Browsing category

ଦେଶ ବିଦେଶ

କୀଟନାଶକପିଇ ଜୀବନହାରିବା ପାଇଁ ଉଦ୍ୟମକଲେ ଏମପି

ଭୁବନେଶ୍ୱର,୨୫ା୩(ଏସଏସନିଉଜ) ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ସେ ସୋମବାର କୀଟନାଶକ ପିଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଏ. ଗଣେଶମୂର୍ତ୍ତିଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାଂସଦ ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣରୁ ନେଇଛନ୍ତି ତାହା ସଠିକଭାବେ […]

ମା ହେଲା ରେୱା

ବାରଙ୍ଗ,୨୪।୩ (ଏସଏସନିଉଜ) ନନ୍ଦନକାନନରେ ମା ହୋଇଛି ସିଂହୀରେୱା ।ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରବନ୍ଦୀରେ ରହିଥିବା ଜଣାପଡିଛି ।ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମଥର ମାତୃତ୍ଵଲାଭ କରି ଛୁଆକୁ ଆପଣେଇନାହିଁ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ସୂଚନା ମିଳିଛି । ପ୍ରକାଶ ଯେ, ୬ ବର୍ଷ […]

ଆଜି ଆସିପାରେ

ଭୁବନେଶ୍ୱର,୨୪।୩(ଏସଏସନିଉଜ)ବିଜେପିର ସିଇସି ବୈଠକରେ ଓଡ଼ିଶାପ୍ରାର୍ଥୀ ପ୍ରସଙ୍ଗରେ ଆଲୋଚନା ହୋଇଥିବାର ଜଣାପଡିଛି।ବିଜେପି ମୁଖ୍ୟାଳୟରେ ବିଳମ୍ବିତରାତି ଯାଏଁ ଚାଲିଥିଲା ବୈଠକ।ବୈଠକପରେ ରାଜ୍ୟସଭାପତି ମନମୋହନ ସାମଲ ତାଙ୍କପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶାର ୨୧ଲୋକସଭା ଆସନ ଉପରେ ଆଲୋଚନା ହୋଇଛି।ଓଡ଼ିଶାର ପଲିଟିକାଲ ସିଚ୍ୟୁଏସନ୍ ଓ ଷ୍ଟାଟେଜିନେଇ ଆଲୋଚନା ହୋଇଛି।ଜାତୀୟ ଗଣମାଧ୍ୟମସଂସ୍ଥା ANIସୂତ୍ରରୁ ସୂଚନା ମୁତାବକ ସମ୍ବଲପୁରରୁ ଧର୍ମେନ୍ଦ୍ରପ୍ରଧାନ,ପୁରୀରୁ ସମ୍ବିତପାତ୍ର, ଭୁବନେଶ୍ବରରୁ ଅପରାଜିତାଷଡ଼ଙ୍ଗୀ ପ୍ରାର୍ଥୀ ହୋଇପାରନ୍ତି।ଓଡ଼ିଶା ସମେତ ୟୁପି, ଆନ୍ଧ୍ର, ପଶ୍ଚିମବଂଗ, ରାଜସ୍ଥାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବାର ଜଣାପଡିଛି।ଅନ୍ୟପଟେ ଆଜି ଆସିପାରେ ବିଜେପିର ଚତୁର୍ଥପର୍ଯ୍ୟାୟ […]

କେଜ୍ରିୱାଲଙ୍କୁ ୬ଦିନିଆ ଇଡି ରିମାଣ୍ଡ

ଭୁବନେଶ୍ୱର,୨୨।୩(ଏସଏସନିଉଜ)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ଇଡି ରିମାଣ୍ଡରେ ନେଇଛି।ଆସନ୍ତା ୨୮ତାରିଖ ଯାଏଁ ରିମାଣ୍ଡରେ ଯିବେ କେଜ୍ରିୱାଲ।୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।୬ଦିନିଆ ରିମାଣ୍ଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟଙ୍କ ଅନୁମତି ମିଳିଛି।ମଦଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ।

