Browsing category

ରାଜନୀତି

ଭୁବନେଶ୍ବରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।

ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ ।

ମନ୍ କି ବାତ୍’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର ପଦାସାହି ସ୍ଥିତ ବୁଥନମ୍ବର–୩ଠାରେ ଆୟୋଜିତ ୧୩୬ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଶ୍ରବଣ କରିଥିଲେ। ମନ୍ କି ବାତ୍ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶର ନାଗରିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସଂଳାପର ଏକ ସଶକ୍ତ ମାଧ୍ୟମ। ପ୍ରଧାନମନ୍ତ୍ରୀଙ୍କ […]

ଟଳମଳ ଚାମେଲିଙ୍କ ସରପଞ୍ଚ ଗାଦି !

ଭୁବନେଶ୍ୱର,୨୫।୭(ଏସଏସନିଉଜ)ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ।୨୨ରୁ ୨୧ ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଆଣିଥିବା ସୂଚନା ମିଳିଛି।୨୭ରେ ସଭ୍ୟସଭ୍ୟାଙ୍କୁ ଉପସ୍ଥିତ ରହିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମିଳିଥିବାର ଜଣାପଡିଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୫।୭(ଏସଏସନିଉଜ) ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ସିଜେପି ପ୍ରତିନିଧିମଣ୍ଡଳ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ପଠାଇ ଦେଇଥିଲେ। ନିଟ୍ –ୟୁଜି ପେପର୍ ଲିକ୍ ଏବଂ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦକୁ ନେଇ ଦେଶବ୍ୟାପୀ ବିବାଦ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନିଷ୍ପତ୍ତି ଆସିଛି। ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ […]

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।

ନୃତନ ପରିଚାଳନା କମିଟି ଗଠନ

ବାରଙ୍ଗ,୧୩।୭(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୭ବର୍ଷ ପାଇଁ ସୋମବାର ଦିନ ନୃତନ ପରିଚାଳନା କମିଟି ଗଠନ ହୋଇଛି।ନିର୍ବାଚିତ ସଦସ୍ୟମାନେ ହେଲେ ପୂଜା ରାଉତ, ଆରତୀ ରାଉତ, ଅର୍ଣ୍ଣପୂର୍ଣ୍ଣା ବେହେରା, ସ୍ଵର୍ଣ୍ଣଲତା ସାହୁ, ସୁଜାତା ରାଉତ, ବନିତା ଭୋଇ, ଜୟନ୍ତୀ ଦାସ, ରାନୁ ନାୟକ, ସୁବ୍ରତ ମହାପାତ୍ର, ସୁକାନ୍ତ ରାଉତ, ସୁଶାନ୍ତ ସାହୁ, ଜର୍ମାନୀ ଭୋଇ, ସୁଶାନ୍ତ ପଢିହାରୀ, ଅକ୍ଷୟ ସାହୁ, ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠି,ବରିଷ୍ଠ ଶିକ୍ଷୟତ୍ରୀମିନାକ୍ଷୀ ବାରିକ, ଅଙ୍ଗନବାଡି କର୍ମୀ […]

ଗ୍ରାମ୍ୟଉନ୍ନୟନ ବିଭାଗର ଖାମଖିଆଲ ନୀତି

କଟକ,୧୩।୭(ଏସଏସନିଉଜ)ଗ୍ରାମ ମୁଖ୍ୟ ରାସ୍ତାରେ ଭାସୁଛି ନର୍ଦ୍ଦମା ଜଳ। ଦୁର୍ଗନ୍ଧରେ ଫାଟି ପଡୁଛି ଅଞ୍ଚଳ। ଯାତାୟତ କରିବାରେ ଦେଖାଦେଇଛି ସମସ୍ୟା। ଏଭଳି ଦୃଶ୍ୟ ବାରଙ୍ଗ ବ୍ଲକର ଦାଢ଼ାପାଟଣା ପଞ୍ଚାୟତର ଦାଢ଼ାପାଟଣା ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ,ଦାଢ଼ାପାଟଣା ଗ୍ରାମର କୈବର୍ତ୍ତସାହିଠାରୁ ମୋଚୀସାହି ପର‌ ଯାଇଥିବା ଡ୍ରେନଟି ଦୀର୍ଘ ଦିନହେବ ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇରହିଛି। ଫଳରେ ଡ୍ରେନ ପାଣି ନିଷ୍କାସନ ହୋଇପାରୁନାହିଁ। ଗ୍ରାମର କିଛି ବ୍ୟକ୍ତି ଏହି ଡ୍ରେନ ସହିତ ଘରର ପାଇଖାନା ପାଇପ ସଂଯୋଗ କରିଥିବାରୁ […]

ବିଜେପିରେ ମିଶିଲେ ପ୍ରଭାତବିଶ୍ୱାଳ

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟିଲା । ଶେଷରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ହଜାର ହଜାର ସମର୍ଥକଙ୍କ ସହ ଏକ ବଡ଼ ଶୋଭାଯାତ୍ରାରେ ଆସି ବିଜେପି ପାର୍ଟି ଅଫିସରେ ପହଞ୍ଚିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ। ମୁଖ୍ୟମନ୍ତ୍ରୀ ଓ ଦଳର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ବଡ଼ ମିଶ୍ରଣ ପର୍ବରେ ସେ ବିଜେପିର ସଦସ୍ୟତା ଗ୍ରହଣ […]