Browsing category

ରାଜନୀତି

ଆଜିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସମୀକ୍ଷା

ଭୁବନେଶ୍ୱର,୨।୬(ଏସଏସନିଉଜ)ଆଜିଠୁ ମୋହନ ସରକାରଙ୍କ ବିଭାଗୀୟ ସମୀକ୍ଷା ଆରମ୍ଭ ହୋଇଛି।୨ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତବିଭାଗର କାର୍ଯ୍ୟ ସମୀକ୍ଷା ହେବ।ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷାକରିବେ ମୁଖ୍ୟମନ୍ତ୍ରୀ।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବିଭାଗର ସମୀକ୍ଷା ହେବା ନେଇ ସୂଚନାମିଳିଛି।ଆସନ୍ତା ୯ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ବୋଲି ଜଣାପଡିଛି।

୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ

ଭୁବନେଶ୍ୱର,୨।୬(ଏସଏସନିଉଜ)ଆସନ୍ତା୧୯ରେ ରାଷ୍ଟ୍ରପତି,୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତସୂଚନାଦେଲେ ସାଂସଦ ନବଚରଣ ମାଝୀ।୧୯ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ରାଇରଙ୍ଗପୁର ଆସିବା ନେଇ ସୂଚନା ରହିଛି।ଓଡ଼ିଶାଗସ୍ତ ନେଇ ରାଷ୍ଟ୍ରପତିଭବନରୁ ଖବରଆସିଥିବା ସାଂସଦ ସୂଚନା ଦେଇଛନ୍ତି।ନବନିର୍ମିତଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ।

ମାଛ ମାର୍କେଟରେ ଲାଗିଲା ନିଆଁ

କଟକ,୧।୫(ଏସଏସନିଉଜ)କଟକ ପ୍ରେସଛକଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଛ ମାର୍କେଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଭାବେ ଲିଭି ନଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ଆସି ଘଟଣାସ୍ଥଳରେ ପହଂଚିଛନ୍ତି। ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛି।ମାଛମାର୍କେଟ ସହ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର […]

ବଦଳିଲେ ବାରଙ୍ଗ IIC

କଟକ,୩୧।୫(ଏସଏସନିଉଜ)ବହୁ ବାଦ ବିବାଦ ପରେ ବଦଳିଛ୍ଚନ୍ତି ବାରଙ୍ଗ ଥାନା IIC ନିରଞ୍ଜନ ବେହେରା।ତାଙ୍କୁ କଟକ ଡିସିପି ଅଫିସ୍‌କୁ ବଦଳି କରାଯାଇଛି।ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା।ତାଙ୍କ ସ୍ଥାନରେ ପୁରୀଘାଟ ଥାନା IIC ବିଶ୍ବରଞ୍ଜନ ନାୟକଙ୍କୁ ବାରଙ୍ଗ IIC ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାର ଜଣାପଡିଛି।ଗତ କାଲି ବାଙ୍କୀ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନହେଲେ ଆଇନକୁ ହାତକୁ ନେବାକୁ ପୋଲିସକୁ ଚେତାବନୀ ଦେଇଥିଲେ।

ରଜରାସ୍ତାରେ ଚଣ୍ଡୀପ୍ରସାଦ ଗ୍ରାମବାସି

ବାରଙ୍ଗ,୨୯।୫(ଏସଏସନିଉଜ)ବାରଙ୍ଗ ଥାନାରେ ଥାର୍ଡ଼ ଡିଗ୍ରୀ ଘଟଣାରେ ଗୁରୁତର ଆହତ ହୋଇଥିବା ରାକେଶ ବେହେରା(ମୁନା) ନାମକ ଯୁବକ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ଏହାକୁ ନେଇ ଉତ୍ତେଜନା କମି ନଥିବାବେଳେ ଶୁକ୍ରବାର ଦିନ ରାକେଶକୁ ଡ଼ାକ୍ତରଖାନାରୁ କେଉଁଆଡେ ପୋଲିସ ଲୁଚାଇଦେଇଥିବାର ପରିବାର ପକ୍ଷରୁ କୁହାଯିବା ପରେ ଗ୍ରାମରେ ଉତେଜନା ଦେଖାଦେଇଥିଲା।ଚଣ୍ଡୀ ପ୍ରସାଦ ଗ୍ରାମବାସୀମାନେ ଉତେଜିତ ହୋଇ ଶୁକ୍ରବାର ଦିହିପହର ସମୟରେ ବନ୍ଦ ଥିବା ବାରଙ୍ଗଥାନା ଫାଟକକୁ ପେଲି ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।ପୋଲିସ ବିରୋଧ କରିବାରୁ ଉତ୍ୟକ୍ତ ଗ୍ରାମବାସୀମାନେ […]

VVIPଙ୍କ ଗସ୍ତ ସୂଚନା ଲିକ୍‌ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୮।୫(ଏସଏସନିଉଜ)ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍‌ ନେଇ କଡ଼ା ସତର୍କତା ଜାରି କଲେ ସରକାର।ସୋସିଆଲ୍‌ ମିଡିଆରେ ସୁରକ୍ଷା ସୂଚନା ସେୟାର୍‌ କଲେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ସରକାର କଡ଼ା ସତର୍କତା ଜରି କରୁଛନ୍ତି।ଗୃହବିଭାଗ ପକ୍ଷରୁ ଡିଜିପି ଓ ଆଇଜି, ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଆସିଛି।ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଇଁ ଏନେଇ ସତର୍କ ସୂଚନା ଜାରି ହୋଇଛି।VVIPଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ସୋସିଆଲ ମିଡିଆରୁ ଲିକ୍‌ ହେଉଥିବାରୁ ଏଭଳି ପଦକ୍ଷେପ ସରକାର ଗ୍ରହଣ […]

ବିଜେଡି ଛାଡ଼ିବେ ଦେବାଶିଷ!