ପ୍ରଥମପର୍ଯ୍ୟାୟନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୦ା୩(ଏସଏସନିଉଜ)ଲୋକସଭା ନିର୍ବାଚନ ପାଇଁ ପ୍ରଥମପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ ପାଇଛି ।୧୭ରାଜ୍ୟ ସହ ୪କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ପାଇଁ ବିଜ୍ଞପ୍ତି ହୋଇଛି ।ପ୍ରଥମପର୍ଯ୍ୟାୟ ରେ ୧୦୨ଟି ଆସନରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନା୧୯ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧ ସପ୍ତମ ପର୍ଯ୍ୟାୟ ମତଦାନ,ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ୨୭ ମାର୍ଚ୍ଚ ସୁଦ୍ଧା ନାମାଙ୍କନ,୨୮ ମାର୍ଚ୍ଚ ନାମାଙ୍କନ ଯାଞ୍ଚ, ୩୦ ମାର୍ଚ୍ଚ ପ୍ରାର୍ଥିପତ୍ର ପତ୍ୟାହାର ଶେଷ ତାରଖ ଓ୭ଟି ପର୍ଯ୍ୟାୟରେ […]

ଅସୁସ୍ଥ ହେଲା ହେଟାବାଘ

ବାରଙ୍ଗ,୧୯ା୩(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୨୫ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଅଣ୍ଡିରା ହେଟାବାଘ ଅସୁସ୍ଥ ହୋଇଥିବା ଜଣାପଡିଛି । ବାଘଟି ଠିକ୍ ସେ ଖିଆପିଆ କରୁନଥିବା ବେଳେ ଗୋଟିଏ ସ୍ଥାନରେ ପଡିରହୁଥିଲା । ଏନକ୍ଲୋଜରରେ କାମ କରୁଥିବା କର୍ମଚାରୀ ଏହା ଦେଖି କର୍ତ୍ତୁପକ୍ଷଙ୍କୁ ଖବର ଜଣାଇଥିଲେ । କର୍ତ୍ତୁପକ୍ଷ ଏହି ହେଟା ବାଘକୁ ପ୍ରାଣୀ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ଡାକ୍ତରଙ୍କ ନଜର ବନ୍ଦିରେ ରଖାଯାଇଥିବା ସୂଚନା ମିଳିଛି । ଏବେ ପ୍ରାଣୀଉଦ୍ୟାନରେ ୫ଟି ହେଟା ବାଘ […]

ଟ୍ରାଏଲବେଳେ ଖସିପଡିଲା ରୋପୱେ ବଗି

ବାରଙ୍ଗ,୧୯ା୩(ଏସଏସନିଉଜ)ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ରୋପୱେ ଚାଲୁଥିବା ସମୟରେ ମଙ୍ଗଳବାରଦିନ ଅଘଟଣ ଘଟିଛି । ଗୋଟିଏ ବଗି ତାର ସହ ଖସିପଡ଼ି କାଞ୍ଜିଆ ହ୍ରଦରେ ପଡିଥିଲା । ହେଲେ ବଗିରେ କେହି ପର୍ଯ୍ୟଟକ ବସିନଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ, ଯଦି ଏହି ବଗି ରେ ପର୍ଯ୍ୟଟକ ବସିଥାନ୍ତେ ଆଉ ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ନନ୍ଦନକାନନ କର୍ତ୍ତୁପକ୍ଷ ନା ଠିକା ନେଇଥିବା ସଂସ୍ଥା । ସୂଚନାଯୋଗ୍ୟ ଯେ , […]

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ […]

ମେଣ୍ଟନେଇ ଅମିତଶାହଙ୍କ ବଡ଼ବୟାନ !

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ରାଜ୍ୟରେ ବିଜେପି-ବିଜେଡି ମେଂଟକୁନେଇ ସ୍ପଷ୍ଟଚିତ୍ର ମିଳିପାରିନଥବାବେଳେ ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ ରହିଛି । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ସେକହିଛନ୍ତି ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତିା ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ।