Browsing category

ଓଡ଼ିଶା

ଏକାଠି ହେଲେ ୬୦ମହାବିଦ୍ୟାଳୟ ପ୍ରତିନିଧି

ଭୁବନେଶ୍ୱର,୨୯୦୬(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ “ମହାବିଦ୍ୟାଳୟର ଦର୍ପଣ: ପାଠାଗାର-ଆଭାସୀ ଦୁନିଆରେ ଆହ୍ବାନ” ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର ସଫଳତା ସହ ଗତ ୨୬ ଜୁନରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଓ ରାଜ୍ୟ ବାହାରୁ ପ୍ରାୟ ୬୦ଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଲାଇବ୍ରେରୀଆନ୍, ଅଧ୍ୟକ୍ଷ, ନାକ୍ ସଂଯୋଜକ ପ୍ରତିନିଧିମାନେ ଯୋଗଦେଇଥବା ଏହି ଏକଦିବସୀୟ ସେମିନାରକୁ ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକରକୁଳପତି ପ୍ରାଧ୍ୟାପକ ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟଅତିଥି ରୂପେ ଉଦଘାଟନ କରିଥିଲେ।ଧାନବାଦ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରାଧ୍ୟାପକ […]

ନନ୍ଦନକାନନରେ ଖୁଲମ୍ ଖୁଲା ଲୁଟ, CCTV ତଳେ ହିଁ ଚାଲିଛି ଠକେଇ

ଭୁବନେଶ୍ୱର ୨୭|୬ (ଏସଏସନିଉଜ) ଓଡ଼ିଶାର ଗର୍ବ ନନ୍ଦନକାନନ ଆଜି ଠକେଇର ଅଡ୍ଡାସ୍ଥଳୀ ପାଲଟିଛି । ଯେଉଁ ନନ୍ଦନକାନନକୁ ଦେଖିବାକୁ ଦେଶ-ବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି, ସେଇ ନନ୍ଦନକାନନର ମୁଖ୍ୟ ଫାଟକରେ ହିଁ ସରକାରୀ ବୋର୍ଡକୁ ବେଖାତିର କରି ଖୋଲାଖୋଲି ପର୍ଯ୍ୟଟକଙ୍କୁ ଲୁଟାଯାଉଥିବାର ଅଭିଯୋଗ ଆସିଛି ।ପୂର୍ବରୁ ପାଣି ବୋତଲ ଷ୍ଟିକରକୁ ନେଇ ଠକେଇ ଅଭିଯୋଗ ଆସିଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଗାଡି ଟିକେଟ ମୂଲ୍ୟ କୁ ନେଇ ପର୍ଯ୍ୟଟକମାନେ ପ୍ରତାରଣାର ଶିକାର ହେଉଛନ୍ତି।ଏ କଥା ଆମେ […]

ନନ୍ଦନକାନନର ବିଚିତ୍ର ନୀତି:- ମନଇଚ୍ଛା ପରିବର୍ତ୍ତନ ହେଲା ବନ୍ଦ ସମୟ

ଭୁବନେଶ୍ୱର,୨୭।୬(ଏସଏସନିଉଜ) ନନ୍ଦନକାନନରେ ବିଚିତ୍ର ନୀତି ଦେଖିବାକୁ ମିଳିଛି।ନୂଆ ମୁଖିଆ ଆସିବା ପରେ ନିୟମ ମଧ୍ୟ ବଦଳି ଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ଜଳାଞ୍ଜଳି ଦିଆଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନ ବନ୍ଦ ହେବା ସମୟ ପରିବର୍ତ୍ତନରେ ଦେଖିବାକୁ ମିଳିଛି। ନନ୍ଦନକାନନ ମୁଖିଆ ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ପରିବର୍ତ୍ତନ କରି ପର୍ଯ୍ୟଟକଙ୍କୁ ପରୋକ୍ଷରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ବିଚିତ୍ର ନିୟମ ଗୁରୁବାରଠାରୁ ଲଗୁହେବା ପରେ ପର୍ଯ୍ୟଟକମାନେ ହଇରାଣ ହେବାରେ ଲାଗିଛନ୍ତି।ଯଦି ସରକାରଙ୍କ ପକ୍ଷରୁ ବନ୍ଦ ହେବାର ସମୟ […]

