ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢାଯିବ ବାଲି

କୋଣାର୍କ,୮/୯(ଏସଏସନିଉଜ)କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି ।ବାଲି କାଢିବା ଲାଗି ଆଜି ଏଏସଆଇ ପକ୍ଷରୁ ଭୂମିପୂଜନହୋଇଛି ।ଗର୍ଭଗୃହରୁ ବାଲିକଢା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏଏସଆଇ ।ଉନ୍ନତ ବୈଷୟିକ ଜ୍ଞାନ କୌଶଳର ବିନିଯୋଗ କରି ବାଲି କଢାଯିବ ।ଏଥିପାଇଁ ବିଡ଼ିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ ନାମକ କଂପାନୀକୁ ମିଳିଛି ଟେଣ୍ଡର ।ଘରୋଇ କଂପାନୀ କେବଳ ବୈଷୟିକ ଜ୍ଞାନ କୌଶଳ ଯୋଗାଇବ ଓ ବାଲି କାଢିବା କାର୍ଯ୍ୟରେ ଏଏସଆଇର କର୍ମଚାରୀ ନିୟୋଜିତ ହେବେ ।ପ୍ରାଥମିକ ପର୍ଯ୍ୟାୟରେ ମେକାନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢାଯିବ ବୋଲି ଏଏସଆଇ ସୁପରିଣ୍ଟଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ସୂଚନା ଦେଇଛନ୍ତି ।ସୂର୍ଯ୍ୟମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଥିବାବେଳେ ୧୯୦୩ ମସିହାରେ ଇଂରେଜ ମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ ।

 

Comments (0)
Add Comment