ଭୁବନେଶ୍ୱର,୬।୬(ଏସଏସନିଉଜ)ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍ଘାଟିତ ହୋଇଛି।ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।୧୫ଶହକୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ଅତ୍ୟାଧୁନିକ ସେତୁ। ସେତୁର ଉଚ୍ଚତା ୩୫୯ ମିଟର୍ , ଦୈର୍ଘ୍ୟ ୧୩୧୫ ମିଟର ରହିଛି। ଏହାଦ୍ବାରା ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ ହୋଇପାରିବ ବୋଲି ଜଣାପଡିଛି।