Browsing category

ଦେଶ ବିଦେଶ

ଟ୍ରାଏଲବେଳେ ଖସିପଡିଲା ରୋପୱେ ବଗି

ବାରଙ୍ଗ,୧୯ା୩(ଏସଏସନିଉଜ)ଦୀର୍ଘ ଦିନ ବ୍ୟବଧାନ ପରେ ପୁଣି ରୋପୱେ ଚାଲୁଥିବା ସମୟରେ ମଙ୍ଗଳବାରଦିନ ଅଘଟଣ ଘଟିଛି । ଗୋଟିଏ ବଗି ତାର ସହ ଖସିପଡ଼ି କାଞ୍ଜିଆ ହ୍ରଦରେ ପଡିଥିଲା । ହେଲେ ବଗିରେ କେହି ପର୍ଯ୍ୟଟକ ବସିନଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠେ, ଯଦି ଏହି ବଗି ରେ ପର୍ଯ୍ୟଟକ ବସିଥାନ୍ତେ ଆଉ ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ନନ୍ଦନକାନନ କର୍ତ୍ତୁପକ୍ଷ ନା ଠିକା ନେଇଥିବା ସଂସ୍ଥା । ସୂଚନାଯୋଗ୍ୟ ଯେ , […]

୨୦୨୪ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଆଜି ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ଭୋଟ୍ ଗ୍ରହଣ ପାଇଁ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁଥିବାବେଳେ ଓଡିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଓଡ଼ିଶାରେ ଚତୁର୍ଥ, ପଂଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।ମେ ୧୩,ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ […]

ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ […]

ମେଣ୍ଟନେଇ ଅମିତଶାହଙ୍କ ବଡ଼ବୟାନ !

ଭୁବନେଶ୍ୱର,୧୫ା୩(ଏସଏସନିଉଜ)ରାଜ୍ୟରେ ବିଜେପି-ବିଜେଡି ମେଂଟକୁନେଇ ସ୍ପଷ୍ଟଚିତ୍ର ମିଳିପାରିନଥବାବେଳେ ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ ରହିଛି । ଦିଲ୍ଲୀରେ ଇଣ୍ଡିଆ ଟୁଡେ କନକ୍ଲେଭରେ ସେକହିଛନ୍ତି ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତିା ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଦଳ ଭଲ କରିବ ବୋଲି କହିଛନ୍ତି ।

କମିଲା ୨ ଟଙ୍କା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ଆଉ ଦିନକେଇଟା ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ। ଏହାଭିତରେ ସରକାର ଆଜି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ହ୍ରାସ କରି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ପ୍ରାୟ ଦୁଇବର୍ଷରୁ ଅଧିକ ସମୟ ବ୍ୟବଧାନ ପରେ ତେଲ ଦାମ୍ କମିଛି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ୨ ଟଙ୍କା ହ୍ରାସ ଘୋଷଣା କରାଯାଇଛି। ଶୁକ୍ରବାର ଭୋର ୬ଟାରୁ ସଂଶୋଧିତ ଦର ଲାଗୁ ହେବାନେଇ ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି।ଦୀର୍ଘଦିନ […]

ଆଖିବୁଜିଲା ୱାଲାବି

ବାରଙ୍ଗ,୧୧।୩(ଏସଏସନିଉଜ) ଶୁକ୍ରବାର ଦିନ ଗୋଟିଏ ଦିନରେ ୩ଟି ବିରଳଜନ୍ତୁ ମୃତ୍ୟୁବରଣ କରିଥିବାର ତିନିଦିନ ନପୂରୁଣୁ ପୁଣି ଗୋଟିଏ ୱାଲାବିର ଚିକିତ୍ସାଧିନ ଅବସ୍ଥାରେ ସୋମବାର ମୃତ୍ୟୁ ହୋଇଛି ।ତେବେ ବାରମ୍ବାର ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ଜନ୍ତୁବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ସୂଚନାଯୋଗ୍ୟଯେ , ପ୍ରାଣୀ ଉଦ୍ୟାନକୁ ଗତ ୨୦୨୩ ମସିହା ଡିସେମ୍ବରମାସ ୨୩ ତାରିଖରେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଗୋଟିଏ ହଳେ ୱାଲାବୀ କିଣାହୋଇ ଆସିଥିଲା । ଏଠାକୁ ଆସିବାର କିଛିଦିନ […]

ୟୁସୁଫପଠାନ ଟିଏମ୍‌ସି ପ୍ରାର୍ଥୀ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି।ବହରାମପୁରରୁ ସାଂସଦପ୍ରାର୍ଥୀ ହେଲେ ୟୁସୁଫ ପଠାନ।୪୨ଜଣିଆ ସାଂସଦପ୍ରାର୍ଥୀ ଘୋଷଣାକଲେ ମମତା ବାନାର୍ଜୀ।ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌।କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ବୋଲି ଜଣାପଡିଛି।

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ବୋରୱେଲରେ ଫସିଲା ଶିଶୁ

ଦିଲ୍ଲୀ,୧୦।୩(ଏସଏସନିଉଜ)୪୦ ଫୁଟ ବୋରୱେଲ ଭିତରେ ଖସିପଡ଼ିଲା ଶିଶୁ।କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ ପ୍ଲାଣ୍ଟରେ ଅଘଟଣ ଘଟିଛି।ବୋରୱେଲରୁ ଶିଶୁକୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।ଘଟଣାସ୍ଥଳରେ ଅଗ୍ନିଶମବାହିନୀ , ଏନ୍‌ଡିଆରଏଫ୍ ଓ ପୋଲିସ ଉପସ୍ଥିତ ରହିଛନ୍ତି।

ରାତିରେ ଖୋଲିବ ନନ୍ଦନକାନନ!

ବାରଙ୍ଗ,୯ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ରାତିବେଳା ଖୋଲିବାକୁ ଯାଉଛି ।ଏଥର ପର୍ଯ୍ୟଟକମାନେ ରାତିରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ଦେଖିବାର ସୁଯୋଗ ପାଇବେ ।ଏଥିନିମନ୍ତେ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।ବିଭିର୍ଣ ଜୀବଜନ୍ତୁ ଏନକ୍ଲୋଜର ଆଗରେ ଓ ରାସ୍ତାରେ ଆଲୋକିକରଣର ବ୍ୟବସ୍ଥା କରାଯାଉଛି ।ଏଥି ନିମନ୍ତେ ଶନିବାରଦିନ ନନ୍ଦନକାନନର କର୍ତୁପକ୍ଷଙ୍କ ଉପସ୍ଥିତିରେ ପରୀକ୍ଷାମୁଳକଭାବେ ଅନୁଧ୍ୟାନ କରାଯାଇଥିବାର ଜଣାପଡିଛି ।ତେବେ ଏହି ସୁବିଧା କେବଳ ରବିବାରଦିନ ଉପଲବ୍ଧ ହୋଇପାରିବା ।ପ୍ରାଥମିକପର୍ଯ୍ୟାୟରେ ରବିବାର ରାତି୭ରୁ୯ଟା ଦୁଇଘଂଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ […]