Browsing category

ରାଜନୀତି

ରେଳଦୁର୍ଘଟଣା ଆହତଙ୍କପାଇଁ ରକ୍ତଦାନଶିବିର

ବାରଙ୍ଗ, ୧୧ା୬ (ଏସଏସନିଉଜ) ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କ ପାଇଁ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବାରଙ୍ଗବ୍ଳକ ଅଧିନସ୍ଥମଧୁପୁର ପଂଚାୟତର ମଧୁବନ ଗାଁମୁଣ୍ଡରେ ଏକ ଭ୍ରାମ୍ୟମାଣ ରକ୍ତଦାନ ଶିବିର ରବିବାରଦିନ ଆୟୋଜନ କରାଯାଇଥିଲା। ଏହାକୁ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ ।ଏଥିରେ ବାରଙ୍ଗ ବ୍ଳକର ୮ ଗୋଟି ପଂଚାୟତର ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀଙ୍କ ସହଯୋଗ କରିବା ସହ ବହୁ କର୍ମୀମାନେ ରକ୍ତଦାନ […]

ସକାଳେ ମନ୍ତ୍ରୀ ସନ୍ଧ୍ୟାରେ ସଚିବ ବିଦାହେଲେ

ଭୁବନେଶ୍ୱର,୯ା୬(ଏସଏସନିଉଜ) ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ବଦଳି କରାଯାଇଛି । ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ବ ଦିଆଯାଇଥିବାବେଳେ ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ […]

ବଦଳିଲେ ତାରାବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ

ଭୁବନେଶ୍ୱର,୯ା୬(ଏସଏସନିଉଜ) କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ବଦଳରେ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛିା ସେହିପରି ନୂଆପଡାଜିଲ୍ଲା ପାଇଁ ସୁରେଶ କୁମାର ଆଜାଦ, କେଉଁଝରପାଇଁ ମୋହନ ପରିଡା, ପୁରୀପାଇଁ ଜୟରାମପଟ୍ଟନାୟକ, ଭଦ୍ରକ ପାଇଁ ଅଶୋକଦାସ, ଅନୁଗୁଳପାଇଁ ସଂଗ୍ରାମମିଶ୍ର, ସମ୍ବଲପୁରପାଇଁ ଆସିଫ ଅଲ୍ଲୀଖାନ, ସୁନ୍ଦରଗଡପାଇଁ ଦନାର୍ଦ୍ଦନଦେହୁରୀ, କୋରାପୁଟପାଇଁ ଦୁର୍ଗା ଶଙ୍କରସାହୁ, ରାୟଗଡାପାଇଁ ବିଜୟକୁମାରଗମାଙ୍ଗ, ଦେବଗଡପାଇଁ […]

ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

ଭୁବନେଶ୍ୱର,୯ା୬(ଏସଏସନିଉଜ)ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁନେଇ ଉପୁଜୁଥିବା ଦ୍ୱନ୍ଦଜଣାପଡିଛି । ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ସ୍ଥାନୀୟଲୋକାପ୍ରଶାସନର ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛିା ଟ୍ରେନ୍ ବଗିରୁ ପାଖାପାଖି ୩ଟନ ପଚାସଢା ଅଣ୍ଡା ବାହାର କରାଯାଇଛି ।

ମନ୍ତ୍ରୀମଣ୍ଡଳରୁ ବାଦପଡିଲେ ରୋହିତପୂଜାରୀ

ଭୁବନେଶ୍ୱର,୯।୬(ଏସଏସନିଉଜ)ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ।ଏହି ବିଭାଗକୁ ଅତିରିକ୍ତ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ ଦିଆଯାଇଛି।ଉଚ୍ଚ ଶିକ୍ଷା ବିଭାଗର ଖରାପ ପଦର୍ଶନ ଲାଗି ନବୀନ ଅସନ୍ତୁଷ୍ଟ ଥିବାର ଜଣାପଡିଛି ।ସେଥିଲାଗି ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ନବୀନ।୨୦୨୨ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ରୋହିତ।

ଭଙ୍ଗାଗଲା ବାହାନଗା ହାଇସ୍କୁଲଘର

ବାଲେଶ୍ବର,୯ା୬(ଏସଏସନିଉଜ) ଟ୍ରେନ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲ ଘର ଭଙ୍ଗାଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲଘର। ଶବ ରହୁଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଡରୁଥିଲେ । ଭୟ ଦୂରକରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରସାସନ ।ପୁର୍ବରୁ ଏବିଷୟରେ ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ବିଜେପିନେତାଙ୍କ ଫ୍ଲାଟରେ ଆତ୍ମହତ୍ୟା!

