ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ
ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ ଘଟିଛି। ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି ।
Browsing category
ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ ଘଟିଛି। ୯୯ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ମଧ୍ୟପ୍ରଦେଶର ନରସିଂହପୁରରେ ତାଙ୍କର ନିଧନ ହୋଇଛି ।
ଭୁବନେଶ୍ୱର,୧୧/୯(ଏସ ଏସ ନିଉଜ)ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଆଜି ଭାରତରେ ଶୋକ ପାଳନ।ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକପାଳୁଛି ଭାରତ ।ଆଜି ଦେଶବ୍ୟାପି ଅର୍ଦ୍ଧ ନମିତ ରହିବ ଭାରତର ଜାତୀୟ ପତାକା।ସରକାରୀ ଭାବେ ଆୟୋଜିତ ହେବନି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ୧୯ରେ ରାଜକୀୟ ଢଙ୍ଗରେ ହେବ ରାଣୀ ଏଲିଜା ବେଥଙ୍କ ଶେଷକୃତ୍ୟ।
ଭୁବନେଶ୍ୱର,୧୧/୯(ଏସଏସ ନିଉଜ)ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍ ହୋଟେଲ ରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣା ପଡ଼ିଛି।ମୁଖ୍ୟମନ୍ତ୍ରୀ ସେପ୍ଟେ ମ୍ବର ୧୫ରେ ଭୁବନେଶ୍ବର ଫେରି ବାର କାର୍ଯ୍ୟକ୍ରମ ରହିଛି।
ପୁରୀ,୧୦/୯(ଏସ ଏସ ନିଉଜ) ବ୍ରିଟେନ୍ ରାଣୀ ଏଲିଜାବେଥ୍ -୨ଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀ ବେଳାଭୂମି ରେ ରାଣୀ ଏଲିଜାବେଥ୍ଙ୍କ ବିରାଟ ବାଲୁକା କଳା କରିବା ସହ ଏହାକୁ ଗୋଲାପ ଫୁଲରେ ସଜାଇ ଶ୍ରଦ୍ଧା ଞ୍ଜଳି ଜଣାଇଛନ୍ତି। ଏହି ବାଲୁକା କଳାର ଉଚ୍ଚତା ୬ ଫୁଟ ହୋଇ ଥିବାବେଳେ ଏଥିରେ ସେ ୬ ଟନ୍ ବାଲି ଓ ୭୪୦ଟି ଗୋଲାପ […]
ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]
ଭୁବନେଶ୍ୱର,୮/୯(ଏସଏସନିଉଜ)ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ।ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଆରମ୍ଭ ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ କହିଲେ ମନ୍ତ୍ରୀ ।
ବାଲେଶ୍ୱର,୮/୯(ଏସଏସନିଉଜ)ବାଲେଶ୍ୱର ଚାନ୍ଦିପୁର ITRରୁ QRSAMର ୬ଟି ଫ୍ଲାଇଟ୍ ପରୀକ୍ଷଣ କରାଯାଇଛି ।QRSAM କୁଇକ୍ ରିଆକ୍ସନ ସର୍ଫେସ୍ଟୁ ଏୟାର ମିସାଇଲ୍ ।ଡିଆରଡିଓ ଓ ଭାରତୀୟ ସେନା ପକ୍ଷରୁ ସଫଳ ପରୀକ୍ଷଣ ହୋଇଛି ।
କୋଣାର୍କ,୮/୯(ଏସଏସନିଉଜ)କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି ।ବାଲି କାଢିବା ଲାଗି ଆଜି ଏଏସଆଇ ପକ୍ଷରୁ ଭୂମିପୂଜନହୋଇଛି ।ଗର୍ଭଗୃହରୁ ବାଲିକଢା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏଏସଆଇ ।ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢାଯିବ ।ଏଥିପାଇଁ ବିଡ଼ିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ କଂପାନୀକୁ ମିଳିଛି ଟେଣ୍ଡର ।ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ଏଏସଆଇର କର୍ମଚାରୀ ନିୟୋଜିତ ହେବେ ।ପ୍ରାଥମିକ […]
ଭୁବନେଶ୍ୱର,୮/୯(ଏସ ଏସ ନିଉଜ)ଖାଉଟିକୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଅନ୍ତର୍ଜାତୀୟ ବଜାରରେ ହ୍ରାସ ପାଇଲା ଅଶୋଧିତ ତେଲ ଦାମ୍ । ଗତ ୭ ମାସର ସର୍ବନିମ୍ନ ତଳକୁ ଖସିଛି ଦର । ବ୍ୟାରେଲ ପିଛା ବର୍ତ୍ତମାନ ୯୨ ଡଲାର ରହିଛି । ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ୨ରୁ୩ଟଙ୍କା ପର୍ଯ୍ୟନ୍ତ କମିପାରେ।
ଭୁବନେଶ୍ୱର,୬/୯(ଏସଏସ ନିଉଜ)ଚୀନର ସିଚୁଆନ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଗତକାଲି ସିଚୁଆନ ପ୍ରଦେଶର ରେ ଭୂମିକମ୍ପ ହୋଇଥିଲା।ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ ହୋଇଥିଲା ।