ନୂଆଦିଲ୍ଲୀ,୨୫।୭(ଏସଏସନିଉଜ) ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ସିଜେପି ପ୍ରତିନିଧିମଣ୍ଡଳ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ପଠାଇ ଦେଇଥିଲେ। ନିଟ୍ –ୟୁଜି ପେପର୍ ଲିକ୍ ଏବଂ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦକୁ ନେଇ ଦେଶବ୍ୟାପୀ ବିବାଦ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନିଷ୍ପତ୍ତି ଆସିଛି। ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ତାଙ୍କର ଇସ୍ତଫା ପତ୍ର ପ୍ରକାଶ କରିଛନ୍ତି।