Browsing category

ଦେଶ ବିଦେଶ

ଆସନ୍ତାକାଲି ଶ୍ରୀଜିଉଙ୍କ ୪ଘଣ୍ଟା ସାଧାରଣଦର୍ଶନ ବନ୍ଦ

ପୁରୀ,୨୨ା୮(ଏସଏସନିଉଜ)ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସନ୍ଧ୍ୟା୬ଟାରୁ ରାତି୧୦ଟା ଯାଏଁ ୪ ଘଣ୍ଟା ପାଇଁ ସାଧାରଣଦର୍ଶନ ବନ୍ଦ ରହିବ ଓ ରାତି୧୦ଟାପରେ ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ସୂଚନାଦିଆଯାଇଛି। ୨୩ ତାରିଖ ବୁଧବାର ଶ୍ରାବଣ-ଶୁକ୍ଳ ସପ୍ତମୀତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ. ୬.୦୦ ଟିକାରୁ ରାତ୍ର ଘ. ୧୦.୦୦ ଟିକା ପର‌୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ

ନନ୍ଦନକାନନରେ ୨ସମ୍ବରଶାବକ ଜନ୍ମ

ବାରଙ୍ଗ,୨୦।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୯ନମ୍ବର ଏନ କ୍ଲୋଜରରେ ରହୁଥିବା ବୟସ୍କ ମାଈ ସମ୍ବର ରବିବାର ୨ଶାବକକୁ ଜନ୍ମ ଦେଇଛି। ଏହି ଶାବକ ଦୁଇଟି ଜନ୍ମହେବା ପରେ ମା\’ ଓ ଛୁଆ ସୁସ୍ଥଥିବା ବେଳେ ସେମାନଙ୍କ ସଂଖ୍ୟା ୧୦କୁ ବୃଦ୍ଧିପାଇଛି।ତେବେ ନବଜାତ ୨ ଶାବକର ଲିଙ୍ଗଚିହ୍ନଟ ହୋଇନାହିଁ।ଏହିପ୍ରଜାତିର ସମ୍ବର ଭାରତର ସର୍ବତ୍ର ପାହାଡିଆ ଜଙ୍ଗଲରେ ବିଶେଷ ଭାବେ ଦେଖାଦିଅନ୍ତି।ଏମାନେ ଭାରତରେ ଦେଖାଯାଉଥିବା ସମସ୍ତ ପ୍ରଜାତିର ହରିଣମାନଙ୍କ ମଧ୍ୟରେ ସର୍ବବୃହତ ଜୀବ ଭାବରେ ପରିଚିତ।ଶୀତଋତୁ ମଧ୍ୟଭାଗରେ ସଙ୍ଗମ କରି ବର୍ଷାଋତୁ […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୯ା୮(ଏସଏସନିଉଜ)ନବରଙ୍ଗପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୫ବର୍ଷର ବଜ୍ରକାପ୍ତାକୁ ବୁଧବାର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନରଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୫କୁ ପହଁଚିଛି । ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।

ମନମୋହନ ସାମଲଙ୍କ ନୁଆଟିମ୍‌

ଭୁବନେଶ୍ୱର, ୪ା୮(ଏସଏସନିଉଜ) ବିଜେପି ରାଜ୍ସଭାପତି ମନମୋହନ ସାମଲ ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରିଛନ୍ତି ।ଏହିନୁଆ ଟିମ୍ ରେ ୩୫ ଜଣିଆ ତାଲିକାକରାଯାଇଥିବାବେଳେ ୧୦ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ ଅଛନ୍ତି । ଉପସଭାପତି ଭାବେ ନାଉରି ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋଲକ ପ୍ରସାଦ ମହାପାତ୍ର, କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶୀ ଓରାମ, ବିରଂଚି ନାରାୟଣ […]

ଓଡ଼ିଶାଆସିବେ ଅମିତଶାହ

ଭୁବନେଶ୍ୱର,୩।୮(ଏସଏସନିଉଜ)କାଲି ଓଡ଼ିଶାଆସିବେ ଅମିତ ଶାହ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ କାଲି ଓଡ଼ିଶା ଆସୁଥିବା ସୂଚନାମିଳିଛି ।ଦୁଇଦିନିଆ ଓଡ଼ିଶାଗସ୍ତରେ ଆସୁଥିବା ସୂଚନା ରହିଛି।ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି ଶାହ l ଏନେଇ ସରକାରୀ ଭାବେ ବିସ୍ତୃତ ସୂଚନା ମିଳିନାହିଁ l

ନନ୍ଦନକାନନକୁ ପଡିଲା କି ଶନିଦଶା !

ବାରଙ୍ଗ,୨୭।୭(ଏସଏସନିଉଜ) ବିଶ୍ୱସ୍ତରୀୟ ଚିଡିଆଖାନା ପାଇଁ ନନ୍ଦନ କାନନ କର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିବାବେଳେ ଦିନକୁ ଦିନ ଜୀବଜନ୍ତୁମାନଙ୍କ ସଂଖ୍ୟା କମିବାରେ ଲାଗିଛି।ଏବେବି ୧୫ରୁଉର୍ଦ୍ଧ୍ବ ଜୀବଜନ୍ତୁ ଅସୁସ୍ତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଗୋଟିଏ ମାଈଚିତା ବିରାଡିର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରସକାଳେ ଏକ ଅଣ୍ଡିରା ବଡଥଣ୍ଟିଆ ଶାଗୁଣାର ମୃତ୍ୟୁ ହୋଇଛି।ଯାହାକୁ ନେଇ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।ତେବେ ନନ୍ଦନ କାନନକୁ ଶନିଦାଷା ପଡିଛି ବୋଲି ଆଲୋଚନା ହେଉଛି। ରାଜ୍ୟ ଉଭିଦଉଦ୍ୟାନର ଶାଗୁଣା […]

କଟକଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ

କଟକ,୨୬।୭(ଏସଏସନିଉଜ) ସଡ଼କପଥରେ କଟକଚଣ୍ଡୀମନ୍ଦିରକୁ ଯାଇ ମା ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ । ରାଷ୍ଟ୍ରପତି ପହଁଚିବାପରେ ହୁଳୁହୁଳିରେ କମ୍ପିଉଠିଲା କଟକଚଣ୍ଡୀମନ୍ଦିରର ପରିବେଶ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ମଧ୍ୟ ମାଙ୍କର ଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ପ୍ରୋଟୋକଲ୍ ଭାଙ୍ଗି ଲୋକଙ୍କ ସହ ମିଶିଥିବାର ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଆସିବାର ସୁଚନା ରହିଥିବାରୁ ଚଣ୍ଡୀମନ୍ଦିର ନିକଟରେ କଟକବାସୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ।ତେବେ କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ […]

ପୋଖରୀକୁ ଖସିପଡିଲା ବସ୍‌

ଭୁବନେଶ୍ୱର,୨୩ା୭(ଏସଏସନିଉଜ) ଶନିବାରଦିନ ବାଂଲାଦେଶ ଝଲାକାଠି ଛତ୍ରକୋଣ୍ଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ବସଟି ଖସିପଡିଛି ।ଫଳରେ ୭ଜଣ ଶିଶୁଙ୍କ ସମେତ ୧୭ ଜଣଯାତ୍ରୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି।ଦୁର୍ଘଟଣାରେ ୩୫ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ମୃତି ପରିବହନ’ ନାମକ ଏକବସ ୭୦ଜଣ ଯାତ୍ରୀଙ୍କୁଧରି ଭଣ୍ଡାରିଆ ଉପଜିଲାରୁ ପିରୋଜପୁରରୁ ଅଭିମୁଖେ ଯାତ୍ରା କରୁଥିଲା ।ବସଟି ଏକ ଅଟୋକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସି ପଡ଼ିଥିଲା ।

ମହିଳା ଫିଫାବିଶ୍ୱକପ୍‌ ପୂର୍ବରୁ ଗୁଳି

ଭୁବନେଶ୍ୱର,୨୦।୭(ଏସଏସ ନିଉଜ)ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଛି ଗୁଳି।ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ଜଣ ମୃତୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଅଭିଯୁକ୍ତକୁ ଗୁଳି କରି ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ।ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା।

ଅହମ୍ମଦାବାଦରେ ଦୁର୍ଘଟଣା,୯ମୃତ

ଭୁବନେଶ୍ୱର,୨୦।୭(ଏସଏସନିଉଜ) ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୯ଜଣ ମୃତୁବରଣ କରିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି।ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି।ଜାଗୁଆର କାର୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ ପାଇଁ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।