ଯବାନଙ୍କ କାର୍ଯ୍ୟ ଖ୍ୟାତି ବଢ଼ାଇଛି

ଏନଡିଆରଏଫର ୨୧ତମ ପ୍ରତିଷ୍ଠା ଦିବସ

କଟକ,୧୯।୧(ଏସଏସନିଉଜ)ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ପରିସରରେ ୨୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ ହୋଇଯାଇଛି।ଏହି ଅବସରରେ ବାଟାଲିୟନ କ୍ୟାମ୍ପସରେ ଇନସ୍ପେକ୍ଟର ଏକ୍ସ ବରୁଣ କୁମାରଙ୍କ ନେତୃତ୍ୱରେ ଏକ ପରେଡ୍ ଆୟୋଜନ କରାଯାଇଥିଲା।ଏଥିରେ କମାଣ୍ଡାଣ୍ଟ ନଗେନ୍ଦ୍ର ଶର୍ମା ଓ ଧନଞ୍ଜୟ କୁମାର ଅତିଥି ଭାବେ ଯୋଗଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।ଏହାପରେ ଅତିଥି ମାନେ ଯବାନମାନଙ୍କ ଭୂମିକା ଏବଂ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।୧୯ ଜାନୁଆରୀ ୨୦୦୬ରେ ଏଠାରେ ପ୍ରତିଷ୍ଠା ଲାଭ କରି ୨୦୦୬ ରେ ଓଡ଼ିଶା ସୁପର ସାଇକ୍ଲୋନ୍ (୧୯୯୯), ଗୁଜରାଟ ଭୂମିକମ୍ପ (୨୦୦୧) ଏବଂ ଭାରତ ମହାସାଗର ସୁନାମି (୨୦୦୪) ଭଳି ପାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଯବାନମାନଙ୍କ ବିଭିନ୍ନ ପଦକ୍ଷପ , ନିସ୍ୱାର୍ଥପର ସେବା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏକ ଭଲ ଖ୍ୟାତି ଅର୍ଜନ କରିପାରିଛି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ। ଶେଷରେ କଟକ ଏସସିବି ହସ୍ପିଟାଲ ଡାକ୍ତର ଏବଂ କର୍ମଚାରୀଙ୍କ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

Comments (0)
Add Comment