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଜେପିନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ହୋଇଛି ଆତ୍ମହତ୍ୟା।ପ୍ରଦୀପଙ୍କ ଭୁବନେ ଶ୍ୱରସ୍ଥିତ ଫ୍ଲାଟରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା କରିଛନ୍ତି ପ୍ରଦୀପଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତେବେ ଅଦ୍ୟାବଧି କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।

ପରଲୋକରେ ଶକୁନି ମାମା

ଭୁବନେଶ୍ୱର,୫।୬(ଏସଏସନିଉଜ)ଦୀର୍ଘଦିନର ଅସୁସ୍ଥତା ପରେ ଆଖିବୁଜିଲେ ଅଭିନେତା ମହାଭାରତର ଶକୁନିମାମା। ବି. ଆର୍‌. ଚୋପ୍ରାଙ୍କ ଟେଲିଭିଜନ୍‌ ଧାରାବାହିକ ମହାଭାରତରେ ଶକୁନିମାମୁ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିବା ଅଭିନେତା ସରବ୍‌ଜୀତ୍‌ ଗୁଫୀ ପେଣ୍ଟଲ୍‌ଙ୍କର ଆଜି ଦେହାନ୍ତ ହୋଇଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟସମସ୍ୟା ଯୋଗୁଁ ୭୯ ବର୍ଷୀୟ ଏହି ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣା ପଡିଛି।

ସୋମନାଥଙ୍କ ପୀଠରେ ଦୀପଦାନ

ବାରଙ୍ଗ,୪ା୬(ଏସଏସନିଉଜ) ବାଲେଶ୍ଵର ସୋରର ବାହାନଗା ଅଂଚଳରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶ୍ରୁଆରୋଗ୍ୟ କାମନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି ସାମୁହିକ ଭାବେ ଦୀପଦାନ କରାଯାଇଛି ।ରବିବାର ସନ୍ଧ୍ୟାରେ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମକର୍ତାମାନେ ରାଜଧାନୀ ଉପକଣ୍ଠ ବାବାସୋମନାଥ ମନ୍ଦିରରେ ଏକାଠି ହୋଇଥିଲେ । ଟ୍ରେନ ଦୁର୍ଘଟଣାରେ ପ୍ରାଣହରାଇଥିବା ଲୋକଙ୍କ ଅମରଆତ୍ମର ସଦଗତି ନିମନ୍ତେ ନିରବପ୍ରାର୍ଥନା କରିବା ସହ ସାମୁହିକ ଦ୍ଵୀପଦାନ କରି ଆହତ ମାନଙ୍କର ଆଶୁଆରୋଗ୍ୟ କାମନା […]

ସୂଚନାଫଳକରେ ଗ୍ରାମନାମ ବିକୃତ

ବାରଙ୍ଗ,୩ା୬(ଏସଏସନିଉଜ)ପଦାସାହି ଠାରୁ ଝିଙ୍କରଡିହ ପର୍ଯ୍ୟନ୍ତ ହୋଇଥିବା ରାସ୍ତାକଡ ସୂଚନାଫଳକରେ ଗ୍ରାମନାମ ବିକୃତ ଲେଖା ଯାଇଥିବା ଘଟଣାକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।ରାସ୍ତାକାର୍ଯ୍ୟ ପୂର୍ବରୁ ଲଗାଯାଇଥିବା ଫଳକରେ ଗ୍ରାମନାମ ସଠିକ୍ ରହିଥିବାବେଳେ ରାସ୍ତା ସମ୍ପୂର୍ଣିକରଣପରେ କିଲୋମିଟର ସୂଚନାଫଳକାରେ କିନ୍ତୁ ବିକୃତ ନାମ ଲେଖା ଯାଇଛି।ଯାହାଫଳରେ ଲୋକେମାନେ ସଠିକ୍ ଗ୍ରାମର ସଠିକ୍ ନାମ ଜାଣିନପାରି ଭୁଲରାସ୍ତାରେ ଯାତାୟତକରୁଛନ୍ତି।ଏହାସହ ଗ୍ରାମରନାମ ବିକୃତ ଯୋଗୁଁ ଗ୍ରାମବାସୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ ଏହାକୁ ସଂଶୋଧନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। (ଗୈାତମରାଉତଙ୍କ […]