Browsing category

ରାଜନୀତି

ଶ୍ରାବଣୀ ଯାତ୍ରା ପାଇଁ କଟକଣା

କଟକ,୦୬।୦୮(ଏସଏସନିଉଜ)ପବିତ୍ର ସିଂହନାଥପୀଠରେ ହେଉଥିବା ଶ୍ରାବଣୀ ଯାତ୍ରା ତଥା ବୋଲବମ୍ ଯାତ୍ରାଅବସରରେ ବିପୁଳ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି,ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନକର୍ତ୍ତୃପକ୍ଷ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରାବଣମାସର ପ୍ରତ୍ୟେକସୋମବାର ଅର୍ଥାତ ୧୦.୦୮.୨୦୨୬ ପାଇଁ ୦୯ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୦ଅଗଷ୍ଟ ସନ୍ଧ୍ୟା୬ଟା,୧୭.୦୮.୨୦୨୬ ପାଇଁ ୧୬ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୭ଅଗଷ୍ଟ ସନ୍ଧ୍ୟା୬ଟା ଏବଂ ୨୪.୦୮. […]

ଆସୁଛି ବୋଲ୍‌-ବମ୍

କଟକ,୩୦ା୭(ଏସଏସନିଉଜ) ବଡ଼ ଧରଣର ଧାର୍ମିକ ସମାବେଶ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏନ୍‌ଡିଆର୍‌ଏଫ୍ ସଦାସର୍ବଦା ସଙ୍କଳ୍ପବଦ୍ଧ ଥିବାବେଳେ ଆଗାମୀ ବୋଲ୍‌-ବମ୍ ଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ଏକ ସ୍ୱତନ୍ତ୍ର ବନ୍ୟା ଜଳ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଏବଂ ଆଧୁନିକ ଜଳ ଉଦ୍ଧାର ଉପକରଣ, […]

ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପରିସର

କଟକ,୨୯।୦୭(ଏସଏସନିଉଜ)ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୦୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଏନଏସଏସ (BNSS) ଆଇନ, ୨୦୨୩ର ଧାରା ୧୪(୧) ଓ ଧାରା ୧୬୩ ଅନୁଯାୟୀ ଆଦେଶ ଜାରି କରିଛନ୍ତି । ୦୧ ଅଗଷ୍ଟ ୨୦୨୬ ତାରିଖଠାରୁ ରାଷ୍ଟ୍ରପତିଙ୍କ […]

ଭୁବନେଶ୍ବରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।

ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ ।

ମନ୍ କି ବାତ୍’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର ପଦାସାହି ସ୍ଥିତ ବୁଥନମ୍ବର–୩ଠାରେ ଆୟୋଜିତ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଶ୍ରବଣ କରିଥିଲେ। ମନ୍ କି ବାତ୍ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ନାଗରିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସଂଳାପର ଏକ ସଶକ୍ତ ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ […]

ଟଳମଳ ଚାମେଲିଙ୍କ ସରପଞ୍ଚ ଗାଦି !

ଭୁବନେଶ୍ୱର,୨୫।୭(ଏସଏସନିଉଜ)ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ।୨୨ରୁ ୨୧ ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଆଣିଥିବା ସୂଚନା ମିଳିଛି।୨୭ରେ ସଭ୍ୟସଭ୍ୟାଙ୍କୁ ଉପସ୍ଥିତ ରହିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମିଳିଥିବାର ଜଣାପଡିଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୫।୭(ଏସଏସନିଉଜ) ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ସିଜେପି ପ୍ରତିନିଧିମଣ୍ଡଳ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ପଠାଇ ଦେଇଥିଲେ। ନିଟ୍ –ୟୁଜି ପେପର୍ ଲିକ୍ ଏବଂ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦକୁ ନେଇ ଦେଶବ୍ୟାପୀ ବିବାଦ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନିଷ୍ପତ୍ତି ଆସିଛି। ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ […]

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।