ଏକାଠି ହେଲେ ୬୦ମହାବିଦ୍ୟାଳୟ ପ୍ରତିନିଧି

ଭୁବନେଶ୍ୱର,୨୯୦୬(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ “ମହାବିଦ୍ୟାଳୟର ଦର୍ପଣ: ପାଠାଗାର-ଆଭାସୀ ଦୁନିଆରେ ଆହ୍ବାନ” ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର ସଫଳତା ସହ ଗତ ୨୬ ଜୁନରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଓ ରାଜ୍ୟ ବାହାରୁ ପ୍ରାୟ ୬୦ଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଲାଇବ୍ରେରୀଆନ୍, ଅଧ୍ୟକ୍ଷ, ନାକ୍ ସଂଯୋଜକ ପ୍ରତିନିଧିମାନେ ଯୋଗଦେଇଥବା ଏହି ଏକଦିବସୀୟ ସେମିନାରକୁ ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକରକୁଳପତି ପ୍ରାଧ୍ୟାପକ ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟଅତିଥି ରୂପେ ଉଦଘାଟନ କରିଥିଲେ।ଧାନବାଦ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରାଧ୍ୟାପକ ରାଧାନାଥତ୍ରିପାଠୀ ବିଶିଷ୍ଠବକ୍ତା ରୂପେ ଯୋଗ ଦେଇଥିବା ବେଳେ,କିଟ୍ ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ଲାଇବ୍ରେରୀର ମୁଖ୍ୟ ଗ୍ରନ୍ଥଗାରିକ ଡଃ ବିଜୟଲକ୍ଷ୍ମୀ ରାଉତରାୟ ମୁଖ୍ୟ ବକ୍ତା ରୂପେ ତାଙ୍କ ନିବନ୍ଧ ପ୍ରସ୍ତୁତି କରିଥିଲେ। ନାକମାନ୍ୟତା ଓ ମହାବିଦ୍ୟାଳୟର ଗୁଣବତ୍ତା ଦିଗରେ ଲାଇବ୍ରେରୀର ଭୂମିକା ଉପରେ ନିମନ୍ତ୍ରିତ ପରାମର୍ଶଦାତା, ଆଇକ୍ୟୁଏସି ଗାଇଡସଂସ୍ଥାର ନିର୍ଦ୍ଦେଶକ ଦିଲ୍ଲୀପମଙ୍ଗରାଜ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନ ସଭାରେ ନାକ ସଂଯୋଜକ ଅଧ୍ୟାପିକା ଗାର୍ଗୀବାନାର୍ଜୀ ସ୍ବାଗତଭାଷଣ ଓ ମୁଖ୍ୟ ଗ୍ରନ୍ଥଗାରିକା ସୁଜାତାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଦ୍ଵିତୀୟ ବୈଷୟିକ ସଭାରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ମୋଟ ୮ଜଣ ଲାଇବ୍ରେରୀଆନ୍ ଯେଉଁମାନେ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ପ୍ରଦେଶରୁ ଯୋଗଦେଇଥିଲେ, ସେମାନେ ସେମାନଙ୍କର ନିବନ୍ଧ ପାଠ କରିଥିଲେ। ମହାବିଦ୍ୟାଳୟର ସହଯୋଗୀ ଗ୍ରନ୍ଥଗାରିକ ସୁଚିତପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଚୟନିତ ବିଦ୍ୟାର୍ଥୀମାନେ ଏକ ପ୍ରଶ୍ନୋତ୍ତର କାଳାଂଶରେ ଭାଗ ନେଇଥିଲେ।

Comments (0)
Add Comment