କଟକ,୨୫।୫(ଏସଏସନିଉଜ) ବିଜେଡି ଛାଡ଼ିବେ ସାଂସଦ ଦେବାଶିଷ ସାମନ୍ତରାୟ। ଆଜି ଦିଲ୍ଲୀରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।କଟକ-ଜଗତସିଂହପୁରର ଅନେକ ନେତା ବିଜେପି ଯାଇପାରନ୍ତି। ବିଜେଡିର ହେଭିୱେଟ୍ ରାଜ୍ୟସଭା ସାଂସଦ ହେଉଛନ୍ତି ଦେବାଶିଷ ସାମନ୍ତରାୟ। ଦଳରେ ନେତୃତ୍ବ ଅଭାବ ନେଇ ଅସନ୍ତୁଷ୍ଟ ଥିଲେ। ପାଣ୍ଡିଆନଙ୍କ ନେତୃତ୍ବକୁ ନେଇ ଥିଲା ତାଙ୍କର ତୀବ୍ର ଅସନ୍ତୋଷ।

କେନ୍ଦୁପାଟଣାରେ ଆରମ୍ଭ ହେଲା ଚନ୍ଦନଯାତ୍ରା

ଭୁବନେଶ୍ୱର,୧୭।୫(ଏସଏସନିଉଜ)ରାଜଧାନୀଉପକଣ୍ଠ କେନ୍ଦୁପାଟଣା ଗ୍ରାମରେ ପ୍ରତେକ ବର୍ଷପରି ଏବର୍ଷଚନ୍ଦନଯାତ୍ରା ରବିବାରରାତିରେ ମହାସମାରୋହର ସହ ଆରମ୍ଭ ହୋଇଛି।୩ଦିନଧରି ଚାଲିବାକୁଥିବା ସାଂସ୍କୃତିକକାର୍ଯ୍ୟକ୍ରମ ଯାତ୍ରା ଉସବର ଉଦଘାଟନ ହୋଇଯାଇଛି।ଏହାକୁ ଆନୁଷ୍ଠାନିକଭାବେ ଗ୍ରାମ୍ୟକମିଟି ସଭାପତି ମାନସକୁମାରଦାସ ଉଦଘାଟନ କରିଥିଲେ।ଅନ୍ୟମାନଙ୍କମଧ୍ୟରେ ଉପସଭାପତି ସୁକାନ୍ତଦାସ ଓ ପ୍ରଦୀପ୍ତବେଉରା,ସମ୍ପାଦକ ପବିତ୍ରଦାସ,କୋଷାଧକ୍ଷ ପ୍ରଦୀପ ନାୟକ,ଅକ୍ଷୟସାହୁ,ମୁଖ୍ୟଉପଦେଷ୍ଟା ଅଶୋକଭଟ,ସୁବ୍ରତଦାସ,ଗୋକୁଳ ବେଉରା,ବ୍ରଜକିଶୋରଦାସ,ଦେବଦାସ,ବାବୁଲାଦାସ,ରାକେଶଦାସ, ଲିଟୁଦାସ, ମନ୍ଦିରମହନ୍ତ ଅକ୍ଷୟକୁମାରଦାସ ପ୍ରମୁଖ ଉପସ୍ଥିତଥିଲେ।ପ୍ରଥମରାତିରେ ଆଖ ପାଖଗ୍ରାମର ବହୁଦର୍ଶକ ଉପସ୍ଥିତହୋଇ ହୋଇଥିବା ନାଟକକୁ ଉପଭୋଗ କରିଥିଲେ।(ଜିତରାଉତଙ୍କ ରିପୋର୍ଟ)

ଭୁବନେଶ୍ବରରେ ୧୫ଇଭି ଚାର୍ଜିଂସେଣ୍ଟର – ମନ୍ତ୍ରୀ

ଭୁବନେଶ୍ଵର,୧୬।୫(ଏସଏସନିଉଜ)ଇଭିକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୯ ଲକ୍ଷ ୧୦ ହଜାର ଇଭି ଗାଡ଼ି ଏବେ ଚାଲୁଛି।ଇଭି ପାଇଁ ଏକ କମ୍ପାନୀକୁ ୧୦୦ଟି ଚାର୍ଜିଂ ସେଣ୍ଟର କରିବାକୁ କୁହାଯାଇଛି।କଂପାନୀ ୨୫ରୁ ୩୦ଟି ସ୍ଥାନରେ ଚାର୍ଜିଂ ସେଣ୍ଟର ଶେଷ କରିଛି।କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ସେଣ୍ଟର୍ ରହିଛି- ପରିବହନ ମନ୍ତ୍ରୀ।ଧିରେ ଧିରେ ଗ୍ରାମାଞ୍ଚଳରେ ବି ଏହି ଚାର୍ଜିଂ ସେଣ୍ଟର୍ କରାଯିବ।

ଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !

କଟକ,୧୬।୫(ଏସଏସନିଉଜ)ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି।କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ସରିଗଲା ତେଲ।କାଠଯୋଡ଼ି ନଦୀ ବ୍ରିଜଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା।କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାରର ପକ୍ଷରୁ ଅଭିଯୋଗ କରାଯାଇଥିଲା।କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା।କଟକ ଏସ୍‌ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଗତକାଲି ଏହି ଅଘଟଣର ସୂଚନା ମିଳିଥିଲା।କିନ୍ତୁ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାର ନୁଆ ମୋଡ ଆଜି ଆସିଛି।ତେଲ […]