Browsing category

ରାଜନୀତି

ମାର୍ଚ୍ଚ ଏପ୍ରିଲରେ ପଞ୍ଚାୟତ ଭୋଟ୍‌

ଭୁବନେଶ୍ୱର,୫।୯(ଏସଏସନିଉଜ)ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ ବୋଲି ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ।ଏନେଇ କମିଶନ ଜୋରସୋରରେ ପ୍ରସ୍ତୁତି ଚଳାଇଥିବା ନେଇ ସୂଚନା ଦେଇଚନ୍ତି।ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ।ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।ସର୍ଭେ ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ।ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ […]

ଏନ୍‌ଡିଆର୍‌ଏଫରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶରତ ଚନ୍ଦ୍ର ପାତ୍ର

କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍‌ଡିଆର୍‌ଏଫ୍‌ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]

୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି।ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି ହୋଇଛି।ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି।ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ।ନେଟୱାର୍କ ସମସ୍ୟା ଯେଉଁଠି ରହିଛି, ବୈଷୟିକ ଟିମ୍ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

କଂଗ୍ରେସରୁ ଲଢ଼ିବେନି ସୋଫିଆ

ଭୁବନେଶ୍ୱର,୩୦।୮(ଏସଏସନିଉଜ)କଂଗ୍ରେସ ନୁହେଁ ଓଡ଼ିଶା ଜନତା କଂଗ୍ରେସରୁ ଲଢ଼ିବେ ସୋଫିଆ।ଆସନ୍ତା ନିର୍ବାଚନରେ ଓଜେସିରୁ ବିଧାୟକ ପଦ ପାଇଁ ଲଢ଼ିବେ ବୋଲି ସୂଚନା ଦେଲେ ବିଧାୟିକାଙ୍କ ବାପା ତଥା ଓଜେସି ସଭାପତି ମୋକିମ।ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଲେ ମୋକିମ।ବର୍ତ୍ତମାନ କଂଗ୍ରେସର କିଛି ନୀତି ଆଦର୍ଶ ନାହିଁ ବୋଲି କହିଲେ ମୋକିମ।ସେଥିପାଇଁ ଓଜେସିରୁ ସୋଫିଆ ଲଢ଼ିବେ କହିଛନ୍ତି ମୋକିମ।

ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ଗଠନ ପାଇଁ ଜନଭାଗିଦାରୀର ଆହ୍ୱାନ

ଭୁବନେଶ୍ୱର,୩୦।୦୮(ଏସଏସନିଉଜ)ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୭ତମ ଅଧ୍ୟାୟ ଭୁବନେଶ୍ୱର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରଶାନ୍ତି ବିହାରସ୍ଥିତ ବୁଥ୍ ନମ୍ବର–୩୮ରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଶୁଣିଥିଲେ ବିଜେପିର ବରିଷ୍ଠନେତା ଶ୍ରୀଗୋଲକ ମହାପାତ୍ର। ଏହି ଅବସରରେ ଶ୍ରୀମହାପାତ୍ର କହିଥିଲେଯେ,‘ମନ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ,ବରଂ ଦେଶର କୋଣଅନୁକୋଣରେ ଘଟୁଥିବା ପ୍ରେରଣା ଦାୟୀ କାର୍ଯ୍ୟ,ସାଧାରଣ ଲୋକଙ୍କ ସଫଳତା,ନୂଆ ଚିନ୍ତାଧାରା ଏବଂ ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀକୁ ସମଗ୍ର […]

ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ଗୁରୁତର

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର […]

ନକଲି ଫିନାଇଲ ଫେରିଲା

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନରେ ଯୋଗାଣ ହେଉଥିବା ନକଲି ଫିନାଇଲ ଉପରୁ ଏବେ ପରଦା ଉଠିଛି । ଷ୍ଟୋର ବିଭାଗରେ ଜଣେ ଗାର୍ଡ ଏହାକୁ ଗ୍ରହଣ ନକରିବାରୁ ଠିକାଦାରଠାରୁ ମାଡଖାଇବା ଭଳି ଅଭିଯୋଗ ଆସିଥିଲା ।ପରେ ଏହାକୁ ଜଣେ ଫରେଷ୍ଟର କରିଥିଲେ ।ପରେ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଯୋରଧରିବାପରେ ଜନ୍ତୁବିଭାଗ ଏସିଏଫ ଏହାରତଦନ୍ତ କରିଥିଲେ ।ପରେ ଗ୍ରହଣ କରାଯାଇଥିବା ନକଲି ଫିନାଇଲ ଫେରାଯାଇଥିଲା ।ଏହି ଘଟଣାପରେ କିଛି ବଡବଡିଆ ଅଧିକାରୀମାନଙ୍କ ସୁପାରିସରେବିନା ଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିବାର ସ୍ପଷ୍ଟ […]

