Browsing category

ଓଡ଼ିଶା

ନନ୍ଦନକାନନ – ଏଥର ବଢ଼ିଲେ ଜଳଚର ପକ୍ଷୀ

ଭୁବନେଶ୍ୱର,୧୯।୧(ଏସଏସନିଉଜ) ରବିବାର ଦିନ ନନ୍ଦନକାନନ ପକ୍ଷରୁଆରମ୍ଭ ହୋଇଥିବା ଦିନିକିଆ ମଧ୍ୟ-ଶୀତକାଳୀନ ଜଳଚର ପକ୍ଷୀ ଗଣନାସରିଛି।ଏହି ଗଣନା ଅନୁଯାୟୀ ଗତବର୍ଷ ଠାରୁ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।ନନ୍ଦନକାନନ ପକ୍ଷରୁ ୯ଟି ସର୍ଭେ ଦଳ ଗଠନ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ସମୁଦାୟ ୫୫ଜଣ ପକ୍ଷୀ ବିଶେଷଜ୍ଞ, ଛାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।ଏହି ଦଳ ଅଭୟାରଣ୍ୟ ଏବଂ ଆଖପାଖରେ ଥିବା ଆର୍ଦ୍ରଭୂମି ଯେପରି କାଞ୍ଜିଆ ହ୍ରଦ, କିଆଖଣି ହ୍ରଦ,ବଡ଼ବାଙ୍କ ପାଟ,କଟୁରିଘସା ପାଟ,ଚୁଡଙ୍ଗ ଓ କୃଷ୍ଣନଗର […]

ଯବାନଙ୍କ କାର୍ଯ୍ୟ ଖ୍ୟାତି ବଢ଼ାଇଛି

କଟକ,୧୯।୧(ଏସଏସନିଉଜ)ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ପରିସରରେ ୨୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ ହୋଇଯାଇଛି।ଏହି ଅବସରରେ ବାଟାଲିୟନ କ୍ୟାମ୍ପସରେ ଇନସ୍ପେକ୍ଟର ଏକ୍ସ ବରୁଣ କୁମାରଙ୍କ ନେତୃତ୍ୱରେ ଏକ ପରେଡ୍ ଆୟୋଜନ କରାଯାଇଥିଲା।ଏଥିରେ କମାଣ୍ଡାଣ୍ଟ ନଗେନ୍ଦ୍ର ଶର୍ମା ଓ ଧନଞ୍ଜୟ କୁମାର ଅତିଥି ଭାବେ ଯୋଗଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।ଏହାପରେ ଅତିଥି ମାନେ ଯବାନମାନଙ୍କ ଭୂମିକା ଏବଂ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।୧୯ ଜାନୁଆରୀ ୨୦୦୬ରେ ଏଠାରେ ପ୍ରତିଷ୍ଠା ଲାଭ କରି ୨୦୦୬ ରେ ଓଡ଼ିଶା ସୁପର ସାଇକ୍ଲୋନ୍ […]

ଶିଶୁପୁତ୍ରକୁ ନଦୀରେ ଫୋପାଡି ଦେଲେ

କଟକ,୧୮।୧(ଏସଏସନିଉଜ)ନରାଜ ବ୍ରିଜ ତଳୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ରବିବାର ସକାଳେ କିଛି ମସ୍ୟଜିବି ଦେଖିବା ପରେ ଅଗ୍ନିଶ୍ରମ ବାହିନୀ ଓ ବାରଙ୍ଗ ପୋଲିସ ଘଟଣା ସ୍ଥଳକୁ ଯାଇ ନବଜାତ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ କଟକ ଡାକ୍ତରଖାନାକୁ ପଠାଇଛି।ତେବେ କିଏ ଓ କାହିଁକି ପକାଇଲା ତାହା ଉପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଟ୍ରେନ ଅଟକାଇଲା ମଦ୍ୟପ ଯୁବକ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ମଦ୍ୟପ ଯୁବକ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ତାକୁ ରୋକିଛି।ରାଜମହଲଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା ।ଟ୍ରେନ ରହିବା ପରେଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା।ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକର ଉନ୍ମତ କାଣ୍ଡ ସମସ୍ତଙ୍କୁ ନାକେଦମ୍‌ କରିଥିଲା।ପରେ ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ […]

