଂ ଧଳାବାଘୁଣୀ ରୂପାର ମିଲଣରୁ ଜନ୍ମ ଗ୍ରହଣ କରିଥିବା ୩ଛୁଆଙ୍କ ମଧ୍ୟରୁ ଏକ ଧଳାବାଘ ଛୁଆର ମୃତ୍ୟୁ ହୋଇଛି। ମା ଛୁଆମାନଙ୍କର ଯତ୍ନ ନେଉଥିବାରୁ ଜନ୍ମିତ ୧ ଧଳାରଙ୍ଗର ଏବଂ ୨ସାଧାରଣ ରଙ୍ଗର ଛୁଆକୁ ମାପାଖରେ ରଖାଯାଇଥିଲା। ମୃତ ବାଘ ଛୁଆଟି ମାର୍ଚ୍ଚ ୨୦୨୫ରେ ପଙ୍ଗୁ ହେବାର ଲକ୍ଷଣ ଦେଖାଇଥିଲା ଏବଂ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଏବଂ ପୁଷ୍ଟିକର ପରିପୂରକ ସମେତ ନିୟମିତ ପଶୁଚିକିତ୍ସକ ମାନେ ତାର ଚିକିତ୍ସା ଚଳାଇଥିଲେ।ଏହାସହ […]

ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

କଟକ,୩୦।୫(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ।ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖିଆଗରେ ରଖି ରାଜ୍ୟ ପରିବହନପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟବୈଠକ ଅନୁଷ୍ଠିତ ହୋଇଛି ।ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନଦିଗ ଉପରେ […]