ରାଖୀ ବାନ୍ଧିଲେ ଓ ନିଶାମୁକ୍ତି ପାଇଁ ଶପଥପାଠ କଲେ

ଭୁବନେଶ୍ୱର,୨୮।୮(ଏସଏସନିଉଜ)ପବିତ୍ର ରାଖୀପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ଆୟୋଜିତ ରାଖୀପର୍ବ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠନେତା ଗୋଲକମହାପାତ୍ର ଯୋଗଦେଇଛନ୍ତି। ନୀଳାଦ୍ରିବିହାରଠାରେ ଶ୍ରମିକଭାଇମାନଙ୍କ ସହ ରାଖୀପୂର୍ଣ୍ଣିମା ପାଳନ କରିବା ସହ ସେମାନଙ୍କୁ ରାଖୀ ବାନ୍ଧିଥିଲେ ଶ୍ରୀମହାପାତ୍ର।ଏହିଅବସରରେ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା,ନିଶାର କୁପ୍ରଭାବ ସମ୍ପର୍କରେ ସଚେତନହେବା ଏବଂ ଏକ ସୁସ୍ଥ,ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନପାଇଁ ସମସ୍ତଙ୍କୁ ସାମୂହିକଭାବେ ଶପଥପାଠ କରାଇଥିଲେ। ସେହିପରି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀସ୍ଥିତ ‘ଆଶାକିରଣ ଫାଉଣ୍ଡେସନ’ର ପିଲାମାନଙ୍କ ସହ ରାଖୀ ପୂର୍ଣ୍ଣିମାର ଖୁସି ବାଣ୍ଟିଥିଲେ ଶ୍ରୀ […]

ଖାତାକୁ ଗଲା ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୮।୮(ଏସଏସନିଉଜ)ହିତାଧିକାରୀଙ୍କ ଖାତାକୁଗଲା`ସୁଭଦ୍ରା’ଟଙ୍କା।ସୁଭଦ୍ରା’ଯୋଜନାର ୫ମକିସ୍ତି ପ୍ରଦାନକଲେ ମୁଖ୍ୟମନ୍ତ୍ରୀ।ନୟାଗଡ଼ ଲାଠିପଡ଼ା ସଭାମଞ୍ଚରେ ଟଙ୍କା ପ୍ରଦାନକଲେ।୧କୋଟି ୩ଲକ୍ଷ ମହିଳାଙ୍କ ଖାତାକୁ ଗଲା `ସୁଭଦ୍ରା’ଟଙ୍କା।ପ୍ରଥମଥର ପାଇଲେ ୨ଲକ୍ଷ୨୧ହଜାର୫୪ ହିତାଧିକାରୀ।

ଚାଲିଗଲା ଗୟଳ ଶାବକର ଜୀବନ

ବାରଙ୍ଗ,୨୭।୮(ଏସଏସନିଉଜ) ସୋମବାର ବିଳମ୍ବିତ ରାତିରେ ଜନ୍ମ ହୋଇଥିବା ବିରଳ ଗୟଳ ଶାବକ ବୁଧବାର ସକାଳେ ଆଖବୁଜିଛି । ହେଲେ ଏହି ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବନ୍ୟପ୍ରାଣୀ ମୃତ୍ୟୁର ରିପୋର୍ଟ ସାର୍ବଜନୀନ କରିବା ବାଧ୍ୟତାମୂଳକ। ହେଲେ ଏଠି ନୀରବତା ଅନେକ ପ୍ରଶ୍ନ ଛିଡା କରୁଛି। ସୂଚନାଯୋଗ୍ୟଯେ, ସୋମବାର ବିଳମ୍ବିତ ରାତିରେ ମା ଗୟଳ ଏକ ମାଇ ଶାବକଟିକୁ ଜନ୍ମ ଦେଇଥିଲା।ଜନ୍ମ ହେବା ପରଠାରୁ ହିଁ ଶାବକଟି ଅତ୍ୟନ୍ତ […]