ବଡ଼ ଗୋମାଫିଆଙ୍କ ଘରେ ପୁଲିସର ଚଢ଼ାଉ

ଭଦ୍ରକ,୧୭।୧(ଏସଏସନିଉଜ)ଓଡ଼ିଶାର ସବୁଠାରୁ ବଡ଼ ଗୋମାଫିଆ ବୋଲି କୁହାଯାଉଥିବା ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ମୁଲ୍ଲା ସାହିର ଗୋମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସର ମିଳିତ ଚଢ଼ାଉ କରି ନଗଦ ୭୦ ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଜବତ କରିଛି।ଏହାସହ ଗୋ ମାଫିଆ ଶେଖ୍ ରାଜନକୁ ଥାନାରେ ଅଟକ ରଖି ପୁଲିସର ପଚରାଉଚରା ଆରମ୍ଭ କରିଛି।ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ାଉ ଆରମ୍ଭ […]

ଚିଲିକାରେ ମଝିରେ ଫସିଲା ଭସାପୋଲ

ବ୍ରହ୍ମଗିରି,୧୭।୧(ଏସଏସନିଉଜ)ଚିଲିକା ମଝିରେ ଅଟକି ରହିଛି ଭସାପୋଲ।୧ଘଣ୍ଟା ଧରି ଅଟକି ରହିବାରୁ୭୦ ଜଣ ଯାତ୍ରୀ ସମେତ ୫ଟି କାର, ୫ଟି ବାଇକ୍‌, ଗୋଟିଏ ଯାତ୍ରୀବାହୀ ବସ।ଭସାପୋଲଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧଈନ ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିବା ବେଳେ ଚିଲିକା ମଝିରେ ଥିବା ମହିଁଷାକୁଦ ନିକଟରେ କୌଣସି କାରଣରୁ ଚ୍ୟାନେଲ ବାହରକୁ ଚାଲିଯିବାରୁ ଚିଲିକା କୁଦରେ ଫସିରହିଛି।ଖବର ମିଳିବା ପରେ ଅନ୍ୟ ଏକ ଭସାପୋଲ ମାଧ୍ୟମରେ ଜେସିପି ମେସିନି ରଖି ଚ୍ୟାନେଲ ମଧ୍ୟକୁ ଆଣିବାକୁ ଉଦ୍ୟମ କରାଯାଉଛି।

ବଢ଼ିଲା ଅଡୁଆ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ।ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ହେବ ତଦନ୍ତ।ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

କଳାବ୍ୟାଜ ପିନ୍ଧିଲେ ଡାକ୍ତର

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ କଳାବ୍ୟାଜ ପିନ୍ଧି ଓପିଡିରେ ଡାକ୍ତରଙ୍କ ରୋଗୀ ସେବା ଆରମ୍ଭ ହୋଇଛି।ସରକାରୀ ଡାକ୍ତରଙ୍କୁ ସୁରକ୍ଷା ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ।ସୁରକ୍ଷା ନମିଳିଲେ ଓପିଡି ସେବା ବନ୍ଦ କରିବାକୁ ଡାକ୍ତରଙ୍କ ପକ୍ଷରୁ ଧମକ ଦିଆଯାଇଛି।

ED ରେଡ୍‌ ବେଳେ ୨.୫ କୋଟି

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଶେରଗଡ଼ର ଠିକାଦାରଙ୍କ ଘରେ ED ରେଡ୍; ୨.୫ କୋଟି ଟଙ୍କା ଜବତ ହୋଇଛି।୨୫ଟି ସ୍ଥାନରେ ରେଡ୍‌ ସହିତ ୨.୫ କୋଟି ନଗଦ ଟଙ୍କା ଜବତ ହୋଇଛି।ରେଡ ବେଳେ ଏକାଧିକ ବିଳାସପୂର୍ଣ୍ଣ ଗାଡ଼ି ସହ ଚୋରା ମଦ କାରବାରର ପ୍ରମାଣ ମିଳିଛି।ବାଲିଘାଟ ସହିତ ୨ଟି କ୍ରସର ଉପରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ଅଭିଯୁକ୍ତ କୃପାସିନ୍ଧୁ ମୁଦୁଲି ନାଁରେ ସବୁ ଖଣିର କାଗଜପତ୍ର ଥିବା ଜଣାପଡିଛି।ରାଜ୍ୟ ବାହାରର ଲିଙ୍କ୍ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ କରାଯାଇଛି।

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।