ଭୁବନେଶ୍ୱର, ୧।୬(ଏସଏସନିଉଜ) ମେଲାନିଷ୍ଟିକ୍ ବାଘ କୃଷ୍ଣା ଏବଂ ଧଳାବାଘୁଣୀ ରୂପାର ମିଲଣରୁ ଜନ୍ମ ଗ୍ରହଣ କରିଥିବା ୩ଛୁଆଙ୍କ ମଧ୍ୟରୁ ଏକ ଧଳାବାଘ ଛୁଆର ମୃତ୍ୟୁ ହୋଇଛି।
ମା ଛୁଆମାନଙ୍କର ଯତ୍ନ ନେଉଥିବାରୁ ଜନ୍ମିତ ୧ ଧଳାରଙ୍ଗର ଏବଂ ୨ସାଧାରଣ ରଙ୍ଗର ଛୁଆକୁ ମାପାଖରେ ରଖାଯାଇଥିଲା। ମୃତ ବାଘ ଛୁଆଟି ମାର୍ଚ୍ଚ ୨୦୨୫ରେ ପଙ୍ଗୁ ହେବାର ଲକ୍ଷଣ ଦେଖାଇଥିଲା ଏବଂ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଔଷଧ ଏବଂ ପୁଷ୍ଟିକର ପରିପୂରକ ସମେତ ନିୟମିତ ପଶୁଚିକିତ୍ସକ ମାନେ ତାର ଚିକିତ୍ସା ଚଳାଇଥିଲେ।ଏହାସହ
ବିଶେଷଜ୍ଞମାନେ ଆସି ପରୀକ୍ଷାନିରୀକ୍ଷା କରିଥିଲେ।
୩୧ ମଇ ୨୦୨୫ ରାତିରେ, ଶାବକଟି ସାଧାରଣ ଭାବରେ ଖାଇଥିଲା ଏବଂ କଷ୍ଟର କୌଣସି ଲକ୍ଷଣ ଦେଖାଇନଥିଲା। ତଥାପି, ୧ ଜୁନ୍ ରେ ଶାବକଟି ମୃତ୍ୟୁ ସହ ସଂଘର୍ଷ କରି ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା।
ପୋଷ୍ଟମର୍ଟମ୍ ପରୀକ୍ଷା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି। ମୃତ୍ୟୁ ପରେ,
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ଟିବାଘ ଅଛନ୍ତି,ଯେଉଁଥିରେ ୧୮ଟି ସାଧାରଣରଙ୍ଗର ବାଘ (୧୧:୭), ୫ଟି ଧଳାବାଘ (୩:୨) ଏବଂ ୪ଟି ମେଲାନିଷ୍ଟିକ୍ ବାଘ (୩:୧) ରହିଛନ୍ତି।ରୂପାର ଅନ୍ୟ ଛୁଆମାନଙ୍କରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି ବୋଲି କୁହାଯାଇଛି।