Browsing category

ଦେଶ ବିଦେଶ

କେରଳରେ ବଡ଼ ଧରଣର ଭୂସ୍ଖଳନ

ଭୁବନେଶ୍ୱର,୩୦ା୭(ଏସଏସନିଉଜ) ପ୍ରବଳ ବର୍ଷା ପରେ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି । ଭୂସ୍ଖଳନରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଫସି ରହିଥିବା ନେଇ ସୂଚନା ମିଳିଛି ।ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ MI 17 ଓ ALH ହେଲିକପ୍ଟର ଯାଇଛି। ତେବେ ମୃତ୍ୟୁ ସଂଖ୍ୟା […]

୧୦ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୮ା୭(ଏସଏସନିଉଜ) ୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତିାପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆାରାଜସ୍ଥାନର ନୂଆରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍‌ଦୋପଞ୍ଜାବର ନୂଆରାଜ୍ୟପାଳ ହେଲେ ଗୁଲାବ ଚାନ୍ଦ କଟରିଆାହରିଭାଓ କିଷାନରାଓ ବାଗଦେ ରାଜସ୍ଥାନର ନୂଆ ରାଜ୍ୟପାଳ ହୋଇଥିବାବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତି ମିଳିଛି ।ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇଥିବାବେଳେ ସନ୍ତୋଷ କୁମାର ଗାଙ୍ଗୱାର ହେଲେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି ।ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ […]

ଗଣତି ମଣତି SOPସରିଛି-ଜଷ୍ଟିସ ରଥ

ପୁରୀ,୨୪ା୭(ଏସଏସନିଉଜ)ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ସୂଚନାଦେଇ କହିଛନ୍ତି ଇଝଓ ମରାମତି କରି ସାର୍ଟିଫିକେଟ୍ ଦେଲେ ଗଣତି, ମଣତି ହେବାମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନିାମରାମତିରେ ବ୍ରେକର ଲାଗି ପାରିବନି ଓ ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶାSOP କନଫିଡେନ୍ସିଆଲ, ପ୍ରକାଶ କରାଯାଇ ପାରିବ ନାହିାଁଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ।

ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ […]

ପିଲାମାନଙ୍କ ଏନପିଏସ ବାତ୍ସଲ୍ୟ ଯୋଜନା

ପୁରୀ,୨୪ା୭(ଏସଏସନିଉଜ)ଏଣିକି ପିଲାମାନଙ୍କ ନାଁରେ ଖୋଲାଯିବ ଏନପିଏସ ଆକାଉଣ୍ଟ। କେନ୍ଦ୍ର ସରକାର ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାଙ୍କ ପାଇଁ ଏନପିଏସର ଘୋଷଣା କରିଛନ୍ତି। ଏହି ସ୍କିମର ନାଁ ‘ଏନପିଏସ ବାତ୍ସଲ୍ୟ’ ରଖାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଭାଷଣରେ ଏହାର ଘୋଷଣା କରିଛନ୍ତି। ଏନପିଏସ ବା ନ୍ୟାଶନାଲ ପେନସନ୍ ସ୍କିମ। ଏନପିଏସ୍ ବାତ୍ସଲ୍ୟ ଯୋଜନାର ପରିକଳ୍ପନା ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ସଞ୍ଚୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଛି। ଏହି ଯୋଜନାରେ ମାତା-ପିତା ଏବଂ […]

ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ

ଭୁବନେଶ୍ୱର, ୨୪ା୭(ଏସଏସନିଉଜ) ଆଜି ଚାନ୍ଦିପୁର LC୩ରେ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।୧୦ଟି ଗାଁର ୧୦,୫୮୧ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ସେମାନଙ୍କୁ ସ୍ଥାନାନ୍ତର କରାଯାଇ ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।ଏନେଇ ଆଇଟିଆର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  

ଜଳିଗଲା ବିମାନ,ଚାଲିଗଲା ୧୯ଜୀବନ

ଭୁବନେଶ୍ୱର,୨୪ା୭(ଏସଏସନିଉଜ) ନେପାଳରେ ଉଡ଼ାଣ ବେଳେ ବିମାନଟି ଜଳିଯାଇ ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଛି । ନେପାଳରେ ଉଡ଼ାଣ ବେଳେ ଜଳିଗଲା ବିମାନ । କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଏହି ଅଘଟଣ ହୋଇଛି। ଟେକ୍ ଅଫ୍ କରିବା ବେଳେ ରନ୍ ୱେରୁ ଖସିଗଲା ବିମାନ। ରନ୍ ୱେରୁ ଖସିଯିବା ପରେ ବିମାନରେ ନିଆଁ ଲାଗିଗଲା । ୧୯ଜଣଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ସାମଗ୍ରୀ

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ରାଜରାଜୁଡ଼ା ଅମଳର ଯୁଦ୍ଧସାମଗ୍ରୀ ମିଳିଥିବାନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ତେବେ ଏହି ସାମଗ୍ରୀ କେଉଁ ଧାତୁରେ ତିଆରି ହୋଇଛି ତାହା ଜଣାପଡ଼ିନଥିଲେ ବି ଏହା କଳା ପଡ଼ିଯାଇଥିବା ସେ କହିଛନ୍ତି । ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ […]

ମାଇକ୍ରୋସଫ୍ଟ ସମସ୍ୟା

ଭୁବନେଶ୍ୱର,୧୯ା୭(ଏସଏସନିଉଜ)ମାଇକ୍ରୋସଫ୍ଟରେ ଅଚଳାବସ୍ଥା ପାଇଁ ସାରା ବିଶ୍ୱ ପ୍ରଭାବିତ ହୋଇଛି ।ଯାହାଫଳରେ ଭୁବନେଶ୍ୱରରୁ କିଛି ବିମାନ ବାତିଲ୍ କରାଯାଇଛି ।ଇଣ୍ଡିଗୋ କାଲି ପର୍ଯ୍ୟନ୍ତଉଡ଼ାଣ ବାତିଲ କରିଥିବା ସୂଚନାମିଳିଛି ।ଚେକ୍ ଇନ୍ ଓ ଚେକ୍ ଆଉଟ୍‌ରେ ସମସ୍ୟାଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।ସବୁ ମାନୁଆଲି ହେଉଥିବାରୁ ବୋର୍ଡିଂରେ ବ୍ୟାପକ ସମସ୍ୟା ଦେଖାଦେଇଛି ।

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]