ସୁଧ ବେପାରୀଙ୍କୁ ଧରିଲା ପୋଲିସ

ଗଞ୍ଜାମ,୨୭।୬(ଏସଏସନିଉଜ)ଆସିକା ପୋଲିସ ଦ୍ଵାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା ବେଳେ ତା ଘର ମାମୁଁଡିହ ଗ୍ରାମରେ ବୋଲି ଜଣାପଡିଛି । ସୁଧ ବେପାରି ଲକ୍ଷ୍ମଣ ପାଣି ଗଲା ଅନେକ ବର୍ଷ ହେବ ନିଜ ଅଂଚଳରେ ଲୋକ ମାନଙ୍କୁ କମ ଟଙ୍କା ଦେଇ ଅଧିକ ସୁଧ ଅ।ଦାୟ କରୁଥିଲା । ଏଥିସହ ଲୋକଙ୍କ ଘର ଜମିବାଡି , ଗାଡି ଓ ମୋବାଇଲ […]

ରାଜଧାନୀରୁ ନକଲି IAS ଗିରଫ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ।ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।ଗିରଫ ଅଭିଯୁକ୍ତ ଜଣଙ୍କ ବିଶାଖାପାଟଣାର ବରଦା ସୁଧୀର।ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର କହି ଭୂଆଁ ବୁଲାଉଥିଲା।

ଗଞ୍ଜେଇ ଚାଲାଣରେ ୨ସରକାରୀ ଶିକ୍ଷକ

ଟିଟିଲାଗଡ଼,,୨୬।୬(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ।ଏନ୍ଏଚ୍‌ ୨୬ ବରଗାଁ ଛକରୁ ଧରିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମ୍।କାର୍‌ରେ ଚାଲାଣ ବେଳେ ୩୩ କେଜି ଗଞ୍ଜେଇ ଜବତ, ୩ ଅଟକ ହୋଇଛନ୍ତି।ଅଟକ ୩ ଜଣଙ୍କ ମଧ୍ୟରୁ ୨ ସରକାରୀ ଶିକ୍ଷକ ଥିବା ସୂଚନା ମିଳିଛି।କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।କଳାହାଣ୍ଡିରୁ ବଲାଙ୍ଗିର ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲେ।

ସ୍କୁଲ ବହି ତ୍ରୁଟି:-୪ନିଲମ୍ବିତ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଆକ୍ସନ ନେଇଛନ୍ତି।କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ ହୋଇଥିବା ବେଳେ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ ହୋଇଛନ୍ତି।୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ପ୍ରଶାନ୍ତ ସାହୁ, ମାନସ ନାୟକ, […]

୨୦୨୯ରେ ମୁଁ ନିର୍ବାଚନ ଲଢ଼ିବି

ଭୁବନେଶ୍ୱର,୨୫।୬(ଏସଏସନିଉଜ)ଆଜି ବିଧିବଦ୍ଧ ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି।ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ବୟାନ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଦେବାର ଆଶା ସୃଷ୍ଟି କରିଛି। ସେ ଆଗାମୀ ନିର୍ବାଚନ ଲଢ଼ିବେ ଏବଂ ବିଜେଡି ତାଙ୍କରି ନେତୃତ୍ୱରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି।ଏହାପରେ ତାଙ୍କର ଉତ୍ତରାଧିକାରୀ ଚୟନକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି।ନବୀନ କହିଛନ୍ତି ସୁଜାତା ଜଣେ ସାଧାରଣ […]

ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା!

ଗଞ୍ଜାମ,୨୫।୬(ଏସଏସନିଉଜ)ହିଞ୍ଜିଳିକାଟୁ ଗୋହଷ୍ଟେଲ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାରପିନାଥପୁର ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲ ରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ଜଣାପଡିଛି।ହଷ୍ଟେଲ ଗୃହ ଖଟରେ ପଡିଛି ଛାତ୍ରୀଙ୍କ ମୃତଦେହ। ଆତ୍ମହତ୍ୟାର କାରଣ ଅଶ୍ବଷ୍ଟ ରହିଥିବା ବେଳେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଛାତ୍ରୀ ଜଣକ ନିଜର ଓଢଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ସମସ୍ତ ଛାତ୍ରୀ ବିଦ୍ୟାଳୟ ଯାଇଥିବା ବେଳେ ଘଟିଛି ଅଘଟଣ ।

ରଥଯାତ୍ରାରେ ଦିନରାତି ଚାଲିବ ବସ୍‌

ଭୁବନେଶ୍ବର,୨୫।୬(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍‌ ଫି’ ଆଦାୟ ମନା।ପିପିଲି ଟୋଲ୍‌ ଗେଟ୍‌ରେ ବସ୍‌ କି କାର୍‌, କୌଣସି ଗାଡ଼ିକୁ ଫି’ ଦେବାକୁ ପଡ଼ିବନି। ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଲେ ବସ୍‌ ମାଲିକ ସଂଘ ସା. ସମ୍ପାଦକ।ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ ପାଇଁ ନିଷ୍ପତ୍ତି ହୋଇଛି।ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ।ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍‌ ଚାଲିବ।ରାଜ୍ୟର ପ୍ରାୟ ୬ […]