ଭୁବନେଶ୍ୱର,୧୯।୧(ଏସଏସନିଉଜ) ରବିବାର ଦିନ ନନ୍ଦନକାନନ ପକ୍ଷରୁଆରମ୍ଭ ହୋଇଥିବା ଦିନିକିଆ ମଧ୍ୟ-ଶୀତକାଳୀନ ଜଳଚର ପକ୍ଷୀ ଗଣନାସରିଛି।ଏହି ଗଣନା ଅନୁଯାୟୀ ଗତବର୍ଷ ଠାରୁ ଚଳିତବର୍ଷ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି।ନନ୍ଦନକାନନ ପକ୍ଷରୁ ୯ଟି ସର୍ଭେ ଦଳ ଗଠନ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ସମୁଦାୟ ୫୫ଜଣ ପକ୍ଷୀ ବିଶେଷଜ୍ଞ, ଛାତ୍ର ଏବଂ ଅନ୍ୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।ଏହି ଦଳ ଅଭୟାରଣ୍ୟ ଏବଂ ଆଖପାଖରେ ଥିବା ଆର୍ଦ୍ରଭୂମି ଯେପରି କାଞ୍ଜିଆ ହ୍ରଦ, କିଆଖଣି ହ୍ରଦ,ବଡ଼ବାଙ୍କ ପାଟ,କଟୁରିଘସା ପାଟ,ଚୁଡଙ୍ଗ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲରେ ଥିବା ଅନେକ ଛୋଟ ଏବଂ ବଡ଼ ଜଳାଶୟ ପାଖକୁ ଯାଇ ସର୍ଭେ କରିଥିଲେ।ଏହି ଗଣନାରେ ୭୨ ପ୍ରଜାତିର ମୋଟ ୨,୭୨୭ ଜଳପକ୍ଷୀ ରେକର୍ଡ କରାଯାଇଥିଲା। ତେବେ ଗତବର୍ଷ ଗଣନାରେ ୫୫ ପ୍ରଜାତିର୧୬୦୨ ପକ୍ଷୀ ରେକର୍ଡ କରାଯାଇଥିଲା।ଯାହାକି ଚଳିତ ବର୍ଷ ୧୭ ନୂଆ ପ୍ରଜାତିର ୧୧୨୫ଟି ଅଧିକ ଜଳଚର ପକ୍ଷୀ ଆସିଥିବାର ଜଣାପଡିଥିବା ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।